Posted inଜାତୀୟ

ଟ୍ରେନର ଏୟାରକାଫ୍ଟ ଦୁର୍ଘଟଣା: ୨ ପାଇଲଟ ମୃତ, ଶୋକ ପ୍ରକାଶ କଲେ ପ୍ରତିରକ୍ଷା ମନ୍ତ୍ରୀ……

ହାଇଦ୍ରାବାଦ,୪।୧୨ : ସୋମବାର ତେଲଙ୍ଗାନାରେ ଏକ ବାୟୁସେନା ଟ୍ରେନିର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ସକାଳ ୮ଟା ୫୫ରେ ଏହି ଦୁର୍ଘଟଣା ଘଟିଛି। ଭାରତୀୟ ବାୟୁସେନା ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି। ବାୟୁସେନା କହିଛି ରୁଟିନ ଟ୍ରେନିଂ ସମୟରେ ପିସି -୭ ଏମକେ ୨(PC 7 Mk II )ବିମାନରେ ଏକ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ଦୁଇଜଣ ପାଇଲଟ ବିମାନରେ ଥିଲେ। ଉଭୟେ ଗୁରୁତର ଆହତ ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ଘଟିଛି। ତେବେ ଏଥିରେ କୌଣସି ସାଧାରଣ ନାଗରିକଙ୍କର କିଛି କ୍ଷୟକ୍ଷତି ହୋଇ ନାହିଁ।

ଦୁର୍ଘଟଣାର କାରଣ ଜାଣିବା ପାଇଁ ଆଇଏଏଫ କୋର୍ଟ ଫ ଇନକ୍ୱାରୀ ନିର୍ଦ୍ଦେଶ ଦେଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାଇଲଟଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରି ଟୁଇଟ କରିଛନ୍ତି।

ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ପରେ ବିମାନଟି କିଛି ମିନିଟ ମଧ୍ୟରେ ଜଳି ପାଉଁଶ ହୋଇଯାଇଥିଲା। ଏହି ସମୟରେ ଭାରତୀୟ ବାୟୁସେନା ବିମାନରେ କେତେ ଲୋକ ଥିଲେ ସେନେଇ ସ୍ଥାନୀୟ ଲୋକ ଅନିଶ୍ଚିତ ଅଛନ୍ତି। ଗତ ମାସରେ ଅକ୍ଟୋବରରେ ମହାରାଷ୍ଟ୍ରର ପୁଣେର ଏକ ଗ୍ରାମ ନିକଟରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ବାରାମତି ପୋଲିସ ଷ୍ଟେଶନର ଇନ୍ସପେକ୍ଟର ପ୍ରଭାକର କହିଛନ୍ତି, ରେଡବର୍ଡ ଇନଷ୍ଟିଚ୍ୟୁଟ (ରେଡବର୍ଡ ଫ୍ଲାଇଟ ଟ୍ରେନିଂ ଏକାଡେମୀ) ର ଏକ ଟ୍ରେନିଂ ବିମାନ ବାରାମତି ତାଲୁକା ଅନ୍ତର୍ଗତ କାଟଫାଲ ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାଇଲଟ ଏବଂ ଅନ୍ୟ ଜଣେ ବ୍ୟକ୍ତି, ସମ୍ଭବତଃ କୋ-ପାଇଲଟ, ବିମାନରେ ଥିଲେ। ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏହାପୂର୍ବରୁ ଜୁନ ମାସରେ କର୍ନାଟକର ଚାମରାଜନଗର ଜିଲାର ଭୋଗପୁରା ଗ୍ରାମରେ ଏକ ଖୋଲା ପଡ଼ିଆରେ ଭାରତୀୟ ବାୟୁସେନାର କିରଣ ପ୍ରଶିକ୍ଷକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜେଟରେ ଥିବା ଦୁଇ ପାଇଲଟ ପାରାଚ୍ୟୁଟ ବ୍ୟବହାର କରି ସଫଳତାର ସହ ବାହାରି ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

ଯୁଦ୍ଧ ବନ୍ଦ ଘୋଷଣା କରି ଟ୍ରମ୍ପ କମାଉଛନ୍ତି ମୋଟା ଅଙ୍କର ଟଙ୍କା! ଜାଣିଲେ ଉଡିବ ହୋସ୍‌

ଓ଼୍ବାଶିଂଟନ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଟ୍ରମ୍ପ ଇରାନକୁ 48 ଘଣ୍ଟାର ଅଲଟିମେଟମ ଦେଇଥିଲେ: ଶତ୍ରୁତା ବନ୍ଦ କର, ନଚେତ ଆମେରିକା ଇରାନର…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri