ସ୍ବାଧୀନତା ଦିବସ ପାଇଁ ଟ୍ରାଫିକ୍‌ କଟକଣା: ନ ମାନିଲେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା

ଭୁବନେଶ୍ୱର,୧୨ା୮: ଚଳିତବର୍ଷ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପରେଡ୍‌ ଅନୁଷ୍ଠିତ ହେବ। ଏଥିପାଇଁ ପରେଡ ଅଭ୍ୟାସ ଆରମ୍ଭ ହୋଇଛି। ମଙ୍ଗଳବାର ମଧ୍ୟ ଅପରାହ୍ନ ୨ଟାରୁ ୬ଟା ପର୍ଯ୍ୟନ୍ତ ପରେଡ୍‌ ଏବଂ ବୁଧବାର ସକାଳ ୭ରୁ ୧୧ଟା୩୦ ଯାଏ ପୂର୍ଣ୍ଣ ଅଭ୍ୟାସ ପରେଡ୍‌ ଅନୁଷ୍ଠିତ ହେବ।

ଏଥିସହ ୧୫ ତାରିଖରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପରେଡ୍‌ ସକାଳ ୬ଟାରୁ ଆରମ୍ଭ ହେବାକୁ ଥିବାବେଳେ ସର୍ବସାଧାରଣଙ୍କ ସୁଗମନାଗମନ ଓ ପାର୍କିଂ ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ସୋମବାର ଟ୍ରାଫିକ୍‌ କଟକଣା ଜାରି କରାଯାଇଛି।

କଟକଣା ସମୟରେ କୌଣସି ପ୍ରକାର ଭାରିଯାନ ରାମମନ୍ଦିର ଏବଂ ରାଜମହଲ ଛକ ପାର୍ଶ୍ୱରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଯିବାକୁ ଦିଆଯିବ ନାହିଁ। କେବଳ ଦୁଇଚକିଆ ତଥା ହାଲୁକା ଯାନ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍‌ ଆଡ଼କୁ ଆସିପାରିବ କିନ୍ତୁ ପିଏମ୍‌ଜି ଛକ ଆଡ଼କୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ।

ହାଉସିଂବୋର୍ଡ ଛକ ପାର୍ଶ୍ୱରୁ ରବୀନ୍ଦ୍ରମଣ୍ଡପ ଆଡକୁ ଆସୁଥିବା ଯାନବାହନଗୁଡ଼ିକ କେଶରୀ ଟକିଜ୍‌ଠାରୁ ବାମପାର୍ଶ୍ୱ ଲେନ୍‌ରେ ଯିବ। ସେହିପରି ଏଜି ଛକରୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ଯାନବାହନଗୁଡ଼ିକ ସୂଚନା ଭବନ ଗଳି ରାସ୍ତା ଦେଇ ଇଡ୍‌କଲ୍‌ ଅଡିଟୋରିୟମ୍‌ ପଟୁ ଯିବ।

୧୨୦ ବାଟାଲିୟନ୍‌ ଛକରୁ ରବୀନ୍ଦ୍ରମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଏମ୍‌.ଏଲ୍‌ଏ କଲୋନୀ ରାସ୍ତା ଦେଇ ୟୁନିଟ-୪ ନମ୍ବର ପାର୍ଶ୍ୱକୁ ଯିବେ। ମହାତ୍ମାଗାନ୍ଧୀ ମାର୍ଗ ସଂଲଗ୍ନ ସମସ୍ତ ଲେନ୍‌ ଓ ବାଇଲେନ୍‌ଗୁଡ଼ିକରେ ଯାନବାହନ ଚଳାଚଳ ବନ୍ଦ ରହିବ। କେବଳ ପଦଚାରୀମାନେ ଚାଲି ଚାଲି ଗାନ୍ଧୀ ମାର୍ଗକୁ ଆସିପାରିବେ। ତେବେ ସ୍ବାଧୀନତା ଦିବସ ଦିନ ପରେଡ୍‌ ସରିବା ଯାଏ ପିଏମ୍‌ଜି ଛକଠାରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ କୌଣସି ଗ୍ୟାସ୍‌ ବେଲୁନ୍‌ ବିକ୍ରି ହୋଇପାରିବ ନାହିଁ।

ସେହିପରି ପାର୍କିଂ ପାଇଁ ୭ଟି ସ୍ଥାନ ମଧ୍ୟ ନିର୍ଦ୍ଧାରିତ ହୋଇଛି। ରେଳଷ୍ଟେଶନ ପାଖ ବିଡିଏ ବସ୍‌ଷ୍ଟାଣ୍ଡ, କଂଗ୍ରେସ ଭବନ ପାଖ ଖୋଲାସ୍ଥାନ, ଇଡ୍‌କଲ୍‌ ଅଡିଟୋରିୟମ୍‌ ପାଖ ଖୋଲାସ୍ଥାନ, ଜୟଦେବଭବନ ସମ୍ମୁଖ ଖୋଲାସ୍ଥାନ, ୟୁନିଟ-୩ ଷ୍ଟେଟ୍‌ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମ୍ମୁଖ ଖୋଲାସ୍ଥାନ, ରବିନ୍ଦ୍ର ମଣ୍ଡପ ହତା ଭିତର ଖୋଲାସ୍ଥାନ ଓ ୟୁନିଟ-୨ ସରକାରୀ ବାଳିକା ବିଦ୍ୟାଳୟ ପଡ଼ିଆରେ ପାର୍କିଂ କରାଯିବ। ତେବେ ଏହି ନିର୍ଦ୍ଦେଶନାମା ଉଲ୍ଲଂଘନକାରୀଙ୍କଠାରୁ ଓଡ଼ିଶା ଅର୍ବାନ୍‌ ପୋଲିସ ଆକ୍ଟ ଧାରା ୯୬ ଅନୁଯାୟୀ ୫୦୦ କିମ୍ବା ୧୦୦୦ ଟଙ୍କା ଜରିମାନା ନିଆଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri