ଗୋଟିଏ ନମ୍ବର ପ୍ଲେଟରେ ୨ ବସ୍‌ ଜବତ କଲା ପରିବହନ ଓ ପୋଲିସ ବିଭାଗ

ଭବାନୀପାଟଣା,୨୮ା୪ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସମାନ ନମ୍ବର ପ୍ଲେଟ ଥାଇ ୨ଟି ଘରୋଇ ବସ୍‌ ଚାଲୁଥିବାବେଳେ ପରିବହନ ଓ ପୋଲିସ ବିଭାଗ ହାତରେ ଧରାପଡିଛି। ଏହାକୁ ନେଇ ଜିଲାରେ ଏବେ ଚର୍ଚ୍ଚା ଚାଲିଛି। ମାଣିକେଶ୍ୱରୀ ଟ୍ରାଭେଲ୍ସର ଏହି ୨ଟି ଏକ୍ସପ୍ରେସ ବସ୍‌ କଳାହାଣ୍ଡିରୁ କଟକ, ଭୁବନେଶ୍ୱରକୁ ଯାଉଥିଲା। ଏହି ୨ଟି ବସ୍‌ର ନମ୍ବର ଓଡି୦୮ଜି- ୩୧୮୮ ରହିଛି। ୨ ବସ୍‌ର ନମ୍ବର ଗୋଟିଏ ଜଣାପଡିବା ପରେ ପରିବହନ ବିଭାଗ ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏ ନେଇ ଟାଉନ ଥାନା ଅଧିକାରୀ ଯଶୋବନ୍ତ ହିଆଲଙ୍କୁ ପଚାରିବାରୁ ୨ ବସ୍‌କୁ ଜବତ କରାଯାଇ ଘଟଣାର ଅଧିକ ଯାଞ୍ଚ ଚାଲିଛି ବୋଲି କହିଥିଲେ।