Posted inଜାତୀୟ

ଓଲଟିଲା ଟ୍ରାକ୍ଟର, ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୩।୬: ମଧ୍ୟପ୍ରଦେଶ ଅନ୍ତର୍ଗତ ରାଜଗଡ଼ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଓଲଟିପଡ଼ିବାରୁ ଏହାର ଡାଲାରେ ବସିଥିବା ଚାରିଜଣ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୧୫ ଜଣ ଲୋକ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଏକ ବାହାଘର ପ୍ରୋସସନ୍‌ ଚାଲିଥିବା ବେଳେ ରବିବାର ରାତି ୮ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ବାହଘରଟି ରାଜସ୍ଥାନର ମୋତିପୁର ଅଞ୍ଚଳରୁ ବାହାରି କୁଲାମପୁର ଅଞ୍ଚଳକୁ ଯାଉଥିଲା। ତେବେ ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସୋସିଆଲ ମଡିଆରେ ଜଣାଇଛନ୍ତି ଯେ, ଦୁର୍ଘଟଣା ସ୍ଥଳରେ ରାଜଗଡ଼ ଜିଲ୍ଲାପାଳ, ପୋଲିସ ଅଧିକ୍ଷକ ଏବଂ ମନ୍ତ୍ରୀ ନାରାୟଣ ସିଂ ପନୱାର ଉପସ୍ଥିତ ରହିଛନ୍ତି। ଆମେ ରାଜସ୍ଥାନ ସରକାର ଏବଂ ପୋଲିସ ସହିତ ଯୋଗାଯୋଗରେ ରହିଛୁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତମାନଙ୍କ ଚିକିତ୍ସା ଜାରି ରହିଛି। ଗୁରୁତରଙ୍କୁ ଭୋପାଳ ହସ୍ପିଟାଲକୁ ରେଫର କରାଯାଇଛି। ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri