ଦୀପାବଳିରେ ଚାଇନା ସାମଗ୍ରୀ ବିକିବେନି ବ୍ୟବସାୟୀ

ନୂଆଦିଲ୍ଲୀ,୨୭।୬: ଚଳିତ ବର୍ଷ ସ୍ବଦେଶୀ ଉପାୟରେ ଦୀପାବଳି ପାଳନ କରିବା ଲାଗି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆହ୍ବାନ ଦିଆଯାଇଛି। ଦୀପାବଳିକୁ ଶତ ଏହି ଉପାୟରେ ପାଳନ କରିବା ଲାଗି ବ୍ୟବସାୟୀମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥି ଲାଗି ବ୍ୟବସାୟୀମାନେ ଚଳିତ ବର୍ଷ ଚାଇନା ସାମଗ୍ରୀ ଆମଦାନୀ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଅର୍ଥାତ୍‌ ଦୀପାବଳିରେ ଚାଇନା ସାମଗ୍ରୀ ବିକ୍ରି ଉପରେ ରୋକ ଲଗାଇବା ଲାଗି ସଂଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭାରତୀୟ ସାମାନ ହମାରା ଅଭିମାନ ନାମକ ଅଭିଯାନକୁ ସିଏଆଇଟି ଏଭଳି ନିଷ୍ପତ୍ତି ଦ୍ୱାରା ଆଉ ଗୋଟିଏ ପାଦ ଆଗକୁ ବଢାଇଛି। ଲୋକମାନେ ମଧ୍ୟ ଦୀପାବଳିରେ ଚାଇନା ସାମଗ୍ରୀ ନ ବ୍ୟବହାର କରିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି। ଯଦି କୌଣସି ବ୍ୟବସାୟୀଙ୍କ ନିକଟରେ ଚାଇନା ସାମଗ୍ରୀର ଷ୍ଟକ୍‌ ରହିଛି ତାକୁ ୧୫ ଜୁଲାଇ ମଧ୍ୟରେ ବିକ୍ରି କରି ଦେବାକୁ ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri