ପଟ୍ଟାମୁଣ୍ଡାଇ,୮।୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ଘଟଣାରେ ମୁହିଁ ଖୋଲିଛନ୍ତି ଅଟକ ପୁରୁଷ ବନ୍ଧୁଙ୍କ ମା’ ଏବଂ ଭଉଣୀ। ପୁଅକୁ ଫସାଇ ଦିଆଯାଇଥିବା ଅଟକ ଯୁବକଙ୍କ ମା’ ସାଙ୍ଘାତିକ ଅଭିଯୋଗ କରିଛନ୍ତି।
ଉଭୟପୁଅ-ଝିଅ ପରସ୍ପରକୁ ଭଲ ପାଉଥିଲେ। ଏହି କଥା ଝିଅଙ୍କ ମା’ ବାପା ଜାଣିଛନ୍ତି। ଭିଡିଓ ଭାଇରାଲ ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ମୋ ପୁଅକୁ ଫସାଇ ଦିଆଯାଇଥିବା ଯୁବକଙ୍କ ମା’ ଗଣମାଧ୍ୟମ ଆଗରେ ଅଭିଯୋଗ କହିଛନ୍ତି।
ଝିଅକୁ ତାଙ୍କର ମା’ ବାପା ମାରିଛନ୍ତି, ବନ୍ଧା ଅବସ୍ଥାରେ ଝିଅର ମୃତଦେହ ମିଳିଥିଲା। ୨୦ ଲକ୍ଷ ଟଙ୍କା ପାଇଁ ତାଙ୍କ ବାପା ଝିଅକୁ ମାରିଛନ୍ତି। ମୋ ପୁଅ ନିର୍ଦ୍ଦୋଷ, ୩ ମାସ ହେଲା ଚେନ୍ନାଇରେ ଥିଲା। ତାଙ୍କ ଘର ଲୋକ ଝିଅକୁ ମାଡ଼ ମାରୁଥିଲେ। ଅନ୍ୟପକ୍ଷେ ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବେ ବୋଲି ଅଟକ ଯୁବକଙ୍କ ମା’ କଡ଼ା ଚେତାବନୀ ଦେଇଛନ୍ତି।


