ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ଟି ଆଇରନ ଓର୍‌ ନେଇ ଜଗଦଲପୁରରୁ ବିଶାଖାପାଟଣା ଯାଉଥିଲା ବେଳେ ଏପରି ଘଟଣା ଘଟିଛି। ଶନିବାର ଅପରାହ୍ନରେ ଏହି ଘଟଣା ଘଟିଛି। ଖବରପାଇ ରେଲଓ୍ବେର ଏକ ଯାନ୍ତ୍ରିକ ଦଳ ଘଟଣା୍‌ସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share