Posted inଜାତୀୟ

ଏଣିକି ଦୁଇଘଣ୍ଟା ଭିତରେ ସରିଯିବ ଟ୍ରେନ ଟିକେଟ୍‌ର ବୈଧତା, ଘଣ୍ଟାକରେ ଦେବାକୁ ପଡିବ ୧୦ଟଙ୍କା ଫାଇନ୍‌

ନୂଆଦିଲ୍ଲୀ,୨୨।୧୦: ଦେଶ ଦିଲ୍ଲୀ-ମେରୁଟ ପ୍ରଥମ ରାପିଡ ଟ୍ରେନ ଉପହାର ପାଇଛି। ରାପିଡ ଟ୍ରେନ ନମୋ ଭାରତର ପ୍ରଥମ ଦିନରେ ବହୁ ସଂଖ୍ୟାରେ ଲୋକ ଯାତ୍ରା କରିଛନ୍ତି। ନାମୋ ଭରତର ପ୍ରଥମ ଦିନରେ ସାହିବାବାଦରୁ ଦୁହାକିକୁ ୧୦ହଜାର ଲୋକ ଯାତ୍ରା କରିଛନ୍ତି। ନମୋ ଭାରତର ପ୍ରଥମ ଦିନରେ ଲୋକଙ୍କୁ ଟିକେଟ ପାଇବା ପାଇଁ ଲମ୍ବା ଧାଡିରେ ଛିଡା ହେବାକୁ ପଡିଛି।

NCRCTC ଅନୁଯାୟୀ, ଯାତ୍ରା ପାଇଁ କଟାଯାଇଥିବା ଟିକେଟ କେବଳ ଦୁଇ ଘଣ୍ଟା ପାଇଁ ବୈଧ ରହିବ। ଏହା ପରେ ଟିକେଟ ଏକ୍ସପାୟାର ହୋଇଯିବ। ଏକ୍ସପାୟାର ଟିକେଟରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଏକ ଘଣ୍ଟା ଭିତ୍ତିରେ ଜରିମାନା ଆଦାୟ କରାଯିବ। ପ୍ରତି ଘଣ୍ଟା ହିସାବରେ ଜରିମାନା ୧୦ଟଙ୍କା ରହିବ। ବର୍ତ୍ତମାନ ଜରିମାନା ନିୟମକୁ କୋହଳ ଯାଇଛି, କିନ୍ତୁ ଶୀଘ୍ର ଏହାକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ। ଅଧିକାରୀଙ୍କ କହିବାନୁସାରେ, ଟିକେଟର ବୈଧତାକୁ ଦୁଇ ଘଣ୍ଟା ରଖାଯାଇଛି। ଏହା ପରେ ମଧ୍ୟ ଏକ ଘଣ୍ଟା ଅତିରିକ୍ତ ସମୟ ଦିଆଯାଇଛି। ଯାତ୍ରୀମାନେ ଏହି ସମୟରେ ଷ୍ଟେସନରେ ଯାଇ ନୂଆ ଟିକେଟ କାଟି ପାରିବେ।

ଦେଶର ପ୍ରଥମ ରାପିଡ ଟ୍ରେନରେ ପ୍ରଥମ ଦିନରେ ବହୁ ସଂଖ୍ୟକ ଲୋକ ଯାତ୍ରା କରିଥିଲେ। ପ୍ରାୟ ୧୦ହଜାର ଲୋକ ଯାତ୍ରା କରିଥିବାବେଳେ ୨ହଜାର ଲୋକ ଆରଆରଟିଏସ କନେକ୍ଟ ଆପ ଡାଉନଲୋଡ କରିଛନ୍ତି। ଟ୍ରେନ ଦେଖିବା ପାଇଁ କେବଳ ଗାଜିଆବାଦ ନୁହେଁ ଦିଲ୍ଲୀର ଅନେକ ଲୋକ ଶନିବାର ସକାଳେ ସାହିବାଦ ଷ୍ଟେସନରେ ପହଞ୍ଚିଥିଲେ। ବିରାଟ କୋହଲିଙ୍କ ମାମୁଁଙ୍କ ସମେତ ଅନେକ ୟୁଟ୍ୟୁବର୍‌ ଏହି ଟ୍ରେନରେ ଯାତ୍ରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri