ପୁଣିଥରେ ନନ୍ଦନକାନନ ରୋପ୍‌ୱେର ମଜା ନେବେ ପର୍ଯ୍ୟଟକ

ବାରଙ୍ଗ,୧୭।୧୧(ଲିଙ୍ଗରାଜ ରାଉତ): ପୁଣି ନନ୍ଦନକାନରେ ପର୍ଯ୍ୟଟକମାନେ ରୋପ୍‌ଓ୍ବେର ମଜା ନେବେ। ଏହି ବହୁପ୍ରତୀକ୍ଷିତ ରୋପ୍‌ୱେ ଶୁକ୍ରବାର ଉଦ୍‌ଘାଟନ ହେବାକୁ ଯାଉଛି। ଅପରାହ୍ନ ୪ଟାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ। ଶନିବାରଠାରୁ ପର୍ଯ୍ୟଟକ ରୋପ୍‌ୱେରେ ବୁଲି ଏହାର ମଜା ଉଠାଇପାରିବେ। ରୋପ୍‌ୱେର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ କୋଲକାତାର ଏକ ଘରୋଇ ସଂସ୍ଥା ଦାମୋଦର ରୋପ୍‌ୱେଜ୍‌ ଇନ୍‌ଫ୍ରା ଲିମିଟେଡ୍‌ ସହିତ ଅକ୍ଟୋବର ୨୦୨୧ରେ ନନ୍ଦନକାନନ କର୍ତ୍ତୃପକ୍ଷ ଚୁକ୍ତିନାମା କରିଥିଲେ। ଚୁକ୍ତିନାମା ଅନୁସାରେ ସମସ୍ତ କାର୍ଯ୍ୟ ସରିବା ପରେ ଜୁନ ୧୩ରେ ରୋପ୍‌ଓ୍ବେ ଭିସିବି ୟୁନିଟ୍‌ ପରୀକ୍ଷାବେଳେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଫାଟି ୩ଜଣ ଗୁରୁତର ଆହତ ହୋଇଥିଲେ। ସେହିଦିନଠାରୁ ରୋପ୍‌ଓ୍ବେ କାର୍ଯ୍ୟ ଉପରେ ଅଙ୍କୁଶ ଲାଗିଥିଲା। ତେବେ ରୋପ୍‌ୱେ ଚଳାଚଳ ସମୟରେ କୌଣସି ଦୁର୍ଘଟଣା ଘଟିଲେ କିପରି ମୁକାବିଲା କରାଯିବ, ସେନେଇ ୬ ତାରିଖରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ନେଇଥିବା ସଂସ୍ଥା ପକ୍ଷରୁ ମକଡ୍ରିଲ କରାଯାଇଥିଲା। ଏହାପରେ ଉକ୍ତ ସଂସ୍ଥାକୁ ରୋପ୍‌ୱେ ଚଳାଚଳ ପାଇଁ ନନ୍ଦନକାନନ ପକ୍ଷରୁ ସ୍ବୀକୃତି ମିଳିଛି। ନନ୍ଦନକାନନ ଓ ରାଜଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ୬୦୦ମିଟର ଲମ୍ବର ରୋପ୍‌ୱେ ନିର୍ମାଣ ପାଇଁ ୧୩ କୋଟିରୁ ଊଦ୍ଧର୍‌ବ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିରେ ସମୁଦାୟ ୧୨ଟି କ୍ୟାବିନ ବ୍ୟବସ୍ଥା ହୋଇଥିବାବେଳେ ୭୨ଜଣ ପର୍ଯ୍ୟଟକ ବସିପାରିବେ। ଏହି ରୋପ୍‌ଓ୍ବେ ନନ୍ଦନକାନନରୁ ବାହାରି କାଞ୍ଜିଆ ହ୍ରଦ ଉପରେ ବୁଲିବାବେଳେ ହ୍ରଦର ପ୍ରାକୃତିକ ପରିବେଶକୁ ଉପଭୋଗ କରିହେବ। ଟିକେଟ ମୂଲ୍ୟ ୧୨୦ ଟଙ୍କା ଧାର୍ଯ୍ୟ ହୋଇଛି। ଏହାସହ ନନ୍ଦନକାନନ ପଟରୁ ରୋପ୍‌ୱେରେ ବସି ବଟାନିକାର୍ଲ ଗାର୍ଡେନ ପଟେ ଓହ୍ଲାଇଲେ ଓ ବଟାନିକାର୍ଲ ଗାର୍ଡେନ ପଟେ ବସି ନନ୍ଦନକାନନ ପଟେ ଓହ୍ଲାଇଲେ ପର୍ଯ୍ୟଟକଙ୍କୁ ଉଭୟ ପାର୍ଶ୍ୱର ପ୍ରବେଶ ମୂଲ୍ୟ ଅଧିକ ଦେବାକୁ ପଡ଼ିବ। ଯଦି ବଟାନିକାର୍ଲ ଗାର୍ଡେନ ପଟୁ ରୋପ୍‌ୱେରେ ବସି ନନ୍ଦନକାନନ ପଟେ ଓହ୍ଲାଇଲେ ୩-୧୨ବର୍ଷର ପିଲାଙ୍କ ପାଇଁ ୧୦ଟଙ୍କା, ୧୨ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ପାଇଁ ୫୦ଟଙ୍କା ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ୧୦୦ ଟଙ୍କା ପ୍ରବେଶ ମୂଲ୍ୟ ଦେବାକୁ ପଡ଼ିବ। ସେହିପରି ନନ୍ଦନକାନନ ପଟୁ ରୋପ୍‌ୱେରେ ବସି ବଟାନିକାର୍ଲ ଗାର୍ଡେନ ପଟେ ଓହ୍ଲାଇଲେ ୧୨ବର୍ଷରୁ କମ୍‌ ବୟସ ପିଲାଙ୍କ ପାଇଁ ପ୍ରବେଶ ମୂଲ୍ୟ ଦେବାକୁ ପଡୁ ନ ଥିବାବେଳେ ୧୨ବର୍ଷରୁ ଊର୍ଦ୍ଧ୍ୱ ବୟସ ପିଲାଙ୍କ ପାଇଁ ଅଧିକ ୨୦ ଟଙ୍କା ଦେବାକୁ ପଡ଼ିବ। ଏଥିନିମନ୍ତେ ରୋପ୍‌ୱେ କାଉଣ୍ଟର ପାଖରେ ଥିବା ସ୍ବତନ୍ତ୍ର କାଉଣ୍ଟରରେ ପର୍ଯ୍ୟଟକଙ୍କ ପାଇଁ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଟିକେଟ କାଟିବା ସୁବିଧା କରାଯାଇଛି ବୋଲି ଉପନିର୍ଦ୍ଦେଶକ ସନଥ କୁମାର ଏନ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ଗଜପତିରେ ଭାଜପାକୁ ବଡ଼ ଝଟକା: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ସରପଞ୍ଚଙ୍କ ସମେତ ୬୦ରୁ ଊଦ୍ଧର୍‌ବ କର୍ମୀ, ସ୍ବାଗତ କଲେ…

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ଭାଜପା ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଗୋଷାଣି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଭାଜପା ସମର୍ଥିତ ସରପଞ୍ଚଙ୍କ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri