ପାରମ୍ପରିକ ଫୁଲଝାଡୁ ଚାଷ ଦେଇଛି ରୋଜଗାର

ଦାରିଙ୍ଗବାଡ଼ି,୫ା୩(ଡି.ଏନ୍‌.ଏ.): ସବୁ ଘରେ ରାତି ପାହିଲେ ଖୋଜା ପଡ଼େ ଝାଡୁ। ଝାଡୁର ଆବଶ୍ୟକତା ସମସ୍ତଙ୍କ ନିକଟରେ ଥାଏ। ହେଲେ ପ୍ଲାଷ୍ଟିକ ଯୁଗରେ ଏବେବି ଫୁଲଝାଡୁର ଚାହିଦା ରହିଛି। ସେହିପରି ରାଜ୍ୟରେ ବିଭିନ୍ନ ଜିଲାରେ ବିଭିନ୍ନ ପ୍ରକାର ଝାଡୁ ତଥା ତାଳ ପତ୍ର ସମେତ ଖଜୁରୀ ଝାଡୁ, ନଡ଼ିଆ ଗଛରୁ ବି ଝାଡୁ ପ୍ରସ୍ତୁତ ହୁଏ। ଘର ସଫେଇ ପାଇଁ ଫୁଲ ଝାଡୁର ଚାହିଦା ଅଧିକ ରହିଛି। ପୂର୍ବରୁ କନ୍ଧମାଳ ଜିଲାରେ ଥିବା ଜଙ୍ଗଲ ଓ ପାହାଡ଼ ଉପରେ ଆପେ ଆପେ ଫୁଲ ଝାଡୁ ହୋଇଥାଏ। ସେହି ସମୟରେ ଏହାର ଦର ଠିକ୍‌ ଥିବା ବେଳେ ଏବେ ଅଞ୍ଚଳରେ ସରକାରଙ୍କ ଏକାଧିକ ବିଭାଗ ଦ୍ୱାରା ଏହି ଚାଷ ପାଇଁ ପଦକ୍ଷେପ ନିଆଯାଇ ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ ସହାୟତା ଯୋଗାଇ ଦିଆଯାଇଛି ଏବଂ ତା’ର ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷ ଧରି ସରକାର ସହାୟତା କରିଥିଲେ। ଏବେ ଏହି ଚାଷ ଜିଲାରେ ବହୁଳ ମାତ୍ରାରେ ହେଉଥିବା ବେଳେ ଫୁଲଝାଡୁର କୌଣସି ଦର ଧାର୍ଯ୍ୟ କରାଯାଉନି କି ଏହାର ବିକ୍ରିବଟା ବ୍ୟବସ୍ଥା କରାଯାଉନି। ଫଳରେ ଫୁଲଝାଡୁ ଚାଷୀ ନିରାଶ ହେବା ସହ କିଛି ଚାଷୀ ଏହି ଚାଷର ବୃଦ୍ଧି କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଫୁଲଝାଡୁକୁ ଦଲାଲମାନେ ଶସ୍ତାରେ ଚାଷୀଙ୍କଠାରୁ ନେଇ ବାହାର ରାଜ୍ୟକୁ ପଠାଇ ବହୁ ଦାମରେ ଏହାକୁ ପ୍ରସ୍ତୁତ କରି ବିକ୍ରିକରି ଲାଭବାନ ହେଉଛନ୍ତି ବୋଲି ଚାଷୀ ଅଭିଯୋଗ କରୁଛନ୍ତି। ପ୍ରକାଶ ଯେ, ଏହି ଫୁଲ ଝାଡୁ ଚାଷରେ ଛୋଟ ଛୋଟ ଚାଷ କରି ବର୍ଷକରେ ୨ ମାସ ଚାଷୀ ପରିଶ୍ରମ କରି ଅତି କମ୍‌ରେ ୫ ରୁ ୧୦ ହଜାର ପର୍ଯ୍ୟନ୍ତ ରୋଜଗାର କରୁଥିବା ବେଳେ କିଛି ଚାଷୀ ଲକ୍ଷାଧିକ ରୋଜଗାର କରିବା ନଜିର ରହିଛି। ଏନେଇ ବାଡ଼ାବାଙ୍ଗା ପଞ୍ଚାୟତ ସିକକେତା ଗ୍ରାମର ଚାଷୀ ପ୍ରତ୍ୟୁଷ ପ୍ରଧାନ କୁହନ୍ତି, ସରକାରଙ୍କ ପକ୍ଷରୁ ୩ ଏକର ଜମିରେ ଏହି ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ। ହେଲେ ଏହାର ଅଭାବି ବିକ୍ରି ଓ ଦର ଧାର୍ଯ୍ୟ ନ ଥିବାରୁ ସେ କ୍ଷତି ସହୁଛନ୍ତି। ତେଣୁ ସରକାର ଏହାର ଦର ଧାର୍ଯ୍ୟ କରିବା ସହ ମଣ୍ଡି ଖୋଲିବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଥମୁନି ଦାଦନ ଦୁଖଃ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୩ା୪(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କୋଏମ୍ୱାଟୁରରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ବେହେରା(୪୫)।…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri