ଟିପିସିଓଡିଏଲ୍‌ର ‘ବିଲ୍‌ ପେ ଆଣ୍ଡ ୱିନ୍‌ ସ୍କିମ୍‌’

ଭୁବନେଶ୍ୱର,୧୮।୯: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ଅଭିନବ ଯୋଜନା ‘ବିଲ୍‌ ପେ ଆଣ୍ଡ ୱିନ୍‌ ସ୍କିମ୍‌’ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଟିପିସିଓଡିଏଲ୍‌ର ଗ୍ରାହକମାନେ ଏହି ଯୋଜନା ଜରିଆରେ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ପାଇପାରିବେ। ଏପରିକି ଯେଉଁ ଗ୍ରାହକମାନେ ଧାର୍ଯ୍ୟ ତାରିଖ ମଧ୍ୟରେ ୧୨ ମାସର ବିଦ୍ୟୁତ୍‌ ବିଲ୍‌ ପୈଠ କରିଥିବେ ସେମାନେ ଏକ ମାସର ବିଲ୍‌ ରିହାତି ଆକାରରେ ପାଇବେ, ଯାହା ୧୧ ମାସର ବିଲ୍‌ ସହିତ ସମାନ ବୋଲି କୁହାଯାଇଛି।

ସେହିଭଳି ଲକି ଡ୍ର ଜରିଆରେ ପ୍ରଥମ ୨୦୦ ଗ୍ରାହକ ସ୍ମାର୍ଟ ମୋବାଇଲ୍‌ ଫୋନ୍‌ ମଧ୍ୟରୁ ଗୋଟିଏ ଜିତିବାର ସୁଯୋଗ ପାଇବେ ା ଏହି ସ୍କିମ୍‌ର ଲାଭ ପାଇବା ପାଇଁ ଗ୍ରାହକଙ୍କୁ ପ୍ରତି ମାସ ଶେଷରେ ଶୂନ୍ୟ-ବକେୟା ସ୍ଥିତି ବଜାୟ ରଖିବାକୁ ପଡ଼ିବ। ଏହା ବ୍ୟତୀତ ଟିପିସିଓଡିଏଲ୍‌ ଠିକ୍‌ ସମୟରେ ବିଲ୍‌ ପୈଠ କରୁଥିବା ଗ୍ରାହକଙ୍କ ପାଇଁ ୪% ଡିଜିଟାଲ ରିହାତି ଏବଂ ୟୁନିଟ୍‌ ପିଛା ୧୦ ପଇସା ପ୍ରମ୍ପ୍ଟ ପେମେଣ୍ଟ୍‌ ରିହାତି ପ୍ରଦାନ କରିଥାଏ। ସେହିପରି ଗ୍ରାମୀଣ ଗ୍ରାହକଙ୍କ ପାଇଁ ୟୁନିଟ୍‌ ପିଛା ଅତିରିକ୍ତ ୧୦ପଇସା ରିହାତି ପ୍ରଦାନ କରିଥାଏ ଓ ଯେଉଁ ଗ୍ରାହକମାନେ ୧୨ମାସର ବିଲ୍‌ ଠିକ୍‌ ସମୟରେ ପୈଠ କରିବେ ସେମାନଙ୍କୁ ମାର୍ଚ୍ଚ ମାସରେ ଦିଆଯାଉଥିବା ରିହାତି ପରିମାଣର ସମାନ ଆଉ ଏକ ରିହାତି ପାଇ ପାରିବେ।

ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂ କହିଛନ୍ତି, ଆମେ ଗ୍ରାହକଙ୍କୁ ନିରବଚ୍ଛିନ୍ନ ବିଜୁଳି ଏବଂ ଅଭିନବ ଅନୁଭୂତି ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ‘ବିଲ୍‌ ପେ ଆଣ୍ଡ ୱିନ୍‌’ ସ୍କିମ୍‌ ଗ୍ରାହକଙ୍କ ସନ୍ତୋଷ ଏବଂ ଡିଜିଟାଲ୍‌ ଦେୟ ପ୍ରତି ଆମର ସମର୍ପଣକୁ ପ୍ରତିଫଳିତ କରୁଛି। ଆମେ ଆମର ସମସ୍ତ ଗ୍ରାହକଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ଏବଂ ଏହାର ଲାଭ ହାସଲ କରିବାକୁ ଉତ୍ସାହିତ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?