କିନ୍ନର ହତ୍ୟା ଘଟଣା: ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ, ଗହୀର ମଝିରେ ଏକୁଟିଆ ରହୁଥିବାବେଳେ…

ପିପିଲି,୨୩ା୨: ପିପିଲି ସିଫା ନିକଟରେ କିନ୍ନରଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଛବିନ କାଣ୍ଡିଙ୍କୁ ଗିରଫ କରିଛି ପୋଲିସ। ତେବେ ହତ୍ୟାକାଣ୍ଡର ୨୦ ଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। କୋଣାର୍କର ରାମଚଣ୍ଡୀ ଅଞ୍ଚଳ ଗହୀର ମଝିରେ ଏକୁଟିଆ ରହୁଥିବାବେଳେ ଛବିନଙ୍କୁ ପୋଲିସ ଗିରଫ କରିଛନ୍ତି। ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି ପୋଲିସ।

ସୂଚନାଯୋଗ୍ୟ ଯେ, ମୃତ କିନ୍ନର ହେଲେ କଟକ ଜିଲା ସାଲେପୁର ଅଞ୍ଚଳର ଦିନେଶ ଓରଫ୍‌ ସୋନାକ୍ଷୀ। ସେ ଭୁବନେଶ୍ୱରରେ ଭଡ଼ାଘରେ ରହୁଥିଲେ। ୧ ତାରିଖ ରାତି ପ୍ରାୟ ୮ଟାରେ ସୋନାକ୍ଷୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିରହିଥିଲେ। କିଛି ସମୟ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଅନ୍ୟ ସହଯୋଗୀମାନେ ଦେଖି ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Dharitri –Odisha’s No.1 Trusted Odia Daily

Share