ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ, ହରିଆନା ରାଜ୍ୟ ନୁହୁ ଜିଲାର ମୂଳ ବାସିନ୍ଦା ତଥା ବର୍ତ୍ତମାନ ବରଗଡ଼ ବ୍ଲକ ଖଲିଆପାଲିରେ ରହୁଥିବା ରବିନ୍ଦ୍ର ଓରଫ୍‌ ରବିନ୍ଦର ସିଂ(୪୦) ଏବଂ ସ୍ତ୍ରୀ ନନ୍ଦିତା(୩୪)। ସେମାନଙ୍କ ପାଖରୁ ନଗଦ ୭୧ହଜାର ଟଙ୍କା ସହିତ କଣ୍ଡୋମ, ୩ ମୋବାଇଲ ଆଦି ଜବତ ହୋଇଥିବା ପୋଲିସ ସୂଚନା ଦେଇଛି। ଏ ନେଇ ବରଗଡ଼ ଟାଉନ ଥାନାରେ ଏକ ମାମଲା(୨୦୧/୨୬) ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଗିରଫ ଦମ୍ପତି ଉକ୍ତ ଭଡ଼ାଘରେ ଦେହ ବ୍ୟବସାୟ ଚଲାଇଥିବା ନେଇ ଖବର ପାଇଥିଲା। ସେହି ଖବରକୁ ଆଧାର କରି ପୋଲିସ ସୋମବାର ରାତିରେ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉବେଳେ ସେଠାରୁ ଆପତ୍ତିଜନକ ସାମଗ୍ରୀ ଜବତ ସହିତ ଦମ୍ପତିଙ୍କୁ ଗିରଫ କରିଥିଲା। ମଙ୍ଗଳବାର ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ପୋଲିସ  ସୂଚନା ଦେଇଛି।

Dharitri – Odisha’s No.1 Odia Daily