ଟାଟା ଷ୍ଟିଲ୍‌ ପକ୍ଷରୁ ଟିଏମ୍‌ଟି ବାର୍‌ ପରିବହନ

ଭୁବନେଶ୍ୱର,୧୭।୨:ଟାଟା ଷ୍ଟିଲ୍‌ ପକ୍ଷରୁ ଇଣ୍ଡୋ-ବାଂଲାଦେଶ ପ୍ରୋଟୋକଲ୍‌ ରୁଟ୍‌କୁ ବ୍ୟବହାରକରି ପଶ୍ଚିମବଙ୍ଗରୁ ତ୍ରିପୁରାକୁ ମଲ୍ଟି-ମୋଡାଲ ମାଧ୍ୟମରେ ଟିଏମ୍‌ଟି ବାର୍‌ ପରିବହନ କରାଯାଇଛି। ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଉପସଭାପତି ଜିଏସ୍‌ପି ଆଣ୍ଡ୍‌ ସପ୍ଲାଏ ଚେନ୍‌ ପୀୟୂଷ ଗୁପ୍ତା କହିଛନ୍ତି, ଅନ୍ତର୍ଦ୍ଦେଶୀୟ ଜଳପଥକୁ ବ୍ୟବହାର ପାଇଁ ଉଭୟ ଭାରତ ଓ ବାଂଲାଦେଶ ନିମନ୍ତେ ଇଣ୍ଡୋ-ବାଂଲାଦେଶ ପ୍ରୋଟୋକଲ୍‌ ରୁଟ୍‌ ଏକ ଭରସାଯୋଗ୍ୟ ସମନ୍ବିତ ଲଜିଷ୍ଟିକ୍ସ ସମାଧାନରେ ପରିଣତ ହୋଇଛି। ବିଶେଷ କରି ଉତ୍ତର ପୂର୍ବାଞ୍ଚଳରେ ବୃଦ୍ଧି ପାଉଥିବା ବଜାରକୁ ଭଲ ଭାବେ ସାମଗ୍ରୀ ଯୋଗାଇ ଗ୍ରାହକମାନଙ୍କ ନିକଟରେ ପହଞ୍ଚିବାରେ ଏହା ଆହୁରି ସହାୟକ ହୋଇପାରିବ। ପରିବହନର ମାଧ୍ୟମ ଓ ମଲ୍ଟିମୋଡାଲ ମାଲ ପରିବହନର ଏକ ମାଧ୍ୟମ ଭାବେ ଏହି ରୁଟ୍‌ ଏକ ଚମତ୍କାର ଉଦାହରଣ। ଏହା ପିଏମ୍‌ ଗତିଶକ୍ତି କାର୍ଯ୍ୟକ୍ରମକୁ ସମର୍ଥନ କରିବାର ଏକ ଉଦ୍ୟମ ଏବଂ କମ୍ପାନୀର ସ୍କୋପ୍‌ ୩ କାର୍ବନ ପରିମାଣ କମ୍‌ କରିବା ଦିଗରେ ଏକ ଅଭିଯାନ। ଏହା ଇସ୍ପାତ କ୍ଷେତ୍ରକୁ ଡିକାର୍ବନାଇଜ୍‌ କରିବାରେ ଯୋଗଦାନ ପ୍ରଦାନ କରିବ। ସେହିଭଳି ଟାଟା ଷ୍ଟିଲ୍‌ର ଚିଫ୍‌ ଗ୍ରୁପ୍‌ ଶିପିଙ୍ଗ୍‌ ରଞ୍ଜନ ସିହ୍ନା କହିଛନ୍ତି, ଏହି ପରିବହନ ଲାଗି ଟିଏମ୍‌ଆଇଏଲ୍‌ଏଲ୍‌ ଟିମ୍‌ ସହିତ ଟାଟା ଷ୍ଟିଲ୍‌ କରିଥିବା ଉଦ୍ୟମ ପ୍ରଶଂସାଯୋଗ୍ୟ। ନିଜ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଲାଗି ଏହି ସମୟକୁ ଆହୁରି ହ୍ରାସ କରିବାକୁ କମ୍ପାନୀ ଆଶା ରଖିଛି। ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଅତିରିକ୍ତ ଓ ଛୋଟ ଅଞ୍ଚଳଗୁଡ଼ିକୁ ସେବା ପ୍ରଦାନ କରିବା ଲାଗି ଏହି ରୁଟ୍‌କୁ ବ୍ୟବହାର କରିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri