ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ହଜାର ହଜାର ସଂଖ୍ୟାରେ ଆସିଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ି ହିଲଭିୟୁ ପାର୍କ ବୁଲିବା ସହ ପାର୍କ ପରିସର ମଧ୍ୟରେ ରହିଥିବା ମ୍ୟୁଜିକାଲ ଫାଉଣ୍ଟେନ୍ରେ ଶବ୍ଦ କରୁଥିବା ବିଭିନ୍ନ ସମ୍ବଲପୁରୀ ଓ ବଲିଉଡ୍ ଫିଲ୍ମ ସଙ୍ଗୀତରେ ପର୍ଯ୍ୟଟକ ମଜା ନେଇଛନ୍ତି। ରଙ୍ଗବେରଙ୍ଗ ଆଲୋକରେ ସୁସଜ୍ଜିତ ହିଲଭିୟୁ ପାର୍କ ସନ୍ଧ୍ୟା ହେଲେ ଝଲସି ଉଠୁଛି। ଆଉ ଏହି ମ୍ୟୁଜିକ୍ରେ ପର୍ଯ୍ୟଟକଙ୍କୁ ନାଚିବାକୁ ବାଧ୍ୟ କରୁଛି। ପୂର୍ବରୁ ପର୍ଯ୍ୟଟକ ଉକ୍ତ ପାର୍କ ଭିତରେ ସମୟ ବିତାଉଥିଲେ। ଏବେ ମ୍ୟୁଜିକାଲ ଫାଉଣ୍ଟେନ୍ ସ୍ଥାପନ କରାଯିବା ପରେ ପର୍ଯ୍ୟଟକ ଆହୁରି ଅଧିକ ସମୟ ବିତାଉଛନ୍ତି।
ସେହିପରି ଶିଶୁ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ଖେଳକୁଦ ବ୍ୟବସ୍ଥା ସହ ଟୟ ଟ୍ରେନ୍ ରହିଥିବାରୁ ଶିଶୁ ପର୍ଯ୍ୟଟକ ବହୁତ ମଜା ଉଠାଉଛନ୍ତି ବୋଲି ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି। ପୂର୍ବ ଅପେକ୍ଷା ଏବେ ହିଲଭିୟୁ ପାର୍କ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିଥିବା ବିଡିଓ କହିଛନ୍ତି।