ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍ ଲିକ୍ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।
ଏହି ଘଟଣାରେ ୩୦ରୁ ଅଧିକ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଦେଇଥିବା ସୂଚନା ଅନୁସାରେ ମଙ୍ଗଳବାର ରାତିରେ ଖଣିରେ କାର୍ଯ୍ୟ ଚାଲିଥିଲା ବେଳେ ହଠାତ୍ ଲିଡ୍ ଅକ୍ସାଇଡ୍, ସଲଫର୍ ଏବଂ କାର୍ବନ ମନୋକ୍ସାଇଡ୍ ଭଳି ମାରାତ୍ମକ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇଥିଲା।
ଏହି ଗ୍ୟାସ୍ ଦ୍ୱାରା କାର୍ଯ୍ୟକରୁଥିବା ଅଧିକାଂଶ ଲୋକ ଚେତାଶୂନ୍ୟ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ୩୭ ଜଣଙ୍କ ମୃତ୍ୟୁ ଘଟିଛି। ନାଇଜେରିଆ ସରକାର ତୁରନ୍ତ ଖଣି ବନ୍ଦ ନିର୍ଦ୍ଦେଶ ଦେଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

