ଦନ୍ତାକୁ ୧୦୦ ମିଟର ଘୋଷାରିନେଲା ଟ୍ରେନ୍‌

ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ସଦର ରେଞ୍ଜ୍‌ର ମେରାମଣ୍ଡଳି ରେଳଷ୍ଟେଶନ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ମାଲବାହୀ ଟ୍ରେନ୍‌ ଧକ୍କାରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀ କରିଡର ଅଞ୍ଚଳରେ ସନ୍ଧ୍ୟା ୬ରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ଟ୍ରେନ୍‌ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଯିବା କଥା। ଏଥିପାଇଁ ଏକ କସନ୍‌ ମେସେଜ୍‌ ଦିଆଯାଇଥାଏ। କିନ୍ତୁ ତାହାକୁ ଚାଳକ ନ ମାନି ଦ୍ରୁତଗତିରେ ଟ୍ରେନ ଚଳାଇଥିଲେ। ଫଳରେ ରେଳଧାରଣା ପାର ହେଉଥିବା ଦନ୍ତାହାତୀକୁ ଟ୍ରେନ୍‌ଟି ଧକ୍କାଦେଇ ପ୍ରାୟ ୧୦୦ ମିଟର ଘୋଷାରି ନେଇଥିଲା ବୋଲି ସେହି ରାତିରେ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀମାନେ କହୁଛନ୍ତି।

ଢେଙ୍କାନାଳ,୩।୧୧(ରତନ ନାୟାର): ହାତୀଙ୍କ ସୁରକ୍ଷିତ ଚଳପ୍ରଚଳକୁ ଗୁରୁତ୍ୱ ଦିଆଯାଇ ସେମାନଙ୍କ ପାଇଁ ସ୍ବତନ୍ତ୍ର ଚଲାପଥ (ହାତୀ କରିଡର) ଚିହ୍ନଟ ହୋଇଛି। ଏହି କରଡର ଅଞ୍ଚଳରେ ପ୍ରତ୍ୟହ ସନ୍ଧ୍ୟା ୬ରୁ ସକାଳ ୬ଟା ଟ୍ରେନଗୁଡ଼ିକ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଯିବା ନିୟମ ରହିଛି। ବନ କର୍ମଚାରୀଙ୍କ ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ୪୯ଟି ହାତୀ ମେରାମଣ୍ଡଳି ରେଳଷ୍ଟେଶନ ନିକଟରେ ରେଳଧାରଣା ପାର୍‌ ହେଉଥିଲେ। ୧୨ରୁ ୧୫ ବର୍ଷର ଦନ୍ତା ହାତୀଟି ପଛରେ ପାର୍‌ହେବା ସମୟରେ ତାଳଚେର ଆଡୁ ଦ୍ରୁତଗତିରେ କୋଇଲା ବୋଝେଇ କରି ଆସୁଥିବା ମାଲବାହୀ ଟ୍ରେନ୍‌ଟି ଧକ୍କା ଦେଇଥିଲା। ନିୟମ ଅନୁଯାୟୀ ବେଗ ରହିଥିଲେ ହାତୀକୁ ଦେଖି ଟ୍ରେନ ଅଟକି ପାରିଥାନ୍ତା। କିନ୍ତୁ ଦ୍ରୁତଗତି ଯୋଗୁ ଟ୍ରେନ୍‌ଟି ଧକ୍କାଦେଇ ଘୋଷାରି ନେବାରୁ ହାତୀର ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟିହୋଇ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା।
ଖବରପାଇ ଅନୁଗୋଳସ୍ଥିତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁଧାଂଶୁ ଶେଖର ଖୋରା, ଜିଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର, ବନ ବିଭାଗର ଅଧିକାରୀ ଓ ମୋଟଙ୍ଗା ପୋଲିସ ପହଞ୍ଚତ୍ ତଦନ୍ତ କରିଥିଲେ। ଦୁର୍ଘଟଣା ପରେ ଉକ୍ତ ରେଳ ଧାରଣା ଦେଇ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଥିଲା। ମୃତ ହାତୀକୁ ଜେସିବି ଲଗାଇ ରେଳଧାରଣାରୁ ଉଠାଇବା ପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା। ହାତୀଟିକୁ ଜେସିବିରେ ଉଠାଉଥିବା ବେଳେ ଆଉ ଏକ ଦନ୍ତାହାତୀ ହଠାତ୍‌ ରେଳଧାରଣା ପାରହେବା ସମସ୍ତଙ୍କୁ ଚକିତ କରିଦେଇଥିଲା। ପ୍ରାଣୀ ଚିକିତ୍ସକମାନଙ୍କ ସହଯୋଗରେ ହାତୀର ମୃତଦେହ ବ୍ୟବଚ୍ଛେଦ କରାଯାଇ ଘଟଣାସ୍ଥଳ ନିକଟରେ ପୋତି ଦିଆଯାଇଥିଲା। ସୂଚନାଯୋଗ୍ୟ, ୨୦୧୫ ପରେ ଢେଙ୍କାନାଳ ଜିଲାରେ ଟ୍ରେନ୍‌ ଧକ୍କାରେ କୌଣସି ହାତୀ ମୃତାହତ ହୋଇ ନ ଥିଲା । ଅନୁଗୋଳସ୍ଥିତ ଆଞ୍ଚଳିକ ବନ ସଂରକ୍ଷକ ଖୋରା କହିଛନ୍ତି, ଏହି ଘଟଣା ଆମ ପାଇଁ ଦୁର୍ଭାଗ୍ୟଜନକ। ଏହି ଟ୍ରାକ୍‌ ଏକ ସମ୍ବେଦନଶୀଳ ଟ୍ରାକ୍‌। ଉକ୍ତ ଅଞ୍ଚଳରେ ହାତୀଙ୍କ ସମାଗମ ହେଉଥିବାରୁ ବନ ବିଭାଗ ପକ୍ଷରୁ ପ୍ରତ୍ୟେକ ଦିନ ବେଗ କମାଇବା ପାଇଁ ରେଳ ବିଭାଗକୁ କସନ୍‌ ଅର୍ଡର ଜାରି କରାଯାଏ। ରାତିରେ ପାଟ୍ରୋଲିଂ ଦାୟିତ୍ୱରେ ଥିବା ବନ କର୍ମଚାରୀ ଏବଂ ସୁରକ୍ଷା କର୍ମଚାରୀଙ୍କ କହିବା ମୁତାବକ ଟ୍ରେନ୍‌ର ବେଗ ଅଧିକ ଥିଲା। ତେଣୁ ବନ ବିଭାଗର ଭୁଲ୍‌ କି ରେଳ ବିଭାଗର ଭୁଲ୍‌ ତାହା ତଦନ୍ତ ହେଉଛି। ଯାହାର ଭୁଲ୍‌ ଥିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଞ୍ଚଳିକ ବନ ସଂରକ୍ଷକ କହିଛନ୍ତି। ସେହିପରି ୫୫ନଂ. ଜାତୀୟ ରାଜପଥରେ ହାତୀ ଚଲାପଥର ତୁରନ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ଆମେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛୁ। ରେଲଓ୍ବେ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ନିୟମିତ ଆଲୋଚନା ହେଉଛି। ଜାତୀୟ ରାଜପଥରେ ହାତୀ ଚଲାପଥ ନିର୍ମାଣ କାର୍ଯ୍ୟ ଯେତେଶୀଘ୍ର ସରିବ, ସମସ୍ୟାର ସମାଧାନ ସେତେଶୀଘ୍ର ହେବ ବୋଲି ଖୋରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri