ଆନୁଷଙ୍ଗିକ ସୁବିଧା ଅଭାବରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଭବାନୀପାଟଣା,୭ା୧୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ଫୁର୍ଲିଝରଣ ଜଳପ୍ରପାତ। ଏଠାକୁ ବର୍ଷତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ବିଶେଷ କରି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଓ ନୂତନ ବର୍ଷରେ ଭୋଜି ପାଇଁ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଥାଏ ଏହି ଜଳପ୍ରପାତ। ହେଲେ ଆନୁଷଙ୍ଗିକ ସୁବିଧା ନ ଥିବାରୁ ପର୍ଯ୍ୟଟକ ବର୍ତ୍ତମାନ ମୁହଁ ଫେରାଇବାକୁ ବସିଲେଣି।
କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ରହିଛି ଫୁର୍ଲିଝରଣ ଜଳପ୍ରପାତ। ଭବାନୀପାଟଣା ମୁଖ୍ୟାଳୟରୁ ମାତ୍ର ୧୨ କି.ମି. ଦୂରରେ ଥିବା ଏହି ଜଳପ୍ରପାତରେ ୪୯ ଫୁଟ୍‌ ଉପରୁ ପଡୁଥିବା ଜଳଧାରା ଲୋକଙ୍କୁ ଆକର୍ଷିତ କରିଥାଏ। ସାରେ ଝରଣାରେ ସୂର୍ଯ୍ୟକିରଣ ପଡି ସୃଷ୍ଟି ହେଉଥିବା ଇନ୍ଦ୍ରଧନୁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ। ପ୍ରତିବର୍ଷ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥାଏ। ଏଠାରେ ଜଳପ୍ରପାତ ସାଙ୍ଗକୁ ଚିତ୍ତାକର୍ଷକ ଗେଟ୍‌, ଛୋଟ ଶିଶୁଙ୍କ ପାଇଁ ବିଭିନ୍ନ ଖେଳଣା ସାମଗ୍ରୀ ସହ ଶିଶୁ ଉଦ୍ୟାନ, ବିଭିନ୍ନ ବନ୍ୟଜନ୍ତୁଙ୍କ ସିମେଣ୍ଟ ମୂର୍ତ୍ତି, ବାଉଁଶ ଘର, ରେଷ୍ଟୁରାଣ୍ଟ, ପିଇବା ପାଇଁ ସ୍ବଚ୍ଛ ଜଳ ବ୍ୟବସ୍ଥା, ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ, ସେଲ୍ଫି ପଏଣ୍ଟ, ଓ୍ବାଚ୍‌ଟାୱାର, ବିଶ୍ରାମ ନେବା ପାଇଁ ରେଷ୍ଟସେଡ୍‌ ଭଳି ବ୍ୟବସ୍ଥା ରହିଛି। ଏସବୁ ସୁବିଧା ଯୋଗୁ ଲୋକେ ଏଠାକୁ ଆସିବା ପାଇଁ ପସନ୍ଦ କରନ୍ତି। ପ୍ରବେଶ ପାଇଁ ଟିକେଟ ବ୍ୟବସ୍ଥା ରହିଥିବାରୁ ବନ ବିଭାଗକୁ ବେଶ ଲାଭ ମଧ୍ୟ ହୋଇଥାଏ। ଜଳପ୍ରପାତର ସୌନ୍ଦର୍ଯ୍ୟକରଣରେ ପ୍ରତିବର୍ଷ ଅର୍ଥ ବ୍ୟୟ ହେଉଥିବା ବେଳେ କିଛି ମୌଳିକ ଅସୁବିଧା ପାଇଁ ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫୁର୍ଲିଝରଣ ଜଳପ୍ରପାତ ଅଭୟାରଣ୍ୟ ମଧ୍ୟରେ ଥିବାବେଳେ ସେଠି କୌଣସି ନେଟ୍‌ୱର୍କର ସୁବିଧା ନାହିଁ। ଫଳରେ କୌଣସି ଅଘଟଣ ଘଟିଲେ ପୋଲିସ କିମ୍ବା ଆମ୍ବୁଲାନ୍ସ ଡାକିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡେ। ମହିଳାମାନଙ୍କ ପାଇଁ ଥିବା ଶୌଚାଳୟ ଅନେକ ସମୟରେ ତାଲା ପଡି ରହିଥିବାରୁ ମହିଳାମାନେ ଅସୁବିଧାର ସାମ୍ନା କରିଥାନ୍ତି। ରେଷ୍ଟୁରାଣ୍ଟ ମଧ୍ୟ ପ୍ରାୟ ସମୟରେ ବନ୍ଦ ରହୁଥିବାରୁ ସେଠାରେ କୌଣସି ଖାଇବା ଜିନିଷ ମିଳେ ନାହିଁ। ବାହାରୁ ଖାଦ୍ୟ ନେଇ ଯିବା ପାଇଁ ମନା କରାଯାଉଥିବା ବେଳେ ଜଳପ୍ରପାତ ଜଙ୍ଗଲ ଭିତରେ ଥିବାରୁ ଆଖପାଖରେ କୌଣସି ଜିନିଷ ମିଳିବା ସମ୍ଭାବନା ମଧ୍ୟ ନ ଥାଏ। ଏଥିପାଇଁ ଲୋକେ ଭୋକଉପାସରେ ଫେରି ଆସୁଥିବା ଦେଖାଯାଏ। ଜଳପ୍ରପାତ ପାଖରେ ଏକ ଲୁହା ରେଲିଂକୁ ଛାଡିଦେଲେ ଅନ୍ୟ କୌଣସି ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଲୋକେ ଅନେକ ସମୟରେ ପାଣିରେ ପଡି ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସେ। ଉପରୋକ୍ତ ସମସ୍ୟାଗୁଡିକର ସମାଧାନ କରାଗଲେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏଥିପ୍ରତି ଜିଲା ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?