ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଶିଶୁଙ୍କ ସହ ଚାଲିଗଲା ୪ଜଣଙ୍କ ଜୀବନ

ଭେଡେନ,୮।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଗୋଡଭଗାରୁ ସୋନପୁର ରାସ୍ତାର ଭେଡେନ ଥାନା ରୁଷୁଡା ଫାଣ୍ଡି ଅନ୍ତର୍ଗତ ମେହେନା ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୋନପୁର ପଟୁ ଗୋଡଭଗା ଆସୁଥିବା ଏକ ବୋଲେରୋ ଏବଂ ବିପରୀତ ଦିଗରୁ ଆସୁଥିବା ୨ଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୪ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତକ ହେଲେ ସୋନପୁର ଜିଲା ବିନିକା ଥାନା ଘାଟି ଜାମପାଲି ଗ୍ରାମର ସନ୍ତୋଷ ପ୍ରଧାନ, ସାଗର ପ୍ରଧାନ, କହର ପ୍ରଧାନ ଏବଂ ଶିଶୁ ଶ୍ରୀୟାଂଶ ପ୍ରଧାନ ବୋଲି ଜଣାପଡିଛି। ମୃତାହତମାନେ ୨ଟି ବାଇକ୍‌ ଯୋଗେ ବରଗଡ଼ ଜିଲା ଅତାବିରା ଥାନା ଖଇରପାଲି ଗ୍ରାମକୁ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଆସିଥିଲେ। ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନା ପଠାଯାଇଥିବା ସୂଚନା ମିଳିଛି।

Share