ସପ୍ତାହାନ୍ତ ଲକ୍‌ଡାଉନରୁ କାରବାର କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ,୨୬।୮: କରୋନା ମାମଲା ଥମୁ ନ ଥିବା ଯୋଗୁ ବିଭିନ୍ନ ରାଜ୍ୟରେ ସରକାର ସପ୍ତାହର ଶେଷ ଦିନଗୁଡିକରେ ଲକ୍‌ଡାଉନ କରୁଛନ୍ତି। ଏହାଦ୍ୱାରା କାରବାର କ୍ଷତିଗ୍ରସ୍ତ ହେଉଥିବା ରିଟେଲ ଶିଳ୍ପ ସଂଘ ପକ୍ଷରୁ ସୂଚନା ରହିଛି। ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ଖାଉଟିଙ୍କ ମନୋଭାବ ପ୍ରଭାବିତ ହେଉଥିବା ସଂଘ ପକ୍ଷରୁ କୁହାଯାଇଛି। ପଞ୍ଜାବ, ହରିୟାଣା, କେରଳ, ମଧ୍ୟପ୍ରଦେଶ, ଓଡ଼ିଶା ସମେତ ୧୦ ରାଜ୍ୟରେ ଏଭଳି କଟକଣା ଜାରି ରହିଛି। ସପ୍ତାହରେ ହେଉଥିବା ମୋଟ କାରବାର ମଧ୍ୟରୁ ଶନିବାର ଏବଂ ରବିବାର ପ୍ରାୟ ୪୫% କାରବାର ହୋଇଥାଏ। ଗତ କିଛି ମାସ ଧରି ହୋଇଥିବା କାରବାର କ୍ଷତିକୁ ଭରଣା କରିବା ଲାଗି ବ୍ୟବସାୟୀମାନେ ଲକ୍ଷ୍ୟ ରଖିଥିଲେ। କରୋନା କଟକଣା ବର୍ତ୍ତମାନ ଧୀରେ ଧୀରେ କୋହଳ ହେଉଥିବା ଯୋଗୁ ସପ୍ତାହ ଶେଷର ୨ ଦିନ ଭଲ କାରବାର ହେବା ନେଇ ଅନେକେ ଆଶା କରିଥିଲେ। ହେଲେ କରୋନା ସଂକ୍ରମଣ ବର୍ତ୍ତମାନ ହ୍ରାସ ହେଉ ନ ଥିବା ଯୋଗୁ ସରକାର ଶନିବାର ଏବଂ ରବିବାର ମଧ୍ୟ କଟକଣା ଲଗାଇଛନ୍ତି। ଫଳରେ ଏହା କାରବାରକୁ ପ୍ରଭାବିତ କରୁଥିବା ଖୁଚୁରା ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri