୩ ବିଲିୟନ ଡଲାରର ମେଟାଭର୍ସ ନିର୍ମାଣ କରିବ ଟ୍ରାନ୍ସଲୁସିଆ

ନୂଆଦିଲ୍ଲୀ,୧୨।୧୦: ଟି ଆଣ୍ଡ୍‌ ବି ମିଡିଆ ଗ୍ଲୋବାଲ (ଥାଇଲାଣ୍ଡ)ର ଏକ ସହାୟକ କମ୍ପାନୀ ଟ୍ରାନ୍ସଲୁସିଆ ୩ ବିଲିୟନ ଡଲାର ମୂଲ୍ୟର ଏକ ଭର୍ଚୁଆଲ ୱାଲର୍‌ଡ ସୃଷ୍ଟି କରିବା ପାଇଁ ମେଟାଭର୍ସ ଏଲିମେଣ୍ଟ ସହ ଏକ ବିସ୍ତୃତ ଇକୋସିଷ୍ଟମ ନିର୍ମାଣ କରିବା ଲାଗି ଭାରତୀୟ ବଜାରରେ ପ୍ରବେଶ କରିଛି। ସେଥିପାଇଁ କମ୍ପାନୀ ଏକ ସ୍ପେଶିଆଲିଷ୍ଟ ଇମର୍ସିଭ୍‌ ଓ ଏକ୍ସଟେଣ୍ଡେଡ୍‌ ରିୟଲିଟି କମ୍ପାନୀ ସୁନୋଭାଟେକ୍‌ ଇଣ୍ଡିଆ ସହ ସହଭାଗିତା ମଧ୍ୟ କରିଛି। ଏହି ଅନ୍ତର୍ଜାତୀୟ ସହଭାଗିତାରେ ଅନ୍ୟ ସହଯୋଗୀଙ୍କ ମଧ୍ୟରେ ସିଗ୍‌ନମ୍‌, ଟୁ ବୁଲ୍‌ସ ଓ ବ୍ଲାକ୍‌ ଫ୍ଲେମ୍‌ ମଧ୍ୟ ସାମିଲ ରହିଛନ୍ତି। ଏହି ସହଭାଗିତା ଅଧୀନରେ ସୁନୋଭାଟେକ୍‌ ୩ଡି ସମ୍ପତ୍ତି, ପରିବେଶ ଓ ମେଟାଭର୍ସର ମଡ୍ୟୁଲ ନିର୍ମାଣ କରିବା ପାଇଁ ଏକ ପ୍ରଡକ୍ସନ ହବ୍‌ ଭାବେ କାର୍ଯ୍ୟ କରିବ।
ଏ ସମ୍ପର୍କରେ ଟ୍ରାନ୍ସଲୁସିଆର ପ୍ରତିଷ୍ଠାତା ଏବଂ ଟି ଆଣ୍ଡ୍‌ ବି ମିଡିଆ ଗ୍ଲୋବାଲର ପ୍ରତିଷ୍ଠାତା ଓ ସିଇଓ ଡ. ଜ୍ୱାନୱତ୍‌ ଅହରିୟାବ୍ରାରେମ୍ପ କହିଛନ୍ତି, ଗ୍ଲୋବାଲ ଏକ୍ସପର୍ଟଙ୍କ ସହ ସହଭାଗିତା ଟ୍ରାନ୍ସଲୁସିଆକୁ ଅନ୍ୟ ମେଟାଭର୍ସ ସହ ଉପଯୁକ୍ତ ଭାବେ ଏକୀଭୂତ ହେବା ପାଇଁ ସକ୍ଷମ କରିବ। ଆମର ଗ୍ଲୋବାଲ ପାର୍ଟନରଙ୍କ ସମେତ ସୁନୋଭାଟେକ୍‌ ସହ କାର୍ଯ୍ୟ କରି ଆମେ ଖୁସି ଅନୁଭବ କରୁଛୁ। ଆସନ୍ତା ବର୍ଷ ଆମେ ଆମର ଭର୍ଚୁଆଲ ଏକ୍ସପେରିଏନ୍ସର ଶୁଭାରମ୍ଭରେ ଟ୍ରାନ୍ସଲୁସିଆର ସ୍ବତନ୍ତ୍ରତାକୁ ଉନ୍ମୋଚନ କରିବୁ। ଟ୍ରାନ୍ସଲୁସିଆ ୱେବ୍‌ ୩.୦ର କ୍ଷମତାଗୁଡିକୁ ବ୍ୟବହାର କରି ଅନ୍ୟ ମେଟାଭର୍ସ ସହ ଇଣ୍ଟର କନେକ୍ଟିଭିଟି ପାଇଁ ସକ୍ଷମ ଏକ ‘ଇନ୍‌ଫିନାଇଟ୍‌ ୟୁନିଭର୍ସ’ ବିକଶିତ କରିବାକୁ ଲକ୍ଷ୍ୟ ରଖିଛି। ସେହିପରି ସୁନୋଭାଟେକ୍‌ର ପ୍ରତିଷ୍ଠାତା ରିଷି ଆହୁଜା କହିଛନ୍ତି, ଏହି ସହଭାଗିତା ସ୍ବତନ୍ତ୍ର ଭାବେ ସୁନୋଭାଟେକ୍‌ ମାଲିକାନାରେ ଟ୍ରାନ୍ସଲୁସିଆ ପାଇଁ ବହୁସଂଖ୍ୟକ ୩ଡି ଆସେଟ୍‌ ପାଇଁ ପହଞ୍ଚ ପ୍ରଦାନ କରିବ। ସୁନୋଭାଟେକ୍‌ର ସଂଶୋଧନଗୁଡିକ ଟ୍ରାନ୍ସଲୁସିଆର ଇଣ୍ଟରକନେକ୍ଟେଡ୍‌ ମେଟାଭର୍ସକୁ ଡେଲିଭର କରିବା ପାଇଁ ବିଭିନ୍ନ ହିତାଧିକାରୀଙ୍କ ସହ ଏକ ସର୍ଭିସ୍‌ କଣ୍ଟ୍ରାକ୍ଟ ଭାବେ ମେଟାଭର୍ସର ବିଭିନ୍ନ ଉପାଦାନ ଓ ସମ୍ପତ୍ତି ନିର୍ମାଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri