ବର୍ଷାରେ ଭାଙ୍ଗିଲା ଲାଇଟ୍‌ ଗେଟ୍‌: ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ …

କଟକ,୧।୧୦(ଶିଳ୍ପା ପ୍ରିୟଦର୍ଶିନୀ): ବର୍ଷା ଯୋଗୁ କଟକରେ ଭାଙ୍ଗିଲା ତୋରଣ। କଲେଜ ଛକ ପୂଜା କମିଟିର ଲାଇଟ ଗେଟ ଓ ରାଜବଗିଚା ସର୍ବୋଦୟପୁର ପୂଜା କମିଟି ଛାତର ପାରାପିଟ୍ସ ଭାଙ୍ଗି ଯାଇଛି। ଘଟଣାସ୍ଥଳରେ ଯାନବାହାନ ଯାତାୟାତ ଠପ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନାଅନୁଯାୟୀ, ଦୁର୍ଗା ପୂଜା ମହାନବମୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତ କରି ୩୧ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଥିଲା। ମଧ୍ୟାହ୍ନ ସମୟରେ ପ୍ରାୟ ଅଧଘଣ୍ଟା ଧରି ବର୍ଷା ହେବାରୁ ପ୍ରଥମେ କଲେଜ ଛକ ପୂଜା କମିଟି ନିକଟରେ ଥିବା ଗୋଟିଏ ଲାଇଟ ଗେଟ ଭାଙ୍ଗି ଯାଇଥିଲା। ଏହାସହ ବର୍ଷା ଯୋଗୁ ରାଜବାଗିଚା ସର୍ବୋଦୟପୁର ପୂଜା କମିଟିର ପାରାପିଟ୍ସରେ ପାଣି ଜମିବାରୁ ପାରାପିଟ୍ସଟି ଭାଙ୍ଗି ଯାଇଥିଲା। ତେବେ କଟକରେ ଦୁର୍ଗା ପୂଜା ସମୟରେ ଏଭଳି ଘଟଣା ଘଟିବା ଚିନ୍ତାର ବିଷୟ ପାଲଟିଛି।

Share
Tags: cuttack