ରେଳଯାତ୍ରୀଙ୍କୁ ଝଟ୍‌କା: ଜୁଲାଇ ୧୩ରୁ ବିହାର-ଝାଡ଼ଖଣ୍ଡ ମଧ୍ୟରେ ଚାଲିବନି ଏହି ଟ୍ରେନ୍‌

ନୂଆଦିଲ୍ଲୀ,୧୧।୭: ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ଚାଲୁଥିବା ୨ଟି ଟ୍ରେନ୍‌ ଜୁଲାଇ ୧୩ରୁ ଆଉ ଚଳାଚଳ କରିବ ନାହିଁ। ପାଟନା-ରାଞ୍ଚି-ପାଟନା ସ୍ପେଶାଲ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଜୁଲାଇ ୧୩ରୁ କେବଳ ପାଟନା ଓ ଗୟା ମଧ୍ୟରେ ଚାଲିବ। ଗୟା ଓ ରାଞ୍ଚି ମଧ୍ୟରେ ଏହି ଚଳାଚଳକୁ ବାତିଲ କରାଯାଇଛି। ସେହିପରି ଟାଟା-ଦାନପୁର ସ୍ପେଶାଲ ଟ୍ରେନ୍‌କୁ ମଧ୍ୟ ବାତିଲ କରାଯାଇଛି। ଦାନପୁରରୁ ଟାଟା ପର୍ଯ୍ୟନ୍ତ ଯାଉଥିବା ଦାନପୁର-ଟାଟା-ଦାନପୁର ସ୍ପେଶାଲ ଟ୍ରେନ୍‌ର ଚଳାଚଳ ଉପରେ ସମ୍ପୂର୍ଣ୍ଣ ଭାବେ ରୋକୋ ଲଗାଯାଇଛି। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ନଜରରେ ରଖି ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ପାଟନା-ରାଞ୍ଚି-ପାଟନା ଜନଶତାବ୍ଦୀ ଏକ୍ସପ୍ରେସ୍‌ ଓ ଟାଟା-ଦାନପୁର ଏକ୍ସପ୍ରେସ୍‌ ଟ୍ରେନ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ବିହାରରୁ ଝାଡ଼ଖଣ୍ଡ ପାଇଁ ଏହି ୨ଟି ଟ୍ରେନ୍‌ ହିଁ ଚଳାଚଳ କରୁଥିଲା। ଏତଦ୍‌ ବ୍ୟତୀତ ଗୟା ଜଙ୍କସନ୍‌ ଦେଇ ହାଓ୍ବଡାରୁ ନୂଆଦିଲ୍ଲୀ ମଧ୍ୟରେ ସପ୍ତାହକୁ ୩ଦିନ ଧରି ଚାଲୁଥିବା ସ୍ପେଶାଲ ଏକ୍ସପ୍ରେସ୍‌ ଟ୍ରେନ୍‌ ପରିଚାଳନା ଉପରେ ମଧ୍ୟ ଆଂଶିକ ଭାବେ ରୋକୋ ଲଗାଯାଇଛି। ଏବେ ଏହି ଟ୍ରେନ୍‌ ସପ୍ତାହକୁ ଗୋଟିଏ ଦିନ ଚାଲିବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପରିବେଶ ସୁରକ୍ଷା କାର୍ଯ୍ୟ କରୁଛନ୍ତି ବିଦେଶିନୀ

କୋବଲମ୍‌,୨୯।୨: ଦେଶରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ସରକାର ତଥା ବିଭିନ୍ନ ସେଚ୍ଛାସେବୀ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟ ଜାରି ରହିଛି। ତେବେ...

ମଞ୍ଚରେ ଦର୍ଶକଙ୍କ ମନ ମୋହିଲେ ଭାଜପା ଏମ୍‌ପି ହେମା

ମଥୁରା,୩।୮: ଛୁଲଣ ଉତ୍ସବ ଅବସରରେ ବୃନ୍ଦାବନର ଶ୍ରୀ ରାଧା ରମଣ ମନ୍ଦିରରେ ଭାଜପା ଏମ୍‌ପି ତଥା ବଲିଉଡ ନାୟିକା ହେମାମାଳିନୀଙ୍କ ନୃତ୍ୟରେ ବିଭୋର ହୋଇଛନ୍ତି ଦର୍ଶକେ।...

ପୃଥିବୀରେ ଭାରତ ଶୀର୍ଷରେ: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୦ ପ୍ରତିଶତ

ନୂଆଦିଲ୍ଲୀ, ୨୧।୯: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାରରେ ଭାରତ ପୃଥିବୀରେ ଶୀର୍ଷରେ ରହିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୦ ପ୍ରତିଶତ...

ହେୟାର ଟ୍ରାନ୍ସପ୍ଲାଣ୍ଟ ସେଲୁନ ଯୋଗୁ ବଢୁଛି ମୃତ୍ୟୁ ସଂଖ୍ୟା, ଚିନ୍ତା ପ୍ରକଟ କଲେ ହାଇକୋର୍ଟ…

ନୂଆଦିଲ୍ଲୀ ୧୪।୫: ହେୟାର ଟ୍ରାନ୍ସପ୍ଲାଣ୍ଟ ସେଲୁନର ସଂଖ୍ୟା ବୃଦ୍ଧି ନେଇ ଦିଲ୍ଲୀ କୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କୌଣସି ଚିକିତ୍ସା ସେବାରେ ତାଲିମ୍‌ ବିନା...

ଶିକ୍ଷକ ଚୟନ ଦୁର୍ନୀତି ମାମଲା: ଅଭିଷେକ ବାର୍ନାଜୀଙ୍କୁ ସିବିଆଇ ପକ୍ଷରୁ ସମନ ଜାରି

କୋଲକାତା, ୧୭।୪: ପଶ୍ଚିମବଙ୍ଗରେ ଶିକ୍ଷକ ଚୟନ ଦୁର୍ନୀତି ମାମଲାରେ ତୃଣମୂଳ କଂଗେସର ଏମ୍‌ପି ଏବଂ ଦଳର ସଭାପତି ଅଭିଷେକ ବାର୍ନାଜୀଙ୍କୁ ସିବିଆଇ ସମନ ଜାରି କରିଛି।...

୪୦୦ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ଜୟପୁର,୨୫ା୧୨: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନକୁ ବଢ଼ିବାରେ ଲାଗିଛି। ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫ରେ ପହଞ୍ଚିଛି।। ଶନିବାର...

କୁଲୁ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ

କୁଲୁ,୨୬।୯: ହିମାଚଳ ପ୍ରଦେଶର କୁଲୁରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ଜଣ ଆଇଆଇଟି ଛାତ୍ରଙ୍କ ସମେତ ୭ଜଣ ପର୍ଯ୍ୟଟକଙ୍କ ମତ୍ୟୁ ଘଟିଛି। ଅନ୍ୟ ୧୦ଜଣ...

ମୋଦି ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ, ଚାଇନାର ନାମ ନେବାକୁ ଭୟ କରୁଛନ୍ତି: ଓଓ୍ବାଇସି

ନୂଆଦିଲ୍ଲୀ, ୨୦।୧: ଅରୁଣାଚଳ ପ୍ରଦେଶରେ ଚାଇନା ୧୦୦ ଘର ବିଶିଷ୍ଟ ଏକ ଗାଁ ନିର୍ମାଣ କରିଛି। ଏନେଇ ଖବର ପ୍ରକାଶ ପାଇବା ପରେ କଂଗ୍ରେସ ସମେତ...

Advertisement
Archives

Model This Week