Posted inଫୁରସତ

ପ୍ରବଳ ଗରମରୁ ବାଦ୍‌ ପଡ଼ିଲାନି ଟ୍ରାନ୍ସଫର୍ମର, ପାଣି ସିଞ୍ଚନ ପରେ ହେଲା କାର୍ଯ୍ୟକ୍ଷମ, ଭାଇରାଲ ହେଉଛି ଭିଡିଓ…

ପ୍ରବଳ ଉତ୍ତାପ ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ସୂର୍ଯ୍ୟ ଦେବତାଙ୍କ ତାପପାତ୍ରା ୪୫ ଡିଗ୍ର୍ରୀରୁ କମ୍‌ ରହୁନି। ପ୍ରବଳ ଉତ୍ତାପରେ ମଣିଷ, ପଶୁପକ୍ଷୀ ପାଣି ଟିକେ ପାଇଁ ଡହଳବିକଳ ହେଉଛନ୍ତି। ଏଭଳି ପରିସ୍ଥିତିରେ ନିର୍ଜୀବ ବସ୍ତୁଗୁଡ଼ିକ ମଧ୍ୟ ପାଣି ଦରକାର କରୁଛନ୍ତି। କାରଣ ଅତ୍ୟଧିକ ଗରମରେ ସେଗୁଡ଼ିକ ମଧ୍ୟ ବନ୍ଦ ହୋଇଯାଏ। ଏବେ ସୋସିଆଲ ମିଡିଆରେ ଏକ ଟ୍ରାନ୍ସଫର୍ମରର ଫଟୋ ଭାଇରାଲ ହେଉଛି।

ଅତ୍ୟଧିକ ଗରମ ଯୋଗୁ ଟ୍ରାନ୍ସଫର୍ମରକୁ ବନ୍ଦ କରିବାକୁ ପଡ଼ିଲା। ପରେ ଏହା ଉପରେ ପାଇପ୍‌ ଯୋଗେ ପାଣି ସିଞ୍ଚନ କରାଯାଇଥିଲା। କେବଳ ଏତିକି ନୁହେଁ, ଟ୍ରାନ୍ସଫର୍ମରକୁ ଥଣ୍ଡା କରିବା ପାଇଁ ଏକ ଫ୍ୟାନ୍‌ ମଧ୍ୟ ବ୍ୟବହାର କରାଯାଇଥିଲା। ଯାହାଦ୍ୱାରା ଟ୍ରାନ୍ସଫର୍ମରର ତାପମାତ୍ରା ହ୍ରାସ ହୋଇପାରିବ ଏବଂ ଟ୍ରାନ୍ସଫର୍ମର ଚାଲିବାକୁ ପ୍ରସ୍ତୁତ ହୋଇପାରିବ।

ଉତ୍ତରପ୍ରଦେଶର ବସ୍ତି ଜିଲାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। କଲଓ୍ବାରୀ ପାଓ୍ବାର ସବ୍‌ଷ୍ଟେଶନର ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ୪୬ ଡିଗ୍ରୀ ତାପମାତ୍ରାରେ ଗରମ ହେବା ପରେ ଟ୍ରାନ୍ସଫର୍ମର ବନ୍ଦ ହୋଇଯାଇଥିଲା। ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ଏହାକୁ ଥଣ୍ଡା କରିବା ପାଇଁ ଟ୍ରାନ୍ସଫର୍ମରକୁ ପାଣି ପକାଉଥିବା ଦେଖିବାକୁ ମିଳିଥିଲା।

ଅଧୀକ୍ଷକ ଇଞ୍ଜିନିୟର ଏସ.କେ ଆର୍ଯ୍ୟ କହିଛନ୍ତି, ଏହି ସମୟରେ ଉତ୍ତାପ ଶିଖରରେ ରହିଛି। ତେଣୁ ବୈଦ୍ୟୁତିକ ଉପକରଣଗୁଡ଼ିକ ମଧ୍ୟ ଗରମ ହୋଇଯାଉଛି। କଲଓ୍ବାରୀରେ ସ୍ଥାପିତ ପୁରୁଣା ଟ୍ରାନ୍ସଫର୍ମର ବନ୍ଦ ହୋଇଯାଇଥିଲା। ଯେଉଁଥିପାଇଁ ବିଦ୍ୟୁତ ଯୋଗାଣ ବନ୍ଦ ହୋଇ ପାଣିରେ ଥଣ୍ଡା ହେବାକୁ ପଡ଼ିଲା। ଯାହା ପରେ ଏହା ପୁନଃ ଆରମ୍ଭ ହୋଇ ସୁରୁଖୁରୁରେ ବିଦ୍ୟୁତ୍‌ ଯୋଗାଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର

ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…

କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…

ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…

ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ମଇଦାନରେ ଅଛନ୍ତି ଏମାନେ, ଆଜି ଫଳାଫଳ ଘୋଷଣା

ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର…

ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…

ମୋଦି-ଟ୍ରମ୍ପଙ୍କ ଫୋନ କଲ୍‌ରେ ଏଲନ ମସ୍କଙ୍କ ଉପସ୍ଥିତିକୁ ନେଇ କୂଟନୈତିକ ମହଲରେ ହଇଚଇ

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ ଆଲୋଚନା ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। କିନ୍ତୁ ଏହି ଆଲୋଚନା…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri