କଟକ,୨୯ା୧୦(ନି.ପ୍ର.): ଦୀର୍ଘଦିନ ଧରି କୁକୁଡ଼ା ଚାଷ କରୁଥିବା ଚାଷୀ ଓ ଚାଷୀଙ୍କୁ କୁକୁଡା ଛୁୂଆ, ଦାନା ଓ ଔଷଧ ଆଦି ଯୋଗାଉଥିବା କମ୍ପାନୀମାନଙ୍କ ମଧ୍ୟରେ ଲାଭାଂଶକୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ଶୁକ୍ରବାର ସ୍ଥାନୀୟ ବାଦାମବାଡିସ୍ଥିତ ବିସାଲ ଇନ୍ ହୋଟେଲରେ କୁକୁଡ଼ା ବିକ୍ରେତା ସଂଘର ବରିଷ୍ଠ ସଦସ୍ୟ ପ୍ରବୋଧ କୁମାର ସାହାଣୀଙ୍କ ନେତୃତ୍ୱରେ ଏକ ବୈଠକର ଆୟୋଜନ କରାଯାଇଥିଲାା ବିଶେଷକରି କୁକୁଡା ଚାଷ କରୁଥିବା ଚାଷୀଙ୍କ ପାଖରୁ କମ୍ପାନୀମାନେ କୁକୁଡା ଉଠାଣ କରି ଗାଡି ମାଧ୍ୟମରେ ବିକ୍ରେତାଙ୍କ ପାଖରେ ପହଞ୍ଚାଇଥାନ୍ତି। ହେଲେ ଗାଡ଼ି ଯୋଗେ କୁକୁଡା ଆସୁଥିବା ବେଳେ କିଛି ଚାଷୀ ଓ ଅସାମାଜିକ ବ୍ୟକ୍ତି ରାସ୍ତା ମଝିରେ ଗାଡିକୁ ଅଟକାଇ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିଥାନ୍ତି। ଯାହାଦ୍ୱାରା କୁକୁଡା ବିକ୍ରେତାଙ୍କ ପାଖରେ କୁକୁଡା ଠିକ୍ ଭାବରେ ପହଞ୍ଚ ପାରି ନ ଥାଏ। ଫଳରେ ଗ୍ରାହକମାନେ ଏହା ଦ୍ୱାରା ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଉକ୍ତ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ରାଜ୍ୟ କୁକୁଡା ବିକ୍ରେତା ସଂଘ ପକ୍ଷରୁ ଏକ ବୁଝାବଣା ହୋଇଥିବା ଜଣାପଡିଛି। ମୁଖ୍ୟତଃ ଚାଷୀଙ୍କ ଲାଭାଂଶକୁ ନେଇ ଏହି ବିବାଦ ଦେଖା ଦେଇଥିଲା। ଏହି ବିବାଦର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଚାଷୀ ଓ କମ୍ପାନୀ ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣାରେ କାରବାର ହେବ ବୋଲି ବୈଠକରେ ସହମତି ପ୍ରକାଶ ପାଇଛି। ଏଥିରେ ସୁଗୁଣା ଆଇବି, ପଶୁପତି, ସାଲିମାର, ଇଷ୍ଟର୍ଣ୍ଣ, ପୋଲଟେକ୍, ଜେକେ, ଭୈରବୀ, ବାରାମତୀ, ସାହୁ ଟ୍ରେଡର ଓ ସୌରୀ ଫିଡ୍ ଆଦି କୁକୁଡା କମ୍ପାନୀ ଏବଂ ଚାଷୀଙ୍କ ମଧ୍ୟରେ ବିସ୍ତୁର ଆଲୋଚନା ହୋଇଥିଲାା
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

