୪ ଘଣ୍ଟା ଯାତାୟାତ ବାଧାପ୍ରାପ୍ତ

ଛେଣ୍ଡିପଦା,୧୯।୭ (ସ୍ବ.ପ୍ର.)
ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଦେଇ ଯାଇଥିବା ଦେବଗଡ଼-ଅନୁଗୋଳ ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ଶିମିଳିସାହି ଠାରେ ସୋମବାର ଭୋର ୪ଟାରୁ ରାସ୍ତା ଉପରେ ୪ଟି ଭାରିଯାନ ଅଟକି ଯିବାରୁ ଦିନ ୮ଟା ପର୍ଯ୍ୟନ୍ତ ଯାତାୟତ ସମ୍ପୁର୍ଣ୍ଣ ଠପ୍‌ ହୋଇଯାଇଥିଲା। ୪ଟି ଟ୍ରେଲରରେ ବଡ ବଡ ଯନ୍ତ୍ରାଂଶ ନିକଟସ୍ଥ ଏକ ଘରୋଇ କମ୍ପାନୀକୁ ଯାଉଥିବାବେଳେ ଶିମିଳିସାହିଠାରେ ବିଦ୍ୟୁତ୍‌ ତାର ଛିଣ୍ଡି ଯିବାରୁ ଉକ୍ତ ଭାରିଯାନ ଗୁଡିକ ରାସ୍ତା ଉପରେ ଅଟକି ରହିଥିଲ। ଯନ୍ତ୍ରାଂଶଗୁଡିକ ବହୁତ ବଡ ହୋଇଥିବାରୁ ରାସ୍ତର ଦୁଇ ପାର୍ଶ୍ୱକୁ ଅବରୋଧ କରି ରହିଥିବା ଭାରିଯାନ ପାର୍ଶ୍ୱରେ କେବଳ ବାଇକ୍‌ ଓ ପଥଚାରୀ ଯାତାୟାତ କରିପାରିଥିବାବେଳେ ଅନ୍ୟ ସମସ୍ତ ଯାନବାହନ ଦୁଇ ପାର୍ଶ୍ୱରେ ଅଟକି ରହିଥିଲା। ଏପରିକି ଯାତ୍ରୀବାହୀ ବସଗୁଡିକ ମଧ୍ୟ ଅଟକି ରହିବାରୁ ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଭାରୀଯାନ ପାଇଁ ଦୀର୍ଘ ୪ଘଣ୍ଟା ରାସ୍ତା ଜାମ ହୋଇଥିବାବେଳେ ଛେଣ୍ଡିପଦା ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିି ଟ୍ରାଫିକ ଯାମ ହଟାଇବା ପରେ ଉଭୟ ପାଶର୍‌ବରେ ଅଟକିଥିବା ଗାଡି ଗୁଡିକର ଯାତାୟତ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ପାଟଣାଗଡ଼,୨୨।୧୨: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ପାର୍ଲିମାଲ ଗାଁରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ୱୃତ୍ତମାନେ...

ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ

ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ...

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ମଣ୍ଡିରେ ପଡ଼ିଛି ଧାନ: ଚାଲିଛି ନେତାଙ୍କ ଟଣା ଓଟରା

ଭୁବନେଶ୍ୱର,୨୨।୧୨: ମଣ୍ଡିରେ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ସମବାୟ ମନ୍ତ୍ରୀଙ୍କୁ ବିଜେଡି ବରିଷ୍ଠ ଉପ ସଭାପତି ସଞ୍ଜୟ ଦାସବର୍ମା ଟାର୍ଗେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri