ଟାର୍ଗେଟ ପୂରଣ ନ ହେବାରୁ କୁକୁର ଭଳି ବ୍ୟବହାର ଘଟଣା: ଭିଡିଓ ଭାଇରାଲ ପରେ କେରଳ ଶ୍ରମବିଭାଗର ତନାଘନା

କୋଚି, ୭।୪: କେରଳର କୋଚିସ୍ଥିତ ପେରୁମ୍ବୁରରେ ଥିବା ଏକ ପ୍ରାଇଭେଟ ମାର୍କେଟିଂ କମ୍ପାନୀର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଖରାପ ପ୍ରଦର୍ଶନ କରିଥିବା ଜଣେ କର୍ମଚାରୀଙ୍କୁ ଅମାନବୀୟ ବ୍ୟବହାର କରାଯାଉଥିବାର ଦେଖିବାକୁ ମିଳିଛି। ଟାର୍ଗେଟ ପୂରଣ କରିପାରି ନ ଥିବାରୁ ତାଙ୍କୁ କୁକୁର ସଜାଇ ଆଣ୍ଠୁରେ ଚାଲିବାକୁ ବାଧ୍ୟ କରାଯାଉଛି। ଭାଇରାଲ ଭିଡିଓରେ ଉକ୍ତ ବ୍ୟକ୍ତିଙ୍କ ବେକରେ ଡଗ୍‌ କଲାର ଚେନ୍‌ ବନ୍ଧା ହୋଇଥିବା ବେଳେ ସେ ତାଙ୍କ ଆଣ୍ଠୁ ବଳରେ କୁକୁର ପରି ଚାଲୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ନେଇ କେରଳ ଶ୍ରମ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହାସହ ପୋଲିସ ଭାଇରାଲ ଭିଡିଓରେ ଥିବା କର୍ମଚାରୀଙ୍କ ବୟାନକୁ ମଧ୍ୟ ରେକର୍ଡ କରିଛି। ପୋଲିସ ସୂଚନା ଅନୁଯାୟୀ, ଭାଇରାଲ ହୋଇଥିବା ଭିଡିଓକୁ କମ୍ପାନୀର ଜଣେ ପୂର୍ବତନ ମ୍ୟାନେଜର ନିଜ ଫୋନ୍‌ରେ ଶୁଟ୍‌ କରିଛନ୍ତି। କମ୍ପାନୀ ମାଲିକଙ୍କ ସହ ତାଙ୍କର ପୁରୁଣା ତିକ୍ତତା ରହିଛି। ସେ କମ୍ପାନୀର କିଛି ନୂଆ ଟ୍ରେନିଂ କର୍ମଚାରୀଙ୍କ ସହ ଏହି ଭିଡିଓକୁ ଶୁଟ୍‌ କରିଥିବା ପୋଲିସ କହଛି।
ଅନ୍ୟପକ୍ଷରେ, କମ୍ପାନୀର କେତେଜଣ କର୍ମଚାରୀ ରବିବାର ଏକ ସ୍ଥାନୀୟ ଟିଭି ଚ୍ୟାନେଲକୁ କହିଛନ୍ତି, ଯେଉଁ କର୍ମଚାରୀମାନେ ଟାର୍ଗେଟ ପୂରଣରେ ବିଫଳ ହୁଅନ୍ତି, ସେମାନଙ୍କୁ କମ୍ପାନୀ ମ୍ୟାନେଜମେଣ୍ଟ ପକ୍ଷରୁ ଏହି ପ୍ରକାରର ବିଭିନ୍ନ ଅମାନବୀୟ ଦଣ୍ଡ ଦିଆଯାଏ। ତେବେ ରବିବାର ଘଟଣାକୁ ନେଇ ଏକ ନୂଆ ମୋଡ଼ ମଧ୍ୟ ସାମ୍‌ନାକୁ ଆସିଛି। ଭାଇରାଲ ଭିଡିଓରେ ନିର୍ଯାତିତ ହେଉଥିବା ବ୍ୟକ୍ତି ଜଣକ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି, ତାଙ୍କୁ କମ୍ପାନୀ ପକ୍ଷରୁ କୌଣସି ନିର୍ଯାତନା ଦିଆଯାଇ ନାହିଁ। ସେ ଏବେ ମଧ୍ୟ ଉକ୍ତ କମ୍ପାନୀରେ କାମ କରୁଛନ୍ତି। ଭାଇରାଲ ଭିଡିଓଟି ୪ ମାସ ତଳର। ଏହି ଭିଡିଓକୁ କମ୍ପାନୀର ତତ୍କାଳୀନ ମ୍ୟାନେଜର ଜବରଦସ୍ତ ପ୍ରସ୍ତୁତ କରିଥିଲେ। ପରେ କମ୍ପାନୀ ମ୍ୟାନେଜମେଣ୍ଟ ପକ୍ଷରୁ ତାଙ୍କୁ ବାହାର କରି ଦିଆଯାଇଥିଲା, ଫଳରେ ଏବେ ସେ କମ୍ପାନୀ ମାଲିକଙ୍କୁ ବଦ୍‌ନାମ କରିବା ପାଇଁ ଉକ୍ତ ଭିଡିଓକୁ ଶେୟାର କରିଛନ୍ତି। ସେ ପୋଲିସ ଏବଂ ଶ୍ରମ ବିଭାଗର ଅଧିକାରୀଙ୍କୁ ଦେଇଥିବା ବୟାନରେ ମଧ୍ୟ ସମାନ କଥା କହିଛନ୍ତି। ଘଟଣାକୁ ନେଇ କେରଳର ଶ୍ରମମନ୍ତ୍ରୀ ଭି. ଶିଭନକୁଟ୍ଟି କହିଛନ୍ତି, ଭାଇରାଲ ଭିଡିଓଟି ଆଶ୍ଚର୍ଯ୍ୟକର ଏବଂ ହୃଦୟ ବିଦାରକ ମଧ୍ୟ। ଏପରି ଅମାନବୀୟ କାର୍ଯ୍ୟକୁ କେରଳ ପ୍ରଶ୍ରୟ ଦେବ ନାହିଁ। ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲା ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେରଳ ହାଇକୋର୍ଟର ଆଇନଜୀବୀ କୁଲଥୁର ଜୟସିଂଙ୍କ ଅଭିଯୋଗ ଆଧାରରେ ରାଜ୍ୟ ମାନବାଧିକାର ଆୟୋଗ ଘଟଣାକୁ କେନ୍ଦ୍ର କରି ଏକ ମାମଲା ରୁଜୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?