ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ୍‌, ସୂଚନା ଦେଇ ପୂର୍ତ୍ତମନ୍ତ୍ରୀ କହିଲେ ଏଣିକି…

ଭୁବନେଶ୍ୱର,୧୩ା୧୧: ଭୁବନେଶ୍ୱର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ୍‌। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମାଟି ତଳେ ଓ ଉପରେ ୨ ଥାକିଆ ରାସ୍ତା ନିର୍ମାଣ ହେବ। କଳ୍ପନା, ଖଣ୍ଡଗିରି ଓ ଜୟଦେବ ବିହାରରୁ ନାଲ୍‌କୋ ପର୍ଯ୍ୟନ୍ତ ଏଲିଭେଟେଡ୍‌ କରିଡର୍‌ ନିର୍ମାଣ କରାଯିବ। ପ୍ରାରମ୍ଭିକ ଡିପିଆର ପ୍ରସ୍ତୁତ ହୋଇଥିବା କହିଛନ୍ତି ମନ୍ତ୍ରୀ।

ଟ୍ରାଫିକ୍‌ ସମସ୍ୟା ଦୂର ପାଇଁ ୨୦ଟି ନୂଆ ରାସ୍ତା ନିର୍ମାଣର ଯୋଜନା କରାଯାଇଛି। ଏଣିକି ଓବିସିସିର ସମସ୍ତ କାର୍ଯ୍ୟ ପେପର ଲେସ୍‌ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Dharitri – Odisha’s No.1 Trusted Odia Daily

Share