କଟକ,୨୯ା୧୦(ନି.ପ୍ର.): ଦୀର୍ଘଦିନ ଧରି କୁକୁଡ଼ା ଚାଷ କରୁଥିବା ଚାଷୀ ଓ ଚାଷୀଙ୍କୁ କୁକୁଡା ଛୁୂଆ, ଦାନା ଓ ଔଷଧ ଆଦି ଯୋଗାଉଥିବା କମ୍ପାନୀମାନଙ୍କ ମଧ୍ୟରେ ଲାଭାଂଶକୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ଶୁକ୍ରବାର ସ୍ଥାନୀୟ ବାଦାମବାଡିସ୍ଥିତ ବିସାଲ ଇନ୍ ହୋଟେଲରେ କୁକୁଡ଼ା ବିକ୍ରେତା ସଂଘର ବରିଷ୍ଠ ସଦସ୍ୟ ପ୍ରବୋଧ କୁମାର ସାହାଣୀଙ୍କ ନେତୃତ୍ୱରେ ଏକ ବୈଠକର ଆୟୋଜନ କରାଯାଇଥିଲାା ବିଶେଷକରି କୁକୁଡା ଚାଷ କରୁଥିବା ଚାଷୀଙ୍କ ପାଖରୁ କମ୍ପାନୀମାନେ କୁକୁଡା ଉଠାଣ କରି ଗାଡି ମାଧ୍ୟମରେ ବିକ୍ରେତାଙ୍କ ପାଖରେ ପହଞ୍ଚାଇଥାନ୍ତି। ହେଲେ ଗାଡ଼ି ଯୋଗେ କୁକୁଡା ଆସୁଥିବା ବେଳେ କିଛି ଚାଷୀ ଓ ଅସାମାଜିକ ବ୍ୟକ୍ତି ରାସ୍ତା ମଝିରେ ଗାଡିକୁ ଅଟକାଇ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିଥାନ୍ତି। ଯାହାଦ୍ୱାରା କୁକୁଡା ବିକ୍ରେତାଙ୍କ ପାଖରେ କୁକୁଡା ଠିକ୍ ଭାବରେ ପହଞ୍ଚ ପାରି ନ ଥାଏ। ଫଳରେ ଗ୍ରାହକମାନେ ଏହା ଦ୍ୱାରା ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଉକ୍ତ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ରାଜ୍ୟ କୁକୁଡା ବିକ୍ରେତା ସଂଘ ପକ୍ଷରୁ ଏକ ବୁଝାବଣା ହୋଇଥିବା ଜଣାପଡିଛି। ମୁଖ୍ୟତଃ ଚାଷୀଙ୍କ ଲାଭାଂଶକୁ ନେଇ ଏହି ବିବାଦ ଦେଖା ଦେଇଥିଲା। ଏହି ବିବାଦର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଚାଷୀ ଓ କମ୍ପାନୀ ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣାରେ କାରବାର ହେବ ବୋଲି ବୈଠକରେ ସହମତି ପ୍ରକାଶ ପାଇଛି। ଏଥିରେ ସୁଗୁଣା ଆଇବି, ପଶୁପତି, ସାଲିମାର, ଇଷ୍ଟର୍ଣ୍ଣ, ପୋଲଟେକ୍, ଜେକେ, ଭୈରବୀ, ବାରାମତୀ, ସାହୁ ଟ୍ରେଡର ଓ ସୌରୀ ଫିଡ୍ ଆଦି କୁକୁଡା କମ୍ପାନୀ ଏବଂ ଚାଷୀଙ୍କ ମଧ୍ୟରେ ବିସ୍ତୁର ଆଲୋଚନା ହୋଇଥିଲାା

ପିଜିଆଇ ଇଣ୍ଡିଆର ‘ମେନ୍ ଅଫ୍ ପ୍ଲାଟିନମ’ କଲେକ୍ସନ
ଭୁବନେଶ୍ୱର,୨୮।୧୧: ପ୍ଲାଟିନମ୍ ଗିଲ୍ଡ ଇଣ୍ଡିଆ (ପିଜିଆଇ) ପକ୍ଷରୁ ପୁରୁଷମାନଙ୍କ ପାଇଁ ଏହାର ନୂଆ କଲେକ୍ସନ‘ ମେନ ଅଫ୍ ପ୍ଲାଟିନମ୍’ ରେଞ୍ଜ ବଜାରକୁ ଆସିଛି। ଏହି ନୂତନ...

ହୋଣ୍ଡା ୱିନ୍-ୱିନ୍ ଅଫରର ଶୁଭାରମ୍ଭ
ନୂଆଦିଲ୍ଲୀ,୨୨।୬: ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟ ଲିମିଟେଡ୍ (ଏଚ୍ଆଇପିପି) ପକ୍ଷରୁ ଏକ ଅଭିନବ ଯୋଜନା ‘ହୋଣ୍ଡା ୱିନ୍-ୱିନ୍ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ଆର୍ଥତ୍କ ପ୍ୟାକେଜକୁ ନେଇ ପ୍ରଶ୍ନ ଉଠିଲା
ନୂଆଦିଲ୍ଲୀ,୧୪।୬: କରୋନା ମହାମାରୀ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ସାମ୍ନାରେ ଆସିଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ଏକ...

ଖସିଲା ଶେୟାର ବଜାର କାରବାର
ନୂଆଦିଲ୍ଲୀ,୨୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

ପ୍ରଯୁକ୍ତିଭିତ୍ତିକ ପଦକ୍ଷେପକୁ ଟିପିସିଓଡିଏଲ୍ର ଗୁରୁତ୍ୱ
ଭୁବନେଶ୍ୱର,୨୯।୬: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ‘ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍’ (ଟିପିସିଓଡିଏଲ୍) ପକ୍ଷରୁ ବିଦ୍ୟୁତ୍ ନେଟ୍ୱର୍କ ବ୍ୟବସ୍ଥାକୁ ସୁଦୃଢ଼...

ଅଭିବୃଦ୍ଧି ନେଇ ସରକାରଙ୍କ ଚିନ୍ତା
ନୂଆଦିଲ୍ଲୀ,୧।୫: ଲକ୍ଡାଉନ ପରେ ଦେଶର ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଛିଡା କରାଇବା ଲାଗି ସରକାର ଯୋଜନା ହାତକୁ ନେଉଛନ୍ତି। ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାକୁ...

ଶେଷ କିଷାନ ପାଇବେ ଭାରତ ଗୌରବ ସମ୍ମାନ
କଟକ,୧୭।୯: ଦୀର୍ଘ ୨୩ବର୍ଷ ଧରି ନିରନ୍ତର ଭାବେ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଭାରତ ମସଲା କମ୍ପାନୀ ଆସନ୍ତା ଗଣେଶ ପୂଜାରେ ୨୪ତମ ପ୍ରତିଷ୍ଠା...

୧୦୦୦ ତଳକୁ ଖସିଲା ପେଟିଏମ୍ ଶେୟାର
ମୁମ୍ବାଇ,୨୦।୧: ଦେଶର ଅଗ୍ରଣୀ ଡିଜିଟାଲ ପେମେଣ୍ଟ ସେବା ପ୍ରଦାନକାରୀ ସଂସ୍ଥା ପେଟିଏମ୍ ନିବେଶକଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି। ବୁଧବାର ଏହାର ଶେୟାର ୫%...