ଅକ୍ଟୋବରରୁ ଚୋରି ହୋଇଥିବା ଟ୍ରାକ୍ଟର ଆନ୍ଧ୍ରରୁ ଉଦ୍ଧାର, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୧ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରୁ ଚୋରି ହୋଇଥିବା ଟ୍ରାକ୍ଟରକୁ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କରିଛି ଲୋଇସିଂହା ପୋଲିସ। ବଲାଙ୍ଗୀର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟଠାରେ ବୁଧବାର ଏକ ଖବରଦାତା ସମ୍ମିଳନୀ କରି ଚୋରି ସମ୍ପର୍କରେ ସବିଶେଷ ତଥ୍ୟ ରଖିଥିଲେ ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ। ଗତ ଅକ୍ଟୋବର ମାସରେ ହରିପାଲି ଗାଁର ଜମିଦାର ପଧାନଙ୍କ ଟ୍ରାକ୍ଟର ସାହାଜସାପର ଗାଁରୁ ଚୋରି ହୋଇଥିଲା। ଏନେଇ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଜମିଦାର। ଚୋରି ଅଭିଯୋଗକୁ ନେଇ ତଦନ୍ତ ଜାରି ରଖିଥିଲା ପୋଲିସ। ଶେଷରେ ସୋନପୁର ଜିଲା ବିନିକା ଅଞ୍ଚଳର ଦୁଇଜଣ ଚୋରଙ୍କୁ ଗିରଫ କରିଥିଲା ପୋଲିସ। ତା’ପରେ ଗିରଫ ହୋଇଥିଲେ ଟ୍ରାକ୍ଟରକୁ କିଣିଥିବା ଓ ମଧ୍ୟସ୍ଥି କରିଥିବା ତିନିଜଣ। ମୋଟ୍‌ ପାଞ୍ଚଜଣଙ୍କୁ ଗିରଫ କରି ଆଜି ପୋଲିସ କୋର୍ଟ ଚାଲାଣ କରିଛି। ଚୋରି ହୋଇଥିବା ଟ୍ରାକ୍ଟର ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହୋଇଛି। ଗିରଫ ଚୋରମାନେ ଆଗରୁ ବାଇକ ଚୋରି କରୁଥିବା ଜଣାପଡ଼ିଛି।

Dharitri –Odisha’s No.1 Trusted Odia Daily

Share
Tags: stoletractor