ଖରାଦିନେ ଥଣ୍ଡା ରହିବାର ପାରମ୍ପରିକ ଉପାୟଗାଁ

ଋତୁଚକ୍ରର ପଟ ପରିବର୍ତ୍ତନରେ ଗ୍ରୀଷ୍ମ ରୁତୁ ଆମ ପୁରପଲ୍ଲୀରେ ଏକ ଅନନ୍ୟ ଆଗମନୀ। ଧୂସର ଧରଣୀ, ଥୁଣ୍ଟା ବରଗଛ, ମଧ୍ୟାହ୍ନର ଅହେତୁକ ନୀରବତା, ଝିଙ୍କାରୀ କଣ୍ଠର କରୁଣ ବିଳାପ, ଗାଁ ତୋଟାର ସୁଶୀତଳ ଛାଇ, ପାଚିଲା ଆମ୍ବର ବାସ୍ନା, ଗାଁ ପୋଖରୀରେ ସାହି ପିଲାଙ୍କ ବୁଡ଼ାବୁଡ଼ି ଖେଳ, ସନ୍ଧ୍ୟାବେଳକୁ ନଦୀକୂଳର ମନଛୁଅଁା ପବନ ଓ ବିଳମ୍ବିତ ରାତ୍ରି ଯାଏ ଗାଁ ମୁଣ୍ଡ ଖୋଲା ସ୍ଥାନରେ ଲୋକଙ୍କ ଏକାଠି ମେଳ ଇତ୍ୟାଦି ଘଟଣାର ସ୍ମୃତି ଏବେବି ଆମ ଗ୍ରାମ୍ୟ ଜୀବନରେ ଉଜ୍ଜୀବିତ। ମାତ୍ର ଘୋର ପରିତାପର ବିଷୟ ଯେ, ପୂର୍ବର ସେ ମୃଦୁ ମଧୁର ଗ୍ରୀଷ୍ମରୁତୁ ଏବେ ଆଉ ନାହିଁ। ଏବେ ଆରମ୍ଭ ହୋଇଛି ଏକ ଉତ୍ତପ୍ତ ଓ ଦାରୁଣ ଗ୍ରୀଷ୍ମରୁତୁ। ପ୍ରାୟ ୪୫ ଡିଗ୍ରୀ ପାଖାପାଖିର ତାପମାତ୍ରା, ପ୍ରଚଣ୍ଡ ଗରମ, ଗୁଳୁଗୁଳି, ଅଂଶୁଘାତ ଓ ଝାଞ୍ଜି ପବନରେ ଅତିଷ୍ଠ ଆଜିର ସାଧାରଣ ଜନଜୀବନ। ଗରମରୁ ରକ୍ଷା ପାଇବା ପାଇଁ ଯେତେ ଯାହା କଲେ ସୁଦ୍ଧା ଫଳ ମିଳୁ ନାହିଁ। ଆମେ ଏଠାରେ ଆମ ଗଁାଗହଳିରେ ପ୍ରଚଳିତ ଖରାଦିନେ ଥଣ୍ଡା ରହିବାର କିଛି ସରଳ ଓ ପାରମ୍ପରିକ ପଦ୍ଧତି ଉପରେ ଆଲୋଚନା କରିବା :
ମାଟି କାନ୍ଥ ଓ ନଡ଼ା ଛପର ଘରେ ବାସ କରିବା ଆରାମଦାୟକ। ମାଟି ଓ ନଡ଼ା ତାପର ଭଲ କୁପରିବାହୀ ପଦାର୍ଥ ହୋଇଥିବାରୁ ଏହାକୁ ଭେଦ କରି ବାହାରର ତାପ ସହଜରେ ଘର ଭିତରେ ପ୍ରବେଶ କରିପାରେ ନହିଁ। ସୁତରାଂ ଏଭଳି ଘର ଖରାଦିନେ ବେଶ୍‌ ଥଣ୍ଡା ଓ ଆରାମଦାୟକ ଜଣାପଡ଼େ। ଅନ୍ୟପକ୍ଷରେ ଟିଣ, ଆଜବେଷ୍ଟସ କିମ୍ବା କଙ୍କ୍ରିଟରେ ତିଆରି କୋଠାଘର ତାପର ଭଲ ସୁପରିବାହୀ ପଦାର୍ଥ ହୋଇଥିବାରୁ ଏଭଳି ଘର ଖରାଦିନେ ଗରମ ଓ ଅସ୍ବସ୍ତିକର ଜଣାପଡ଼େ।
ମୁଖ୍ୟ ଛାତ ତଳେ ବାଉଁଶବତା, ମାଟି, କାଠପଟା କିମ୍ବା ଥର୍ମୋକଲ ଭଳି ପଦାର୍ଥରେ ଅନ୍ୟ ଏକ ଛାତ (ଆଟୁ) ନିର୍ମାଣ କରିବା ଉଚିତ। ଏହାଦ୍ୱାରା ଛାତ ଦେଇ ପ୍ରବେଶ କରୁଥିବା ତାପ ପ୍ରତିହତ ହୋଇ ଘରଟା ଟିକିଏ ଥଣ୍ଡା ଜଣାପଡ଼େ।
ସାମାନ୍ୟ ଟାଣ ହେବା ମାତ୍ରେ ଘରର କବାଟ, ଝରକା ସବୁ ବନ୍ଦ କରିଦେବା ଉଚିତ। ଘରର ଫାଙ୍କ ସ୍ଥାନ ସବୁ ଅଖାରେ ବୁଜି ଦେବା ଆବଶ୍ୟକ। ଏହାଦ୍ୱାରା ବାହାରର ବିକିରିତ ତାପରଶ୍ମି ଘର ଭିତରକୁ ପ୍ରବେଶ କରିପାରେ ନାହିଁ। ଘର ଭିତରେ ବାୟୁ ସଞ୍ଚାଳନ ପାଇଁ ପଙ୍ଖା ଚଳେଇବା ଉଚିତ। ଖଟ, ଗଦି, ମଶିଣା, ବେଡ୍‌ସିଟ୍‌ ଆଦି ତାପର କୁପରିବାହୀ ବସ୍ତୁ ହୋଇଥିବାରୁ ଏସବୁ ସାମଗ୍ରୀ ବ୍ୟବହାର କଲେ ଶରୀରର ତାପ ସହଜରେ ବାହାରକୁ ସ୍ଥାନାନ୍ତରିତ ହୋଇପାରେ ନାହିଁ। ସୁତରାଂ ଖରାଦିନେ, ଏସବୁର ବ୍ୟବହାର ନ କରି ସିଧାସଳଖ ଭୂଇଁ ଉପରେ ଶୋଇଯିବା ଭଲ। ଏହାଦ୍ୱାରା ଶରୀରର ତାପ ଭୂଇଁକୁ ସ୍ଥାନାନ୍ତରିତ ହେବାରୁ ଥଣ୍ଡା ଓ ଆରାମ ଲଗେ।
ଯେପରି ସୁରେଇ, ମାଠିଆ କିମ୍ବା ଘୁମରେ ଥିବା ପାଣି ପିଇବା ଉଚିତ। ଏଭଳି ପାତ୍ରର ପାଣି ଧାତବ ପାତ୍ରର ପାଣିଠାରୁ ଥଣ୍ଡା, କାଲୁଆ ଓ ଆରାମଦାୟକ ହୋଇଥାଏ। ମାଟିପାତ୍ରର ଅସଂଖ୍ୟ କ୍ଷୁଦ୍ର ଛିଦ୍ର ଦେଇ ଜଳ ପଦାକୁ ଝରି ଆସେ, ଯାହା ସମୟକ୍ରମେ ପାତ୍ରରୁ ତାପ ସଂଗ୍ରହ କରି ବାଷ୍ପ ହୋଇ ଚାଲିଯାଏ। ଏହି କ୍ରମାଗତ ବାଷ୍ପୀଭବନ ପ୍ରକ୍ରିୟା ଦ୍ୱାରା ହିଁ ପାତ୍ରରେ ଥିବା ଜଳ ଥଣ୍ଡା ଓ ସୁଶୀତଳ ରହିଥାଏ। ଖରାଦିନେ ଫିଲ୍ଟରରୁ ପରିଷ୍କୃତ ପାଣି ନେଇ ମାଟି ପାତ୍ରରେ ଥଣ୍ଡା କରି ପିଇବା ଉଚିତ। ଖରାଦିନେ ଜଳୀୟ ଅଂଶଯୁକ୍ତ ଖାଦ୍ୟ ଯେପରି ପଖାଳଭାତ, କାକୁଡ଼ି, ତରଭୁଜ, ଦହିପାଣି, ତାଳସଜ ଇତ୍ୟାଦି ଖାଇବା ଦରକାର। ଏହାଦ୍ୱାରା ଶରୀରର ଜଳୀୟ ପରିମାଣ ବୃଦ୍ଧି ପାଇଥାଏ। ସମୟକ୍ରମେ ଏହି ଜଳୀୟ ଅଂଶ ଝାଳ ରୂପରେ ପଦାକୁ ନିଷ୍କ୍ରାନ୍ତ ହୁଏ। ଏହି ଝାଳର ବାଷ୍ପୀଭବନ ପ୍ରକ୍ରିୟା ଯୋଗୁ ହିଁ ଶୀତଳତା ସୃଷ୍ଟି ହୁଏ।
ଗରମ ଲାଗିଲେ ଦେହରେ ପାଣି ବୋଳି ହୋଇ ପଙ୍ଖା ପବନରେ ଦଣ୍ଡେ ବସିଯିବା ଉଚିତ। ଏହାଦ୍ୱାରା ଶରୀରରୁ ପାଣିର ଦ୍ରୁତ ବାଷ୍ପୀଭବନ ଘଟି ଅଧିକ ଶୀତଳତା ସୃଷ୍ଟି ହୁଏ। ଚିକ୍କଣ ଧଳା ରଙ୍ଗ ମଳିନ କଳାରଙ୍ଗ ତୁଳନାରେ କମ୍‌ ତାପ ଶୋଷଣ କରିଥାଏ। ସୁତରାଂ ଖରାଦିନେ ରଙ୍ଗ ବେରଙ୍ଗର ପୋଷାକ ପରିବର୍ତ୍ତେ ଧଳା ରଙ୍ଗର ପତଳା, ଚିକ୍କଣ ଓ ସଫା ପୋଷକ (ଯେପରି ଧୋତି) ପରିଧାନ କରିବା ଉଚିତ। ପୁନଶ୍ଚ, ଘର ଭିତରେ ପଶୁଥିବା ତାପରଶ୍ମିକୁ ପ୍ରତିହତ କରିବା ପାଇଁ ଘର ବାହାର ପଟ କାନ୍ଥରେ ଚିକ୍କଣ ଧଳା ରଙ୍ଗ (ଯେପରି ଏନାମେଲ ରଙ୍ଗ) ବୋଳିଦେବା ଉଚିତ।
ମାତ୍ର ଗୋଟିଏ ଓଳି ରୋଷେଇ କରି ଶୀଘ୍ର ତାପର ଉତ୍ସ ନିଅଁାକୁ ଲିଭେଇ ଦେବା ଉଚିତ। ସେହି ଭାତକୁ ପଖାଳ କରି ଦିନସାରା ଖାଇବା ଭଲ।
ଭିତରେ ପଶୁଥିବା ବିକିରିତ ତାପରଶ୍ମିକୁ ପ୍ରତିହତ କରିବା ନିମନ୍ତେ ଅଗଣାରେ ଓଦା ଅଖା କିମ୍ବା ବେଣାଚେରରେ ତିଆରି ମଶିଣା ଟାଙ୍ଗି ସେଥିରେ ସମୟ ସମୟରେ ପାଣି ସିଞ୍ଚନ କରିବା ଉଚିତ। ତାପ କୌଣସି ପଦାର୍ଥ ମଧ୍ୟରେ ତରଙ୍ଗ ରୂପରେ ସ୍ଥାନାନ୍ତରିତ ହୋଇଥାଏ। କଙ୍କ୍ରିଟ ମଧ୍ୟରେ ଏହି ତରଙ୍ଗର ଗତି ବାସ୍ତବ ପକ୍ଷରେ ଅତି ମନ୍ଥର ହୋଇଥିବାରୁ ଦିନବେଳେ ଗୃହୀତ ତାପ କୋଠାଘରର କଙ୍କ୍ରିଟ ଛାତ ଭେଦକରି ରାତି ସମୟରେ ଘର ଭିତରେ ପ୍ରବେଶ କରିଥାଏ। ଫଳରେ ରାତିବେଳେ ଏଭଳି ଘରେ ଶୀତଳତା ନିମନ୍ତେ ଯେତେ ଯାହା କଲେ ସୁଦ୍ଧା ଥଣ୍ଡା ମିଳେ ନାହିଁ। ଏଭଳି ଗରମରୁ ରକ୍ଷା ପାଇବା ପାଇଁ କେତେକ ରାତି ସମୟରେ ଘର ଭିତରେ ନ ଶୋଇ ପଦାରେ ଶୋଇଯିବାକୁ ପସନ୍ଦ କରିଥାଆନ୍ତି।
ବିକିରିତ ତାପରଶ୍ମିକୁ ଶୋଷି ନେଉଥିବାରୁ ଘର ଚାରିପଟେ ଛାୟାପ୍ରଦ, ଝଙ୍କାଳିଆ ଗଛ ଲଗାଇବା ଭଲ।
ଶୀତଳତା ଆହରଣ ନିମନ୍ତେ ଏହିସବୁ ଉପାୟ ନିଶ୍ଚିତ, ଶସ୍ତା, ସୁଲଭ ତଥା ପାରମ୍ପରିକ ଭାବେ ଆମର ଅତି ପ୍ରିୟ। ଏସବୁ ପଦ୍ଧତି ମଧ୍ୟ ବିଜ୍ଞାନସମ୍ମତ, ପରିବେଶପ୍ରିୟ ଓ ପ୍ରଦୂଷଣ ବିହୀନ। ଏବେ ଶୀତଳତା ସୃଷ୍ଟି ନିମନ୍ତେ ଫ୍ରିଜ୍‌, କୁଲର୍‌, ଏସି ଆଦି ଅନେକ କୃତ୍ରିମ ଉପକରଣ ଉପଲବ୍ଧ ହୋଇଥିଲେ ହେଁ ସେଥିରୁ ଆହରିତ ଶୀତଳତା ବାସ୍ତବପକ୍ଷରେ ଥଣ୍ଡା ସୃଷ୍ଟି କରେ ନାହିଁ। ଏସବୁ ଉପକରଣ କେବଳ ଗୋଟିଏ ଜାଗାରୁ ଥଣ୍ଡା କାଢ଼ି ନେଇ ଅନ୍ୟ ଜାଗାରେ ଜମା କରନ୍ତି। ଯେପରି, ଫ୍ରିଜ୍‌ ନିଜ ଭିତରୁ ଥଣ୍ଡା କାଢ଼ି ନେଇ ଘର ଭିତରେ ଜମା କରେ; ଫଳରେ ଘର ଭିତରଟା ଗରମ ଲାଗେ। ସୁତରାଂ ଏସବୁ ଉପକରଣରୁ ଚିରସ୍ଥାୟୀ ଥଣ୍ଡା ମିଳେ ନାହିଁ। ଏହି ପରିପ୍ରେକ୍ଷୀରେ ଶୀତଳତାର ସନ୍ଧାନ ଆମ ପାଇଁ ସତେ ଯେପରି ଅସରନ୍ତି ମୃଗତୃଷ୍ଣାର ଜଳ ପାଲଟିଯାଇଛି। ସୁତରାଂ ଆଗାମୀ ଦିନରେ ପ୍ରଚଣ୍ଡ ଗରମରୁ ରକ୍ଷା ପାଇବା ପାଇଁ ହେଲେ ଆମକୁ ବୋଧହୁଏ ଗାଁ ଗହଳିର ସେହି ପାରମ୍ପରିକ ପଦ୍ଧତିକୁ ପୁଣି ଫେରିଯିବାକୁ ପଡ଼ିବ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri