ବନପାଳଙ୍କ ତତ୍ତ୍ୱାବଧାନରେ ୫ ଶହରୁ ଊର୍ଦ୍ଧ୍ବ ପ୍ରାଣୀଙ୍କ ଚିକିତ୍ସା

ଦିଗପହଣ୍ଡି,୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଲଖାରୀ ଅଭୟାରଣ୍ୟ ସଂଲଗ୍ନ ଜନଜାତି ବହୁଳ ପୋଡ଼ାଖାଲ ଓ କନିଆସାହି ଗ୍ରାମରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳ ଭୀଷ୍ମଗିରି ସେକ୍ସନ କାର୍ଯ୍ୟାଳୟ ପକ୍ଷରୁ ଦୁଇଦିନ ବ୍ୟାପୀ ଚାଲିଥିବା ପ୍ରାଣୀ ଚିକିତ୍ସା ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି। ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଭୀଷ୍ମଗିରି ବନପାଳ ଦେବାଶିଷ ଶତପଥିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ୫ ଶହରୁ ଊର୍ଦ୍ଧ୍ବ ଗାଈ, ଗୋରୁ ଓ ଛେଳି ମାନଙ୍କୁ ଆବଶ୍ୟକ ଚିକିତ୍ସା କରାଯିବା ସହ ଚାଷୀଙ୍କୁ ମାଗଣାରେ ଔଷଧ ବିତରଣ କରାଯାଇଥିଲା। ଭୀଷ୍ମଗିରି ପ୍ରାଣୀ କାର୍ଯ୍ୟାଳୟ ଚିକିତ୍ସକ ଡ଼ା.ଦୀପକ କୁମାର ପ୍ରଧାନ,କର୍ମଚାରୀ କୃଷ୍ଣଚନ୍ଦ୍ର ମହାରଣା,ବଳରାମ ମହାରଣା,ବାଲାଜୀ ଦୋରା ଓ ସୁବାସ ସେଠୀ ପ୍ରମୁଖ ଉପସ୍ଥିତ ରହି ପ୍ରାଣୀ ମାନଙ୍କ ଚିକିତ୍ସା କରିଥିଲେ। ବନରକ୍ଷୀ ଗିରିଜା ଶଙ୍କର ଦୋରା, ସରୋଜ ମଲ୍ଲିକ, ଲକ୍ଷ୍ମୀପତି ଗମାଙ୍ଗ, ପ୍ରିୟଦର୍ଶିନୀ ସ୍ବାଇଁଙ୍କ ସମେତ ପାରା ବନକର୍ମଚାରୀବୃନ୍ଦ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଜିଷ୍ଟିକ୍ସ୍‌ରେ ପୂର୍ବ ପରିବହନ ସଂସ୍ଥାର ଦବଙ୍ଗଗିରି ଅଭିଯୋଗ, ସ୍ଥାନୀୟ ଯୁବକଙ୍କୁ…

ଗଞ୍ଜାମ,୨୭।୨(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଅବସ୍ଥିତ ଗ୍ରାସୀମ ଇଣ୍ଡ୍ରଷ୍ଟ୍ରିର ପରିବହନ ବ୍ୟବସ୍ଥାକୁ ନେଇ ପୁନର୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଦୀର୍ଘ ୬ ବର୍ଷ…

ପ୍ରଧାନାଚାର୍ଯ୍ୟ ଜାନକୀ ବଲ୍ଲଭଙ୍କ ପରଲୋକ

ଦିଗପହଣ୍ଡି,୨୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁ ବାସିନ୍ଦା ଜାନକୀ ବଲ୍ଲଭ ବିଷୋୟୀଙ୍କ ୫୭ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି। ଦିଗପହଣ୍ଡି…

ନିଛାଟିଆ ସ୍ଥାନରେ ଯାତ୍ରୀ ବିଶ୍ରାମlଗାର ନିର୍ମାଣ, ସାନ ବଜାର ବଣିକ ସଙ୍ଘର ଅସନ୍ତୋଷ

ଗଞ୍ଜାମ,୨୬।୨(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସାନ ବଜାର ଠାରେ ଯାତ୍ରୀ ବାହି ଅଟୋ ସଂଘ ଓ ମା ନାରାୟଣୀ ବଣିକ ସଙ୍ଘ ପକ୍ଷରୁ ଯାତ୍ରୀ ବିଶ୍ରାମାଗାର…

ସରିଲା ଲକ୍ଷ୍ମୀନୃସିଂହଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଦିଗପହଣ୍ଡି,୨୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ୪ ଦିନବ୍ୟାପୀ ଚାଲିଥିବା ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗୁରୁବାର…

‘ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ସ୍ବେଚ୍ଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବ୍ରହ୍ମପୁର,୨୬ା୨(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲା ବ୍ରହ୍ମପୁର ନିକଟସ୍ଥ ଶୀତଳାପଲ୍ଲୀସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ଗୁରୁବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଏବଂ…

ଆକ୍ସନ ମୋଡରେ ନୂଆ ଆଇଆଇସି, ଆସୁ ଆସୁ ରୋକଠୋକ କହିଲେ ଏଣିକି ବିନା ଅନୁମତିରେ…

ପୁରୁଷୋତ୍ତମପୁର,୨୬।୨( ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ଥାନାଧିକାରୀ ଭାବେ କୁଳମଣି ସେଠୀ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ଆସିକା ଥାନାରେ କାର୍ଯ୍ୟରତ ଥିଲେ…

ଭୋଜି ଖାଇବାକୁ ଯାଇ ନିଖୋଜ ହୋଇଯାଇଥିଲେ ରଘୁନାଥ: ଆଜି ସକାଳୁ…

ଦିଗପହଣ୍ଡି,୨୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ଗ୍ରାମର ସିଏଚ. ରଘୁନାଥ ପାତ୍ର(୬୫) ନାମକ ଜଣେ ବୃଦ୍ଧଙ୍କ ମୃତଦେହକୁ ସାହସପୁର ହାଟପଦା ନିକଟ ଏକ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ମିନି ଷ୍ଟାଡିୟମରେ ଜଳିଲା ଷ୍ଟ୍ରିଟ୍‌ ଲାଇଟ୍‌

ଗଞ୍ଜାମ,୨୫।୨(ବିଦ୍ୟାଧର ସାହୁ): ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଲାଇଟ ନ ଜଳିବା ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନ ଓ ବିଦ୍ୟୁତ ବିଭାଗର ତତ୍ପରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri