ସୋଲୋ ଟ୍ରାଭେଲିଂ

ଲଙ୍ଗ୍‌ ଡ୍ରାଇଭ୍‌ର ମଜା ନେବା ପାଇଁ ହେଉ ଅବା ଜରୁରୀ କାମ, ଅନେକ ସମୟରେ ସୋଲୋ ଟ୍ରାଭେଲିଂରେ ବାହାରନ୍ତି ମହିଳା। ହେଲେ ଯିବା ପୂର୍ବରୁ ସବୁ ଦିଗରୁ ସତର୍କ ନ ରହିଲେ ବହୁ ବିପଦକୁ ସାମ୍ନା କରିବାକୁ ପଡ଼ିପାରେ…

କେବେ ଅଫିସ୍‌ କାମରେ ତ କେବେ ନିଜର ଆବଶ୍ୟକତା ପାଇଁ ସୋଲୋ ଟ୍ରାଭେଲିଂରେ ଯିବାକୁ ହୁଏ। ଦୂରଯାତ୍ରା ପାଇଁ ମନରେ ଉତ୍ସାହ ଉଦ୍ଦୀପନା ତ ରହିଥାଏ ହେଲେ ସବୁ ଦିଗରୁ ସତର୍କ ନ ହେଲେ ଅନେକ ବିପଦକୁ ଯେ ସାମ୍ନା କରିବାକୁ ପଡ଼ିପାରେ ଏକଥା ଭୁଲିବା ଠିକ୍‌ ନୁହେଁ।
ଲାଇଫ୍‌ ଷ୍ଟାଇଲ୍‌ ଏବେ ମହିଳାଙ୍କ ପାଇଁ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରିବା ଶିଖାଇଛି। ତେଣୁ ସୋଲୋ ଟ୍ରାଭେଲିଂରେ ଯିବା ପାଇଁ ସେମାନେ ଆଦୌ କୁଣ୍ଠା ପ୍ରକାଶ କରୁନାହାନ୍ତି। ବେଳେବେଳେ ପରିବାର ଲୋକ କିମ୍ବା ସାଙ୍ଗସାଥୀଙ୍କ ପାଖରେ ସମୟର ଅଭାବ ଯୋଗୁ କୌଣସି କାମ ପାଇଁ ସେମାନଙ୍କୁ ଏକୁଟିଆ ଦୂର ସ୍ଥାନକୁ ବି ଯିବାକୁ ପଡୁଛି। ଅନେକ ସମୟରେ ଅଫିସ୍‌ କାମରେ ବାହାରକୁ ଯିବାକୁ ପଡ଼େ ତ ଆଉ କେବେ ପାରିବାରିକ କାମରେ ବି ଏଭଳି ଯାତ୍ରା କରିବାକୁ ପଡ଼ିଥାଏ। ତେବେ ସୋଲୋ ଟ୍ରାଭେଲିଂରେ କୌଣସି ସ୍ଥାନକୁ ଯିବା ପୂର୍ବରୁ ନିଜ ସୁରକ୍ଷା ନିମନ୍ତେ ଯତ୍ନଶୀଳ ହେବା ବି ଜରୁରୀ। ଏଭଳି ସ୍ଥିତିରେ କେଉଁ ସବୁ ଦିଗ ପ୍ରତି ସତର୍କ ରହିବେ ଜାଣିରଖନ୍ତୁ।
ପ୍ରସ୍ତୁତି: ଅଧିକାଂଶ ମହିଳା ଏବେ କର୍ମଜୀବୀ। ସେଥିପାଇଁ ପରିବାର ଲୋକ କିମ୍ବା ବନ୍ଧୁମାନଙ୍କ ସହ ନିଜର ସମୟ ବାହାର କରିବା ଏତେ ସହଜ ହୋଇ ନ ଥାଏ। ତେଣୁ ଅନେକ ସମୟରେ ସେମାନେ ମଧ୍ୟ ସମୟ ବାହାର କରିପାରନ୍ତି ନାହିଁ। ସେଥିପାଇଁ ବେଳେବେଳେ ଏକୁଟିଆ କୌଣସି କାମ ପଡ଼ିଲେ ବାହାରକୁ ଯିବାକୁ ପଡ଼ିଥାଏ। ତେବେ ଦୂରଯାତ୍ରାରେ କିଛିଦିନ ପାଇଁ ଯିବାକୁ ଥିଲେ ସେହି ଅନୁସାରେ ପ୍ରସ୍ତୁତି କରିବାକୁ ହେବ।
ଅଚିହ୍ନା ବନ୍ଧୁ: କୌଣସି ଏକ ନୂଆ ସ୍ଥାନକୁ ଯାଉଥିଲେ ଆପଣଙ୍କ ଅଞ୍ଚଳରୁ ଆଉ କିଏ ସେହି ସ୍ଥାନକୁ ଯାଉଛନ୍ତି ଜାଣିବାକୁ ଚେଷ୍ଟା କରନ୍ତୁ। ହୁଏତ ବସ୍‌ ଅବା ଟ୍ରେନ୍‌ରେ ଯିବା ସମୟରେ ପଚାରି ବୁଝିଲେ ସହଜରେ ଜଣାପଡ଼ିଯିବ। ସମସ୍ତଙ୍କ ସହ କଥାବାର୍ତ୍ତା ପରେ ନିଜ ଅଞ୍ଚଳରୁ ଯାଉଥିବା ଅଚିହ୍ନା ଲୋକଙ୍କ ସହ ବି ବନ୍ଧୁତା କରିବା ଠିକ୍‌ ହେବ। ଏମିତି ବି ହୋଇପାରେ ହୁଏତ କୌଣସି ଅସୁବିଧା ହେଲେ ସେମାନଙ୍କ ଠାରୁ ସାହାଯ୍ୟ ନେଇପାରିବେ।
ଠିକ୍‌ ସ୍ଥାନ ଚୟନ: ଏକୁଟିଆ ମହିଳାମାନେ କୌଣସି ସ୍ଥାନକୁ ଯାଉଥିଲେ ପ୍ରଥମେ ସେହି ସ୍ଥାନ ସମ୍ପର୍କରେ ତଥ୍ୟ ସଂଗ୍ରହ କରନ୍ତୁ। ସେଠାକୁ ଯାଇଥିବା ଅନ୍ୟମାନଙ୍କୁ ପଚାରି ସେଠାକାର ପରିବେଶ ସମ୍ପର୍କରେ ବୁଝନ୍ତୁ। ସେଠାରେ ସୁବିଧା ଅସୁବିଧା ଓ ମହିଳାଙ୍କ ପାଇଁ ସ୍ଥାନ କେତେ ସୁରକ୍ଷିତ ସେସବୁ ଆଗୁଆ ଜାଣିବା ଭଲ ହେବ।
କମ୍‌ ସାମଗ୍ରୀ: ଏକୁଟିଆ କୌଣସି ସ୍ଥାନକୁ ଯାତ୍ରା କରୁଥିଲେ ସାଙ୍ଗରେ କମ୍‌ ସାମଗ୍ରୀ ନେବା ପାଇଁ ଚେଷ୍ଟା କରନ୍ତୁ। କାରଣ ଏକୁଟିଆ ସବୁ ସାମଗ୍ରୀ ଧରି ଯିବାକୁ ହେବ। ଜିନିଷ ଅଧିକ ରହିଲେ ନେବା ଆଣିବାରେ ସମସ୍ୟା ହୋଇପାରେ ଏବଂ ସେସବୁକୁ ଦାୟିତ୍ୱରେ ରଖିବା ମଧ୍ୟ କିଛି ମାତ୍ରାରେ ସମସ୍ୟା ସୃଷ୍ଟି କରିପାରେ। ନିଜେ ଆରାମରେ ନେଇପାରିବା ଭଳି ସାମଗ୍ରୀ ସାଙ୍ଗରେ ନେଇ ଗଲେ ଯାତ୍ରାରେ ସଫଳତା ହାସଲ କରିପାରିବେ।
କ୍ୟାଶ୍‌ କମ୍‌ : ଦୂର ସ୍ଥାନକୁ ଯାଉଥିଲେ ସାଙ୍ଗରେ ଅଧିକ କ୍ୟାଶ୍‌ ନିଅନ୍ତୁ ନାହିଁ। ଚୋରି ହେବାର ଭୟ ରହିବ ନାହିଁ। ଡିଜିଟାଲ୍‌ ମନି ବ୍ୟବହାର କରିବା ପାଇଁ ସବୁ ସୁବିଧା ନେଇ ଯାଆନ୍ତୁ ଏବଂ ଫୋନ୍‌ କିମ୍ବା କାର୍ଡକୁ ଯତ୍ନରେ ନିଜ ପାଖରେ ରଖନ୍ତୁ।
ମୋବାଇଲ ବାଲାନ୍ସ ଓ ଚାର୍ଜ: ସବୁଠୁ ବଡ଼ କଥା ହେଉଛି ଏକା କୌଣସି ସ୍ଥାନକୁ ଯାଉଥିଲେ ନିଜ ସହ ଯୋଗାଯୋଗ କରିବା ପାଇଁ ବିଭିନ୍ନ ମାଧ୍ୟମ ସମ୍ପର୍କରେ ପରିବାର ଲୋକଙ୍କୁ ସବୁ ସୂଚନା ଦେଇଥାନ୍ତୁ। ମୋବାଇଲରେ ବାଲାନ୍ସ କିମ୍ବା ଚାର୍ଜ ଯେପରି ଶେଷ ନ ହୁଏ ସେଥିପ୍ରତି ପୂର୍ବରୁ ପ୍ରସ୍ତୁତ ହୋଇ ଯାଆନ୍ତୁ। ଏହା ବ୍ୟତୀତ ଏକା ଯାତ୍ରା କରୁଥିଲେ ସେସମ୍ପର୍କରେ ସୋସିଆଲ ମଡିଆରେ କୌଣସି ତଥ୍ୟ ଶେୟାର କରନ୍ତୁ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri