ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିଲେ ପଶ୍ଚିମବଙ୍ଗର ୪ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ ୨୩/୧୨( ଅଜିତ୍ କୁମାର ମହାନ୍ତି): ଏବେ ପର୍ଯ୍ୟଟନ ଋତୁ ଜାରି ରହିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନେକ ଲୋକ ପୁରୀକୁ ଆସି ସମୁଦ୍ରରେ ସ୍ନାନ କରିବା ସହ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ତେବେ ପ୍ରତ୍ୟେକ ଦିନ ପର୍ଯ୍ୟଟକ ମାନେ ବେଳାଭୂମିରେ ସ୍ନାନ କରିବା ସମୟରେ ଛୋଟ ମୋଟ ଅଘଟଣ ଦେଖିବାକୁ ମିଳୁଛି। ସୋମବାର ୪ଜଣ ପର୍ଯ୍ୟଟକ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ଭାସି ଯାଇଥିଲେ। ସେମାନଙ୍କୁ ଲାଇଫଗାର୍ଡମାନେ ଉଦ୍ଧାର କରିଛନ୍ତି।

ଭାସି ଯାଇଥିବା ପର୍ଯ୍ୟଟକମାନେ ହେଲେ ପଶ୍ଚିମବଙ୍ଗ ୨୪ ପ୍ରଙ୍ଗଣାର ନାରାୟଣ ସାହା ନିଳାଦ୍ରି ସାହା, ସାଇନାଥ ସାହା ଓ ସାମର୍ଥ ସାହା। ମିଳିଥିବା ସୂଚନା ଅନୁଯାୟୀ ୪ ଜଣ ଯାକ ସୋମବାର ଅପରାହ୍ନରେ ସେକ୍ଟର ୯ ଅଞ୍ଚଳରେ ସ୍ନାନ କରୁଥିବା ବେଳେ ଏକ ବଡ଼ ଲହଡିରେ ସମୁଦ୍ର ଭିତରକୁ ଭାସି ଯାଇଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡମାନେ ସମୁଦ୍ର ମଧ୍ୟକୁ ଯାଇ ଭାସିଯାଉଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ । ଯଦି କହିବା ଏକ ବଡ଼ ଦୁର୍ଘଟଣା ଟଳିଯାଇଛି ।

 

Dharitri – Odisha’s No.1 Odia Daily