ପ୍ରଥମ ବିବାହରେ ନିର୍ଯାତନା ତ ଦ୍ୱିତୀୟ ବିବାହରେ ନିସନ୍ତାନ, ୧୨ବର୍ଷ ବୟସରେ ମାଆ ହେବାକୁ କାହିଁକି ଚାହୁଁଥିଲେ ଶେଫାଳି

ମୁମ୍ବାଇ, ୨୮।୬: ‘କାଣ୍ଟା ଲାଗା’ ମ୍ୟୁଜିକ ଭିଡିଓରେ ନିଜର ନୃତ୍ୟ ପାଇଁ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ତଥା ମଡେଲ ଶେଫାଳି ଜରିୱାଲାଙ୍କର ୪୨ ବର୍ଷ ବୟସରେ ଶୁକ୍ରବାର ରାତିରେ ହୃଦଘାତ ଯୋଗୁଁ ଅଚାନକ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହାରି ମଧ୍ୟରେ ଶେଫାଳିଙ୍କ ବ୍ୟକ୍ତିଗତ ଜୀବନ, ବିଶେଷକରି ତାଙ୍କ ପ୍ରଥମ ସ୍ବାମୀ ହରମୀତ ସିଂହଙ୍କ ସହ ବିବାହ ଏବଂ ବିବାହ ବିଚ୍ଛେଦ ପୁଣି ଥରେ ଚର୍ଚ୍ଚାରେ ଆସିଛି। ଆସନ୍ତୁ ଜାଣିବା ହରମୀତ ସିଂହ କିଏ ଏବଂ କାହିଁକି ଶେଫାଳିଙ୍କ ସହ ତାଙ୍କ ବିବାହ ବିଚ୍ଛେଦ କାହିଁକି ହୋଇଥିଲା।

ହରମୀତ ସିଂହ, ଯାହାଙ୍କୁ ‘ହ୍ୟାରୀ’ ନାମରେ ମଧ୍ୟ ଜଣାଯାଏ, ବଲିଉଡରେ ଜଣାଶୁଣା ମ୍ୟୁଜିକ ପ୍ରଡ୍ୟୁସର ଭାବେ ପରିଚିତ। ୧୯୮୦ ଅଗଷ୍ଟ ୨୫ରେ ଜନ୍ମିତ ହରମୀତ ତାଙ୍କ କ୍ୟାରିୟର ଆରମ୍ଭ ଟେଲିଭିଜନରୁ କରିଥିଲେ। ସେ ‘କାହାନୀ ଘର ଘର କୀ’, ‘କୁସୁମ’, ଓ ‘କ୍ୟୁଙ୍କି ସାସ ଭୀ କଭୀ ବାହୁ ଥୀ’ ଜନପ୍ରିୟ ଧାରାବାହିକରେ ଅଭିନୟ କରିଥିଲେ। ପରେ ସେ ତାଙ୍କ ଭାଇ ମନମୀତ ସିଂହଙ୍କ ସହ ମିଶି ‘ମିଟ ବ୍ରୋସ’ ଗ୍ରୁପ କରି ସଙ୍ଗୀତ ଜଗତରେ ପ୍ରବେଶ କରିଥିଲେ। ଏଥିରେ ସେ ‘ଚିଟିଆଁ କଲୈଆଁ’, ‘ବେବୀ ଡଲ’, ‘ପାର୍ଟୀ ତୋ ବନତୀ ହୈ’ ଓ ‘ମେଁ ତେରା ବୟଫ୍ରେଣ୍ଡ’ ହିଟ ଗୀତ ଦର୍ଶକଙ୍କୁ ଭେଟି ଦେଇଥିଲେ। ସେମାନେ ‘ରୟ’ ଚଳଚ୍ଚିତ୍ର ପାଇଁ ଆଇଆଇଏଫଏ ଓ ଫିଲ୍ମଫେୟାର ପୁରସ୍କାର ମଧ୍ୟ ଜିତିଛନ୍ତି। ୨୦୧୮ରେ ସେମାନେ ‘ବେଷ୍ଟ ଲାଇଭ ପରଫରମର’ ବିଭାଗରେ ଦାଦାସାହେବ ଫାଲକେ ପୁରସ୍କାର ମଧ୍ୟ ପାଇଥିଲେ। ବର୍ତ୍ତମାନ ହରମୀତ ସୁନୈନା ସିଂହଙ୍କୁ ବିବାହ କରିଛନ୍ତି ଏବଂ ସେମାନଙ୍କର ଗୋଟିଏ ପୁତ୍ର ସନ୍ତାନ ଅଛି।

ଶେଫାଳି ଜରିୱାଲା ୨୦୦୨ରେ ‘କାଣ୍ଟା ଲାଗା’ ମ୍ୟୁଜିକ ଭିଡିଓ ମାଧ୍ୟମରେ ଲୋକପ୍ରିୟତା ଅର୍ଜନ କରିଥିଲେ। ଏହି ସମୟରେ ସେ ହରମୀତ ସିଂହଙ୍କୁ ଭେଟିଥିଲେ ଏବଂ ସେମାନେ ‘ପ୍ୟାର ହମେଁ କିସ ମୋଡ ପେ ଲେ ଆୟା’ ଜାତୀୟ ମ୍ୟୁଜିକ ଭିଡିଓରେ ଏକାଠି କାମ କରିଥିଲେ। ୨୦୦୪ରେ ଉଭୟେ ବିବାହ କରିଥିଲେ, କିନ୍ତୁ ମାତ୍ର ପାଞ୍ଚ ବର୍ଷ ପରେ ୨୦୦୯ରେ ସେମାନଙ୍କ ବିବାହ ଭାଙ୍ଗିଥିଲା। ଏହି ବିବାହ ବିଚ୍ଛେଦ ବେଶ ବିବାଦୀୟ ହୋଇଥିଲା। ଶେଫାଳି ମୁମ୍ବାଇର ଓଶିୱାରା ଥାନାରେ ହରମୀତଙ୍କ ବିରୁଦ୍ଧରେ ଏକ ଏଫଆଇଆର ଦାୟର କରିଥିଲେ, ଯେଉଁଥିରେ ସେ ହରମୀତଙ୍କ ଉପରେ ଶାରୀରିକ ଓ ମାନସିକ ର୍ନିଯାତନାର ଅଭିଯୋଗ ଆଣିଥିଲେ। ଏହା ସହିତ ସେ ଦାବି କରିଥିଲେ ଯେ ହରମୀତ ତାଙ୍କ ଅନୁମତି ବିନା ସେମାନଙ୍କ ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୧୨ ଲକ୍ଷ ଟଙ୍କା ଉଠାଇ ନେଇଥିଲେ।

୨୦୨୧ରେ ଟାଇମ୍ସ ନାଓ ସହ ଏକ ସାକ୍ଷାତକାରରେ ଶେଫାଳି ତାଙ୍କ ପ୍ରଥମ ବିବାହରେ ହୋଇଥିବା ମାନସିକ ର୍ନିଯାତନା ବିଷୟରେ ଖୁଲାସା କରିଥିଲେ। ସେ କହିଥିଲେ, ଏହା ବୁଝିବା ବହୁତ ଜରୁରୀ ଯେ ଆପଣଙ୍କୁ ସମ୍ମାନ ଦିଆଯାଉନାହିଁ। ସବୁ ପ୍ରକାର ହିଂସା ଶାରୀରିକ ହୋଇ ନ ଥାଏ। ମାନସିକ ହିଂସା ମଧ୍ୟ ହୋଇଥାଏ, ଯାହା ଆପଣଙ୍କ ଜୀବନରେ ଅସନ୍ତୋଷ ଆଣିଥାଏ। ସେ ଆହୁରି କହିଥିଲେ ଯେ ଆର୍ଥିକ ସ୍ବାଧୀନତା ଓ ତାଙ୍କ ପରିବାରର ସମର୍ଥନ ତାଙ୍କୁ ଏହି ବିବାହରୁ ବାହାରିବାରେ ସାହାଯ୍ୟ କରିଥିଲା। ସେ କହିଥିଲେ, ମୁଁ ନିଜେ ଆୟ କରୁଥିଲି, ଯେଉଁଥିପାଇଁ ମୁଁ ଏପରି ନିଷ୍ପତ୍ତି ନେଇପାରିଥିଲି। ଆମ ଦେଶରେ ସମାଜର ଭୟ ଏକ ବଡ଼ ଆଶଙ୍କା, କିନ୍ତୁ ମୋର ପାଳନପୋଷଣ ଏପରି ହୋଇଥିଲା ଯେ ମୁଁ ସମାଜ ବିଷୟରେ ଅଧିକ ଚିନ୍ତା ନକରି ନିଜ ପାଇଁ ସଠିକ ନିଷ୍ପତ୍ତି ନେଇଥିଲି।

ହରମୀତଙ୍କ ସହ ବିବାହ ବିଚ୍ଛେଦ ପରେ ଶେଫାଳି ଅଭିନେତା ପରାଗ ତ୍ୟାଗୀଙ୍କୁ ଭେଟିଥିଲେ। ପରାଗଙ୍କ ସରଳ ଓ ଯତ୍ନଶୀଳ ସ୍ବଭାବ ଶେଫାଳିଙ୍କୁ ଆକର୍ଷିତ କରିଥିଲା। ଉଭୟେ ୨୦୧୨ରେ ‘ନାଚ ବଲିଏ ୫’ରେ ଏକାଠି ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ପରାଗ ଶେଫାଲୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଶେଫାଲି ଜରିୱାଲା ୨୦୧୪ ମସିହାରେ ଅଭିନେତା ପରାଗ ତ୍ୟାଗୀଙ୍କୁ ବିବାହ କରିଥିଲେ। ପାରସ ଛାବ୍ରାଙ୍କ ପଡକାଷ୍ଟରେ ସେ କହିଥିଲେ ଯେ ସେ ତାଙ୍କ ବାପାଙ୍କୁ କହିଥିଲେ ଯେ ସେ ପ୍ରଥମେ ଗୋଟିଏ ବର୍ଷ ପାଇଁ ପରାଗଙ୍କ ସହ ଲିଭ-ଇନ୍ ସମ୍ପର୍କରେ ରହିବେ। ବିବାହ ପୂର୍ବରୁ ସେ ତାଙ୍କୁ ଜାଣିବାକୁ ଚାହୁଁଥିଲେ।୨୦୧୪ରେ ଉଭୟେ ବିବାହ କରିଥିଲେ ଏବଂ ଏକ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଥିଲେ। ଶେଫାଳି ଓ ପରାଗ ୨୦୨୦ରେ ଏକ ପୋଷ୍ୟ ସନ୍ତାନ ଆଣିବାର ଯୋଜନା କରିଥିଲେ, କିନ୍ତୁ କୋଭିଡ-୧୯ ମହାମାରୀ ଯୋଗୁଁ ଏହା ସ୍ଥଗିତ ହୋଇଥିଲା।

ଶେଫାଲି ଜାରିୱାଲା ତାଙ୍କଠାରୁ ୭ ବର୍ଷ ବଡ଼ ପରାଗ ତ୍ୟାଗୀଙ୍କୁ ବିବାହ କରିଥିଲେ। ବିବାହର ୧୧ ବର୍ଷ ପରେ ମଧ୍ୟ ସେ ମାଆ ହୋଇପାରି ନଥିଲେ। ସେ ପାରସଙ୍କ ପଡକାଷ୍ଟରେ କହିଥିଲେ ଯେ ସେ ୧୨ ବର୍ଷ ବୟସରୁ ଏକ ସନ୍ତାନକୁ ପୋଷ୍ୟ ଗ୍ରହଣ କରିବାକୁ ଚିନ୍ତା କରୁଥିଲେ। ସେ ମଧ୍ୟ ଏକ ସନ୍ତାନକୁ ପୋଷ୍ୟ ଗ୍ରହଣ କରିବା ବିଷୟରେ ଚିନ୍ତା କରିଥିଲେ କିନ୍ତୁ ଆଇନଗତ ଜଟିଳତା ଯୋଗୁଁ ଏହା ସମ୍ଭବ ହୋଇପାରି ନ ଥିଲା।

ହରମିତ୍‌ଙ୍କୁ ବିବାହ କରିବା ପୂର୍ବରୁ ଶେଫାଲି ଜରିୱାଲା ସିଦ୍ଧାର୍ଥ ଶୁକ୍ଳାଙ୍କୁ ଡେଟ୍ କରିଥିଲେ। ସେ ୧୧-୧୨ ଶ୍ରେଣୀରେ ଅଭିନେତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ଏକ ପୋର୍ଟାଲ୍‌ ସହିତ କଥାବାର୍ତ୍ତାରେ ତାଙ୍କ ପୂର୍ବତନ ସ୍ୱାମୀ କହିଛନ୍ତି, ‘ହଁ, ଶେଫାଲି ମୋତେ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ତାଙ୍କ ସମ୍ପର୍କ ଏବଂ ବ୍ରେକଅପ୍ ବିଷୟରେ କହିଥିଲେ। ଆମେ ଏ ବିଷୟରେ ଅଧିକ କଥା ହୋଇନାହୁଁ କିନ୍ତୁ ସେ କେବଳ କହିଥିଲେ ଯେ ସେ ସିଦ୍ଧାର୍ଥଙ୍କୁ ଅଧିକ ପସନ୍ଦ କରନ୍ତି ନାହିଁ।’

 


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri