ବରଗଡ଼,୨୫ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଚୋରି, ଲୁଟ୍ପାଟ, ନିଶା କାରବାର ବଢ଼ି ଚାଲି ଥିବା ଯୋଗୁ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଅନ୍ୟପକ୍ଷରେ ପୋଲିସ ମଧ୍ୟ ଏଠାରେ ଅସୁରକ୍ଷିତ ହୋଇପଡ଼ିଛି। ରବିବାର ବରଗଡ଼ ସହରର କେନ୍ଦ୍ରସ୍ଥଳୀ ଗାନ୍ଧିଛକରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତା ଉପରେ ପୋଲିସ ଉପରକୁ କିନ୍ନରମାନେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଟ୍ରାଫିକ୍ ଇନ୍ସପେକ୍ଟର ମଙ୍ଗଳ କିସ୍କୁ ଲହୁଲୁହାଣ ହୋଇପଡ଼ିଛନ୍ତି। ବରଗଡ଼ ଡାକ୍ତରଖାନାରେ ସେ ଚିକିତ୍ସିତ ହୋଇଛନ୍ତି। ସ୍ଥାନୀୟ ଟାଉନ ଥାନା ପୋଲିସ ୨ କିନ୍ନରଙ୍କୁ ଅଟକ ରଖି ତଦନ୍ତ ଚଲାଇଛି।


