ବସ୍‌ ଧକ୍କାରେ ଓଲଟିପଡ଼ିଲା ଟ୍ରାକ୍ଟର, କଣ୍ଡକ୍ଟରଙ୍କ ସମେତ…

ଧୂଷୁରୀ,୧୯ା୨(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ କୁଳେଇପଦା ଓ ଆରଡ଼ିର ମଧ୍ୟବର୍ତ୍ତୀ ସ୍ଥାନରେ ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର ମଧ୍ୟାହ୍ନରେ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଜୟ ମାତାଦୀ ନାମକ ଘରୋଇ ବସ୍‌ ପଛପଟୁ ଧକ୍କା ଦେବା ସହିତ ରାସ୍ତା ତଳକୁ ଓଲଟିପଡ଼ିଛି। ଏଥିରୁ ଡ୍ରାଇଭର ରକ୍ଷା ପାଇଯାଇଛନ୍ତି। ବସ୍‌ରେ ଥିବା ୩୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୪ ଜଣ ଓ ବସ୍‌ କଣ୍ଡକ୍ଟର ଆହତ ହୋଇ ଆରଡ଼ି ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ଚିକିତ୍ସିତ ହେଉଥବା ବେଳେ ଜଣେ ମହିଳା ଭଦ୍ରକ ମୁଖ୍ୟ ସିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର ହୋଇଛନ୍ତି। ଦୁର୍ଘଟଣାସ୍ଥଳରେ ଆରଡ଼ି ଫାଣ୍ଡି ଅଧିକାରୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ, ସ୍ଥାନୀୟ କୁଳେଇପଦା,ଆରଡ଼ି,ପହଣା ଆଦି ଗ୍ରାମର ଯୁବକ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ବସ୍‌ରେ ଥିବା ଯାତ୍ରୀଙ୍କ କହିବା ଅନୁସାରେ ଭଦ୍ରକରୁ ଆରଡ଼ି ଅଭିମୁଖେ ଯାଉଥିବା ଏହି ଘରୋଇ ବସର ବ୍ରେକ୍‌ ଫେଲ ହେବାରୁ ଆଗରେ ଯାଉଥିବା ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେବା ସହ ଭାରସାମ୍ୟ ହରାଇ ରାସ୍ତା ତଳକୁ ଚାଲି ଯାଇଥିଲା

Dharitri – Odisha’s No.1 Odia Daily

Share