ଦିଗପହଣ୍ଡି,୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଲଖାରୀ ଅଭୟାରଣ୍ୟ ସଂଲଗ୍ନ ଜନଜାତି ବହୁଳ ପୋଡ଼ାଖାଲ ଓ କନିଆସାହି ଗ୍ରାମରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳ ଭୀଷ୍ମଗିରି ସେକ୍ସନ କାର୍ଯ୍ୟାଳୟ ପକ୍ଷରୁ ଦୁଇଦିନ ବ୍ୟାପୀ ଚାଲିଥିବା ପ୍ରାଣୀ ଚିକିତ୍ସା ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି। ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଭୀଷ୍ମଗିରି ବନପାଳ ଦେବାଶିଷ ଶତପଥିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ୫ ଶହରୁ ଊର୍ଦ୍ଧ୍ବ ଗାଈ, ଗୋରୁ ଓ ଛେଳି ମାନଙ୍କୁ ଆବଶ୍ୟକ ଚିକିତ୍ସା କରାଯିବା ସହ ଚାଷୀଙ୍କୁ ମାଗଣାରେ ଔଷଧ ବିତରଣ କରାଯାଇଥିଲା। ଭୀଷ୍ମଗିରି ପ୍ରାଣୀ କାର୍ଯ୍ୟାଳୟ ଚିକିତ୍ସକ ଡ଼ା.ଦୀପକ କୁମାର ପ୍ରଧାନ,କର୍ମଚାରୀ କୃଷ୍ଣଚନ୍ଦ୍ର ମହାରଣା,ବଳରାମ ମହାରଣା,ବାଲାଜୀ ଦୋରା ଓ ସୁବାସ ସେଠୀ ପ୍ରମୁଖ ଉପସ୍ଥିତ ରହି ପ୍ରାଣୀ ମାନଙ୍କ ଚିକିତ୍ସା କରିଥିଲେ। ବନରକ୍ଷୀ ଗିରିଜା ଶଙ୍କର ଦୋରା, ସରୋଜ ମଲ୍ଲିକ, ଲକ୍ଷ୍ମୀପତି ଗମାଙ୍ଗ, ପ୍ରିୟଦର୍ଶିନୀ ସ୍ବାଇଁଙ୍କ ସମେତ ପାରା ବନକର୍ମଚାରୀବୃନ୍ଦ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।


