ଟିପିସିଓଡିଏଲ୍‌ର ବାତ୍ୟା ପୂର୍ବପ୍ରସ୍ତୁତି

ଭୁବନେଶ୍ୱର,୨୪।୧୦: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ସିତରଙ୍ଗ’ ପ୍ରଭାବରେ ଉପକୂଳ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଥିବା ବେଳେ ସେଥିପାଇଁ ଯେଉଁସବୁ ଜରୁରିକାଳୀନ ସ୍ଥିତି ସୃଷ୍ଟି ହେବ ତା’ର ପରିଚାଳନା କରିବା ଲାଗି ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପ୍ରସ୍ତୁତ ରହିଛି। ଏଭଳି ସ୍ଥିତିର ମୁକାବିଲା କରିବା ଲାଗି ଟିପିସିଓଡିଏଲ୍‌ର ଏକ ସମ୍ପୂର୍ଣ୍ଣ ବିଜନେସ୍‌ କଣ୍ଟିନୁଇଟି ଆଣ୍ଡ୍‌ ଡିଜାଷ୍ଟର୍‌ ମ୍ୟାନେଜମେଣ୍ଟ୍‌ ପ୍ଲାନ୍‌ (ବିସିଡିଏମ୍‌ପି) ପ୍ରସ୍ତୁତ ରହିଛି।

ଟିପିସିଓଡିଏଲ୍‌ ଯେକୌଣି ପ୍ରକାରର ଆକସ୍ମିକତାର ମୁକାବିଲା କରିବା ଏବଂ ବିଦ୍ୟୁତ୍‌ ଯୋଗାଣକୁ ନେଇ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଅକ୍ସିଜେନ୍‌ ପ୍ଲାଣ୍ଟକୁ ୨୪ ଘଣ୍ଟା ବିଦ୍ୟୁତ୍‌ ଯୋଗାଣ ନିଶ୍ଚିତ କରିବା ଲାଗି କମ୍ପାନୀ ପକ୍ଷରୁ ଏକ ଉତ୍ସର୍ଗୀକୃତ ଟିମ୍‌ ଗଠନ କରାଯାଇଛି। ଲାଇସେନ୍ସପାପ୍ତ ଅଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଉତ୍ସର୍ଗୀକୃତ ତ୍ୱରିତ ପ୍ରତିକ୍ରିୟାଶୀଳ ଟିମ୍‌ ମୁତୟନ କରାଯିବ। କୌଣସି ଜରୁରୀ ସେବା ଲାଗି ଯେ କେହି ୨୪ ଘଣ୍ଟିଆ କଲ୍‌ ସେଣ୍ଟର୍‌ ଟୋଲ୍‌ ଫ୍ରି ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୭୧୨୨କୁ କଲ୍‌ କରିପାରିବେ କିମ୍ବା ଟିପିସିଓଡିଏଲ୍‌ ମିତ୍ର ଆପ୍‌ କିମ୍ବା ୱେବସାଇଟ୍‌ରେ ପଞ୍ଜୀକରଣ କରିପାରିବେ। ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଏମ୍‌. ସେନ୍‌ବାଗମ୍‌ କହିଛନ୍ତି, ସମଗ୍ର ସ୍ଥିତି ଓ ସଦ୍ୟତମ ଘଟଣାକ୍ରମ ଉପରେ ଆମେ ତୀକ୍ଷ୍‌ଣ ନଜର ରଖିଛୁ। ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣକୁ ନିଶ୍ଚିତ କରିବା ସହିତ ଦରକାର ହେଉଥିବା ସ୍ଥାନରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ କରିବା ଲାଗି ଟିମ୍‌ କାର୍ଯ୍ୟ କରୁଛି। ସୁରକ୍ଷା ବ୍ୟବସ୍ଥା,ଗାଇଡ୍‌ଲାଇନ୍‌କୁ ଅନୁସରଣ କରିବା ଏବଂ ଜରୁରିକାଳୀନ ସ୍ଥିତିରେ ଆମ ସହ ଯୋଗାଯୋଗ କରିବା ଲାଗି ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ବୋଲି ସେନ୍‌ବାଗମ୍‌ ମତବ୍ୟକ୍ତ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri