ମାଡ଼ିଗଲା ଟ୍ରେନ୍‌: ଜଣେ ମୃତ, ୨ ଗୁରୁତର

ରାୟଗଡ଼ା,୧୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନରେ ଘଟିଛି ଦୁର୍ଘଟଣା। ବିଶାଖାପାଟଣାଠାରୁ ଦୁର୍ଗ ଅଭିମୁଖେ ଯାଉଥିବା ଟ୍ରେନ୍‌ ନମ୍ବର ୫୮୫୨୮ ରେଳଷ୍ଟେଶନ ପୂର୍ବରୁ ୩ ନମ୍ବର ପ୍ଲାଟ୍‌ଫର୍ମରେ ଏକ ଲାଇଟ ମୋଟର ଟ୍ରଲିକୁ ପଛପଟୁ ଧକ୍କା ଦେଇଥିଲା। ଏକା ରେଳଧାରଣାରେ ସମାନ ସମୟରେ ଟ୍ରେନ୍‌ ଓ ଟ୍ରଲ୍ଲୀ ରହିବାରୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଟ୍ରଲିରେ ରହିଥିବା ରେଳବାଇ ଇଞ୍ଜିନିୟରିଂ ବିଭାଗର ତିନି ଠିକା କର୍ମଚାରୀଙ୍କ ମଧ୍ୟରୁ ଜଣେ ମୃତ ଏବଂ ଦୁଇ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ମୃତ କର୍ମଚାରୀ ଜଣକ ହେଲେ ସୁନ୍ଦରଗଡ଼ ଜିଲାର ଦେବର୍ଷି କିଶାନ। ଆହତମାନେ ହେଲେ ସୁଶାନ୍ତ ଦାସ ଓ ବାବୁଲା ସାହା। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କ ଚିକିତ୍ସା ଚାଲିଛି। ମୃତକ ଓ ଆହତମାନେ ଟ୍ରଲିରେ କାର୍ଯ୍ୟ କରୁଥିଲେ। ତେବେ କେଉଁଠି ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଲା ତାହାର ତଦନ୍ତ ଆରମ୍ଭ ହୋଇଛି। ଡିଆରଏମ୍‌ ଅମିତାଭ ସିଂଘଲଙ୍କ ସମେତ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିର ଏକ ସେପଟି ଟାଙ୍କି ଗାଡି...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri