ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ ସାରି ଫେରିବା ଘାଟି ବାଟରେ ଓହ୍ଲାଉଥିବା ସମୟରେ କୌଣସି କାରଣରୁ ପ୍ରଥମ ଗାଡ଼ିଟି ଘାଟି ରାସ୍ତାର ତଳକୁ ଓଲଟି ପଡ଼ିଥିଲା। ଏହା ପଛରେ ଥିବା ଅନ୍ୟ ଏକ ପର୍ଯ୍ୟଟକ ଗାଡ଼ିଟି ମଧ୍ୟ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ହିଁ ପଲଟି ଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ଗାରାବନ୍ଧ ପୋଲିସ ସଦଳବଳ ପହଞ୍ଚି କିଛି ସ୍ଥାନୀୟ ଲୋକଙ୍କ ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ସୌଭାଗ୍ୟବଶତଃ କାହାରି ବିଶେଷ କ୍ଷତି ହୋଇ ନ ଥିବା ବେଳେ ଏକାଧିକ ବ୍ୟକ୍ତିଙ୍କୁ ସାମାନ୍ୟ ଆହତ ଲାଗିଥିବାର ପୋଲିସ ସୂତ୍ରରୁ ପ୍ରକାଶ।

Dharitri – Odisha’s No.1 Odia Daily