ଟିପିସିଓଡିଏଲ୍‌ର ସ୍ବତନ୍ତ୍ର ସ୍କିମ୍‌

ଭୁବନେଶ୍ୱର,୨୭।୨: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ) ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ସ୍କିମ୍‌ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ବିଦ୍ୟୁତ୍‌ ଚୋରି ଅଭିଯୋଗରେ ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି, ସେମାନଙ୍କ ପାଇଁ ଚୋରି ମୂଲ୍ୟାଙ୍କନ ଦେୟର ଫଇସଲା କରିବା ଲାଗି ଟିପିସିଓଡିଏଲ୍‌ ପକ୍ଷରୁ ଏଭଳି ଏକ ଯୋଜନା ଆରମ୍ଭ ହୋଇଛି। ଏହି ସ୍ବତନ୍ତ୍ର ସ୍କିମ୍‌ ଜରିଆରେ କମ୍ପାନୀ ପକ୍ଷରୁ ବିଦ୍ୟୁତ୍‌ ବିଲ୍‌ ଉପରେ ସ୍ବାଭାବିକତାଠାରୁ ଅଧିକ ରିହାତି ପ୍ରଦାନ କରାଯାଉଛି। ଯାହା ଚଳିତ ବର୍ଷ ଫେବୃୟାରୀ ଓ ମାର୍ଚ୍ଚ ପାଇଁ ବୈଧ ରହିବ। ମୂଲ୍ୟାଙ୍କନ ହୋଇଥିବା ଖିଲାପକାରୀମାନଙ୍କୁ ନିକଟସ୍ଥ ବିଦ୍ୟୁତ୍‌ ସବ୍‌-ଡିଭିଜନ ଅଫିସକୁ ଯିବାକୁ ପଡ଼ିବ ଏବଂ ସେମାନଙ୍କ ବକେୟା ଦେୟକୁ ନିୟମିତ କରିବାକୁ ପଡ଼ିବ। ଯଦି ଏହି ଗ୍ରାହକମାନେ ଚୋରି ଜନିତ ଜରିମାନା ଦେବେ ନାହିଁ ଓ ନୂଆ ସଂଯୋଗ ପାଇଁ ଆଇନଗତ ପନ୍ଥା ଗ୍ରହଣ କରିବେ ନାହିଁ ତେବେ ଭାରତୀୟ ବିଦ୍ୟୁତ୍‌ ନିୟମ ୨୦୦୩ର ଧାରା ୧୩୫ରେ ଟିପିସିଓଡିଏଲ୍‌ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବ।

ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଏମ୍‌.ସେନ୍‌ବାଗମ କହିଛନ୍ତି, ଏକ ଦାୟିତ୍ୱବାନ ବିଦ୍ୟୁତ୍‌ ୟୁଟିଲିଟି ଭାବେ ଆମ ଗ୍ରାହମାନଙ୍କ ଉପରେ ବିଦ୍ୟୁତ୍‌ ଚୋରି ଜନିତ ଖର୍ଚର ବୋଝ ଯେଭଳି ନପଡ଼ିବ ତାହା ନିଶ୍ଚିତ କରିବା ହେଉଛି ଆମର ଦାୟିତ୍ୱ। ଏହି ସ୍ବତନ୍ତ୍ର ସ୍କିମ୍‌ ଜରିଆରେ ବକେୟା ଦେୟକୁ ନିୟମିତ କରିବା ଏବଂ ଏକ ନୂଆ ସଂଯୋଗ ନେବାର ସୁଯୋଗ ପ୍ରଦାନ କରୁଛି। ସେହିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ଲାଗି ଟିପିସିଓଡିଏଲ୍‌ ପ୍ରତିବଦ୍ଧ ରହିଛି, ଏପରିକି ବିଦ୍ୟୁତ୍‌ ଚୋରିକୁ ହ୍ରାସ କରିବା ଏବଂ ଗୁଣାତ୍ମକ ଓ ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣରେ ଉନ୍ନତି ଆଣିବା ଲାଗି ସବୁ ପ୍ରକାର ଉଦ୍ୟମ କରୁଛି ବୋଲି ସେନ୍‌ବାଗମ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

ଜେଇଇ ମେନ୍‌ରେ ବେଦାନ୍ତୁର ବାଜିମାତ୍‌

ଭୁବନେଶ୍ୱର,୨୭।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ (ମେନ୍‌)-୨୦୨୪ ଫଳାଫଳରେ ବାଜିମାତ୍‌ କରିଛି। ଏପରିକି ଏହାର ୧୬୯୮ଜଣ ଛାତ୍ରୀଛାତ୍ରୀ...

ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମସଲା ବ୍ରାଣ୍ଡ୍‌ ‘ରୁଚି’ (ରୁଚି ଫୁଡ୍‌ଲାଇନ)ର ଲୋକପ୍ରିୟ ଯୋଜନା ‘ଫେଷ୍ଟିଭାଲ ବୋନାଞ୍ଜା ଅଫର’ ଜରିଆରେ ସୁରଟର ଭାଗ୍ୟଶାଳୀ...

ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା

ଭୁବନେଶ୍ୱର,୨୭।୪: ଏଚ୍‌ଡିଏଫ୍‌ସି ଲାଇଫ୍‌ ଏବଂ ପିୟରଲେସ୍‌ ଫାଇନାନ୍ସସିଆଲ ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ପିଏଫ୍‌ପିଡିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri