ଟାଟା ଷ୍ଟିଲ୍‌ ପକ୍ଷରୁ ଟିଏମ୍‌ଟି ବାର୍‌ ପରିବହନ

ଭୁବନେଶ୍ୱର,୧୭।୨:ଟାଟା ଷ୍ଟିଲ୍‌ ପକ୍ଷରୁ ଇଣ୍ଡୋ-ବାଂଲାଦେଶ ପ୍ରୋଟୋକଲ୍‌ ରୁଟ୍‌କୁ ବ୍ୟବହାରକରି ପଶ୍ଚିମବଙ୍ଗରୁ ତ୍ରିପୁରାକୁ ମଲ୍ଟି-ମୋଡାଲ ମାଧ୍ୟମରେ ଟିଏମ୍‌ଟି ବାର୍‌ ପରିବହନ କରାଯାଇଛି। ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଉପସଭାପତି ଜିଏସ୍‌ପି ଆଣ୍ଡ୍‌ ସପ୍ଲାଏ ଚେନ୍‌ ପୀୟୂଷ ଗୁପ୍ତା କହିଛନ୍ତି, ଅନ୍ତର୍ଦ୍ଦେଶୀୟ ଜଳପଥକୁ ବ୍ୟବହାର ପାଇଁ ଉଭୟ ଭାରତ ଓ ବାଂଲାଦେଶ ନିମନ୍ତେ ଇଣ୍ଡୋ-ବାଂଲାଦେଶ ପ୍ରୋଟୋକଲ୍‌ ରୁଟ୍‌ ଏକ ଭରସାଯୋଗ୍ୟ ସମନ୍ବିତ ଲଜିଷ୍ଟିକ୍ସ ସମାଧାନରେ ପରିଣତ ହୋଇଛି। ବିଶେଷ କରି ଉତ୍ତର ପୂର୍ବାଞ୍ଚଳରେ ବୃଦ୍ଧି ପାଉଥିବା ବଜାରକୁ ଭଲ ଭାବେ ସାମଗ୍ରୀ ଯୋଗାଇ ଗ୍ରାହକମାନଙ୍କ ନିକଟରେ ପହଞ୍ଚିବାରେ ଏହା ଆହୁରି ସହାୟକ ହୋଇପାରିବ। ପରିବହନର ମାଧ୍ୟମ ଓ ମଲ୍ଟିମୋଡାଲ ମାଲ ପରିବହନର ଏକ ମାଧ୍ୟମ ଭାବେ ଏହି ରୁଟ୍‌ ଏକ ଚମତ୍କାର ଉଦାହରଣ। ଏହା ପିଏମ୍‌ ଗତିଶକ୍ତି କାର୍ଯ୍ୟକ୍ରମକୁ ସମର୍ଥନ କରିବାର ଏକ ଉଦ୍ୟମ ଏବଂ କମ୍ପାନୀର ସ୍କୋପ୍‌ ୩ କାର୍ବନ ପରିମାଣ କମ୍‌ କରିବା ଦିଗରେ ଏକ ଅଭିଯାନ। ଏହା ଇସ୍ପାତ କ୍ଷେତ୍ରକୁ ଡିକାର୍ବନାଇଜ୍‌ କରିବାରେ ଯୋଗଦାନ ପ୍ରଦାନ କରିବ। ସେହିଭଳି ଟାଟା ଷ୍ଟିଲ୍‌ର ଚିଫ୍‌ ଗ୍ରୁପ୍‌ ଶିପିଙ୍ଗ୍‌ ରଞ୍ଜନ ସିହ୍ନା କହିଛନ୍ତି, ଏହି ପରିବହନ ଲାଗି ଟିଏମ୍‌ଆଇଏଲ୍‌ଏଲ୍‌ ଟିମ୍‌ ସହିତ ଟାଟା ଷ୍ଟିଲ୍‌ କରିଥିବା ଉଦ୍ୟମ ପ୍ରଶଂସାଯୋଗ୍ୟ। ନିଜ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଲାଗି ଏହି ସମୟକୁ ଆହୁରି ହ୍ରାସ କରିବାକୁ କମ୍ପାନୀ ଆଶା ରଖିଛି। ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଅତିରିକ୍ତ ଓ ଛୋଟ ଅଞ୍ଚଳଗୁଡ଼ିକୁ ସେବା ପ୍ରଦାନ କରିବା ଲାଗି ଏହି ରୁଟ୍‌କୁ ବ୍ୟବହାର କରିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?