ଟିପିସିଓଡିଏଲ୍‌ର ‘ବିଲ୍‌ ପେ ଆଣ୍ଡ ୱିନ୍‌ ସ୍କିମ୍‌’

ଭୁବନେଶ୍ୱର,୧୮।୯: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ଅଭିନବ ଯୋଜନା ‘ବିଲ୍‌ ପେ ଆଣ୍ଡ ୱିନ୍‌ ସ୍କିମ୍‌’ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଟିପିସିଓଡିଏଲ୍‌ର ଗ୍ରାହକମାନେ ଏହି ଯୋଜନା ଜରିଆରେ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ପାଇପାରିବେ। ଏପରିକି ଯେଉଁ ଗ୍ରାହକମାନେ ଧାର୍ଯ୍ୟ ତାରିଖ ମଧ୍ୟରେ ୧୨ ମାସର ବିଦ୍ୟୁତ୍‌ ବିଲ୍‌ ପୈଠ କରିଥିବେ ସେମାନେ ଏକ ମାସର ବିଲ୍‌ ରିହାତି ଆକାରରେ ପାଇବେ, ଯାହା ୧୧ ମାସର ବିଲ୍‌ ସହିତ ସମାନ ବୋଲି କୁହାଯାଇଛି।

ସେହିଭଳି ଲକି ଡ୍ର ଜରିଆରେ ପ୍ରଥମ ୨୦୦ ଗ୍ରାହକ ସ୍ମାର୍ଟ ମୋବାଇଲ୍‌ ଫୋନ୍‌ ମଧ୍ୟରୁ ଗୋଟିଏ ଜିତିବାର ସୁଯୋଗ ପାଇବେ ା ଏହି ସ୍କିମ୍‌ର ଲାଭ ପାଇବା ପାଇଁ ଗ୍ରାହକଙ୍କୁ ପ୍ରତି ମାସ ଶେଷରେ ଶୂନ୍ୟ-ବକେୟା ସ୍ଥିତି ବଜାୟ ରଖିବାକୁ ପଡ଼ିବ। ଏହା ବ୍ୟତୀତ ଟିପିସିଓଡିଏଲ୍‌ ଠିକ୍‌ ସମୟରେ ବିଲ୍‌ ପୈଠ କରୁଥିବା ଗ୍ରାହକଙ୍କ ପାଇଁ ୪% ଡିଜିଟାଲ ରିହାତି ଏବଂ ୟୁନିଟ୍‌ ପିଛା ୧୦ ପଇସା ପ୍ରମ୍ପ୍ଟ ପେମେଣ୍ଟ୍‌ ରିହାତି ପ୍ରଦାନ କରିଥାଏ। ସେହିପରି ଗ୍ରାମୀଣ ଗ୍ରାହକଙ୍କ ପାଇଁ ୟୁନିଟ୍‌ ପିଛା ଅତିରିକ୍ତ ୧୦ପଇସା ରିହାତି ପ୍ରଦାନ କରିଥାଏ ଓ ଯେଉଁ ଗ୍ରାହକମାନେ ୧୨ମାସର ବିଲ୍‌ ଠିକ୍‌ ସମୟରେ ପୈଠ କରିବେ ସେମାନଙ୍କୁ ମାର୍ଚ୍ଚ ମାସରେ ଦିଆଯାଉଥିବା ରିହାତି ପରିମାଣର ସମାନ ଆଉ ଏକ ରିହାତି ପାଇ ପାରିବେ।

ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂ କହିଛନ୍ତି, ଆମେ ଗ୍ରାହକଙ୍କୁ ନିରବଚ୍ଛିନ୍ନ ବିଜୁଳି ଏବଂ ଅଭିନବ ଅନୁଭୂତି ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ‘ବିଲ୍‌ ପେ ଆଣ୍ଡ ୱିନ୍‌’ ସ୍କିମ୍‌ ଗ୍ରାହକଙ୍କ ସନ୍ତୋଷ ଏବଂ ଡିଜିଟାଲ୍‌ ଦେୟ ପ୍ରତି ଆମର ସମର୍ପଣକୁ ପ୍ରତିଫଳିତ କରୁଛି। ଆମେ ଆମର ସମସ୍ତ ଗ୍ରାହକଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ଏବଂ ଏହାର ଲାଭ ହାସଲ କରିବାକୁ ଉତ୍ସାହିତ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

୩ ପେଟ୍ରୋଲିୟମ ପ୍ରକଳ୍ପ ଲୋକାର୍ପଣ କଲେ ମୋଦି

ନୂଆଦିଲ୍ଲୀ, ୧୪।୯: ବିହାରରେ ୩ ପେଟ୍ରୋଲିୟମ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଭିଡିଓକନଫରେନ୍ସି ଯୋଗୁ ଏହି ପ୍ରକଳ୍ପଗୁଡିକୁ ଲୋକାର୍ପଣ...

ଚାଇନାକୁ ଟପିଲା ଆମେରିକା

ନୂଆଦିଲ୍ଲୀ, ୩୦ା୫: ବାଣିଜ୍ୟ କ୍ଷେତ୍ରରେ ଚାଇନାର ଏକଚାଟିଆ ମନୋବୃତ୍ତି ବେଜିଂକୁ କ୍ରମଶଃ ଆର୍ଥିକ ସ୍ତରରେ ପ୍ରଭାବିତ କରିବାରେ ଲାଗିଛି। ପରିବର୍ତ୍ତନଶୀଳ ଭୂରାଜନୈତିକ ପ୍ରେକ୍ଷାପଟରେ ଚାଇନାର ଆଧିପତ୍ୟ...

ଏଆର୍‌ସିସି ଚତୁର୍ଥ ରାଉଣ୍ଡରେ ଯୋଗଦେବ ହୋଣ୍ଡା ଟିମ୍‌

ଭୁବନେଶ୍ୱର,୧ -୭: ଏଫ୍‌ଆଇଏମ୍‌ ଏସିଆନ୍‌ ରୋଡ୍‌ ରେସିଂ ଚାମ୍ପିୟନଶିପର ଚତୁର୍ଥ ରାଉଣ୍ଡରେ ଭାଗନେବା ଲାଗି ହୋଣ୍ଡାର ଭାରତୀୟ ଟିମ୍‌ ଆଇଡେମିଶୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌...

ଲଞ୍ଚ ହେଲା ସାମ୍‌ସଙ୍ଗ ଗାଲାକ୍ସି ଏମ୍‌ ୩୧ ଏସ୍‌ : ରହିଛି ଏସବୁ ଫିଚର

ସାମ୍‌ସଙ୍ଗ ଭାରତରେ ଏହାର ଏକ ମିଡ୍‌ରେଞ୍ଜ ସ୍ମାର୍ଟଫୋନ ସାମ୍‌ସଙ୍କ ଗାଲାକ୍ସି ଏମ ୩୧ ଏସ୍‌ ଲଞ୍ଚ କରିଛି। କିଛି ମାସ ପୂର୍ବରୁ କମ୍ପାନୀ ଲଞ୍ଚ ହୋଇଥିବା...

ରେଳ ବୋର୍ଡରୁ ବାଦ୍‌ ପଡ଼ିବେ ୨୫% ଅଧିକାରୀ

ନୂଆଦିଲ୍ଲୀ,୨୦-୧୧: ରେଳବୋର୍ଡରୁ ୨୫% କର୍ମଚାରୀ ବାଦ ଦେବା ଲାଗି ରେଲଓ୍ବେ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ଅନ୍ତର୍ଗତ ରେଲଓ୍ବେ ୨୫% କର୍ମଚାରୀଙ୍କୁ ଅନ୍ୟତ୍ର...

ପ୍ରତି ମିନିଟ୍‌ରେ ଗୋଟିଏ ଶାଢ଼ି ବିକ୍ରି

ନୂଆଦିଲ୍ଲୀ,୨୩।୧: ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପ୍‌କାର୍ଟରେ ପ୍ରତି ମିନିଟ୍‌ରେ ଗୋଟିଏ ଶାଢ଼ି ବିକ୍ରି ହେଉଥିବା ଫ୍ଲିପ୍‌କାର୍ଟ ପକ୍ଷରୁ କୁହାଯାଇଛି। କାରଣ ଭାରତୀୟ ଶାଢ଼ିକୁ ବିଶ୍ୱରେ...

‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌’ର ୩ୟ ସଂସ୍କରଣ: ସମ୍ମାନିତ ହେଲେ ୨୧ ଉଦ୍ୟୋଗପତି

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌’ର ୩ୟ ସଂସ୍କରଣ ଶେଷ ହୋଇଛି। ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି...

ପିଏନ୍‌ବିର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୧୪।୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ସମ୍ବଲପୁର ମଣ୍ଡଳ ଅଧୀନ ନାକଟିଦେଉଳ ବ୍ଲକ୍‌ର ବଲମଠାରେ ଏକ ନୂତନ ଶାଖା ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ରେଢ଼ାଖୋଲର ଉପଜିଲାପାଳ...

Advertisement
Archives

Model This Week