ଟ୍ରେନ୍‌ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି, ୫୦ରୁ ଅଧିକ ଆହତ

ଭୁବନେଶ୍ୱର,୩୦ା୧୦: ବିଶାଖାପାଟଣା-ରାୟଗଡ଼ା ଏବଂ ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ରବିବାର ରାତିରେ ଘଟିଥିବା ଦୁର୍ଘଟଣାରେ ବର୍ତ୍ତମାନସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି। ଗୋଟିଏ ରାୟଗଡ଼ା ଏବଂ ଅନ୍ୟଟି ପଲାସା ଅଭିମୁଖେ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଏବଂ କାଣ୍ଟକାପଲ୍ଲୀ ମଧ୍ୟରେ ଲାଇନ୍‌ଚ୍ୟୁତ ହୋଇଥିଲା।

ସୂଚନାଯୋଗ୍ୟ, ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ବିଶାଖାପାଟଣା-ପଲାସା ଟ୍ରେନ୍‌ର ଗାର୍ଡଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।