ଭୁବନେଶ୍ୱରରେ ଟୋଟାଲ ଏଲ୍‌ପିଜି ସେବା

ଭୁବନେଶ୍ୱର: ଫ୍ରାନ୍ସ ଭିତ୍ତିକ ତୈଳ ଏବଂ ଗ୍ୟାସ୍‌ କମ୍ପାନୀ ‘ଟୋଟାଲ’ ଭୁବନେଶ୍ୱର ବଜାରରେ ଏଲ୍‌ପିଜି ବିତରଣ ବାଣିଜ୍ୟ କ୍ଷେତ୍ରରେ ପ୍ରବେଶ କରିଛି। ଖୋର୍ଦ୍ଧା ଜିଲା ପାଇଁ କମ୍ପାନୀ ପକ୍ଷରୁ ‘ଆବ୍‌ସୋଲ୍ୟୁଟ ଟୋଟାଲ ଡିଷ୍ଟ୍ରିବ୍ୟୁଟର୍ସ’କୁ ଅଧିକୃତ ବିତରକ ଭାବେ ନିଯୁକ୍ତ କରାଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଏହାର କାର୍ଯ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ଡିଷ୍ଟ୍ରିକ୍ଟ ସେଣ୍ଟରଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି। କମ୍ପାନୀର ଆଞ୍ଚଳିକ ପ୍ରବନ୍ଧକ ଖିମରାଜ ଭଟ୍ଟ, ସହ ସ୍ବତ୍ୱାଧିକାରୀ ଉଦିତ ରାଉତ ଏବଂ ଅଭିଷେକ ଜୋଷୀ ଏହାକୁ ଶୁଭାରମ୍ଭ କରିଥିଲେ। ଉଭୟ ବାଣିଜି୍ୟକ ଏବଂ ଘରୋଇ ବ୍ୟବହାର ଲାଗି ବିଭିନ୍ନ ବର୍ଗର ଏଲ୍‌ପିଜି ସିଲିଣ୍ଡର ଯଥା- ୧୨ କେଜି, ୧୭ କେଜି ଏବଂ ୩୩ କେଜିର ଅଫରିଂ ଗ୍ରାହକ ପାଇପାରିବେ। ସ୍ବଳ୍ପ ଡକ୍ୟୁମେଣ୍ଟ ଦ୍ୱାରା ଗ୍ରାହକଙ୍କୁ ତ୍ୱରିତ ଭାବେ ଗ୍ୟାସ୍‌ ସଂଯୋଗ ମିଳିପାରିବ। ଏହି ପରିପ୍ରେକ୍ଷୀରେ ଆବ୍‌ସୋଲ୍ୟୁଟ ଟୋଟାଲ ଡିଷ୍ଟ୍ରିବ୍ୟୁଟର୍ସର ସହ ସ୍ବତ୍ୱାଧିକାରୀ କହିଛନ୍ତି, ଭୁବନେଶ୍ୱରରେ ଆକର୍ଷଣୀୟ ମୂଲ୍ୟଯୁକ୍ତ ସେବା ସହ ସୁଲଭ ମୂଲ୍ୟରେ ନୂଆ ଗ୍ୟାସ୍‌ ସଂଯୋଗ ଦିଆଯିବ। ସେହିଭଳି ଔଦ୍ୟୋଗିକ ବ୍ୟବହାର ଲାଗି ସଂଯୋଗ ପ୍ରଦାନ କରିବାକୁ କମ୍ପାନୀ ପ୍ରସ୍ତୁତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋମନାଥ ନନ୍ଦ ହେଲେ ବିଓବିର ନୂତନ କ୍ଷେତ୍ରୀୟ ମୂଖ୍ୟ

ଭୁବନେଶ୍ୱର,୨-୬: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ନୂତନ କ୍ଷେତ୍ରୀୟ ମୂଖ୍ୟ ଭାବେ ଉପମହାପ୍ରବନ୍ଧକ ସୋମନାଥ ନନ୍ଦ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ସେ...

ସଙ୍କଟରେ ରିଲାଏନ୍ସ ହୋମ୍‌ ଫାଇନାନ୍ସ

ନୂଆଦିଲ୍ଲୀ: ଅନୀଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ହୋମ୍‌ ଫାଇନାନ୍ସ ବର୍ତ୍ତମାନ ସମୟରେ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି। କମ୍ପାନୀ ଡିସେମ୍ବର ୨୦୨୦ରେ ୧୦୦କୋଟି ଟଙ୍କାର...

ଅମ୍ବାନୀ ପରିବାରର ପିଲାମାନଙ୍କୁ ଏତିକି ଟଙ୍କା ମିଳୁଥିଲା ପକେଟ୍‌ ମନି: ଜାଣନ୍ତୁ ସ୍କୁଲରେ କ’ଣ କହୁଥିଲେ ସାଙ୍ଗମାନେ…

ଦେଶର ସବୁଠାରୁ ଧନୀ ଅମ୍ବାନୀ ପରିବାରରେ କ’ଣ ଚାଲିଛି, ସେମାନଙ୍କ ପିଲାମାନେ କିପରି ବଢ଼ିଛନ୍ତି ତାହା ଜାଣିବାକୁ ସମସ୍ତେ ଚାହାନ୍ତି। ହେଲେ ଅମ୍ବାନୀ ପରିବାର ଏକ...

ଏଜିଆର୍‌ ମାମଲାରେ ପୁଣି ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯-୩: ଆଡଜଷ୍ଟେଡ୍‌ ଗ୍ରସ ରେଭିନ୍ୟୁ(ଏଜିଆର୍‌) ମାମଲାରେ ସୁପ୍ରିମକୋର୍ଟ ପୁଣି ଥରେ ଟେଲିକମ କମ୍ପାନୀଙ୍କ ଉପରେ ବର୍ଷିଛନ୍ତି। ଟେଲିକମ କମ୍ପାନୀଗୁଡିକ ନିର୍ଦ୍ଦେଶ ପାଳନ ନ ଲେ କମ୍ପାନୀଗୁଡିକର...

୫.୨୩ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟ୍ରମ ନିଲାମ ଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୧-୧୨: ୫.୨୩ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟ୍ରମ ନିଲାମ ଯୋଜନାକୁ ଡିଜିଟାଲ କମ୍ୟୁନିକେଶନ କମିଶନଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥି ଲାଗି ନିଲାମ ପ୍ରକ୍ରିୟା...

ସ୍ପଷ୍ଟ କଲା ଡିଆଇସିଜିସି;ଲକ୍ଷେ ଟଙ୍କାର ବ୍ୟାଙ୍କ ଜମା ଉପରେ ଗ୍ୟାରେଣ୍ଟି

ନୂଆଦିଲ୍ଲୀ, ୪-୧୨: ଯଦି କୌଣସି ବ୍ୟାଙ୍କ ଏହାର କାରବାରରେ ବିଫଳତା ଲାଗି ବନ୍ଦ ହୋଇଯାଏ ତେବେ ଗ୍ରାହକଙ୍କ ମୋଟ ଜମାର କେବଳ ଲକ୍ଷେ ଟଙ୍କା ଉପରେ...

ହିସାବ ଚୂଡ଼ାନ୍ତ କରିବା ପାଇଁ ଏୟାର ଇଣ୍ଡିଆକୁ ୫୦ ଦିନ ସମୟ

ନୂଆଦିଲ୍ଲୀ,୧୨-୫: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଉପରେ ଏବେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣ ବକେୟା ରହିଛି। ଚଳିତ ଆର୍ଥିକ...

ନିବେଶକଙ୍କ କ୍ଷତି ୮ ଲକ୍ଷ କୋଟି

ମୁମ୍ବାଇ: ଗତ ୪ ସେସନ ହେବ ଭାରତୀୟ ପୁଞ୍ଜିବଜାରରେ କାରବାର ପ୍ରଭାବିତ ହୋଇ ରହିଛି। ଫଳରେ ନିବେଶକଙ୍କ କ୍ଷତି ୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।...

Advertisement


Archives

Model This Week

Why Dharitri