‘ଆମକୁ ବଳାତ୍କାର ବନ୍ଦ କର’; କାନ୍ସ ରେଡ୍‌ କାର୍ପେଟରେ ଟପ୍‌ଲେସ୍‌ ହୋଇ ପ୍ରତିବାଦ କଲେ ମହିଳା

କାନ୍ସ,୨୧।୫: କାନ୍ସ ଫିଲ୍ମ ଫେଷ୍ଟିଭାଲ ରେଡ୍‌ କାର୍ପେଟରେ ଜଣେ ଅଚିହ୍ନା ଯୁବତୀ ଟପ୍‌ଲେସ୍‌ ଅବସ୍ଥାରେ ବଳାତ୍କାର ବନ୍ଦ କର ନାରା ଦେଇ ଚର୍ଚ୍ଚାରେ। ଯୁଦ୍ଧ ପ୍ରଭାବିତ ୟୁକ୍ରେନରେ ରୁଷିୟ ସୈନ୍ୟଙ୍କ ଦ୍ୱାରା ଯୌନ ନିର୍ଯାତନା ସହ ବଳାତ୍କାର ଶିକାର ହେଉଥିବାକୁ ବିରୋଧ କରି ଉକ୍ତ ଯୁବତୀ ଅଭିନବ ଉପାୟରେ ପ୍ରତିବାଦର ସ୍ବର ଉଠାଇଛନ୍ତି। ସେ ଦେହରେ ୟୁକ୍ରେନୀୟ ପତାକାରେ ‘ଷ୍ଟପ୍‌ ରେପିଂ ଅସ୍‌’ ଅର୍ଥାତ ଆମକୁ ବଳାତ୍କାର ବନ୍ଦ କର ବୋଲି ଲେଖି ଏକାକି ବିକ୍ଷୋଭ କରିବା ସହ ପୋଷାକ ଚିରି ଫଟୋଗ୍ରାଫରଙ୍କୁ ପୋଜ୍‌ ଦେଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ସୁରକ୍ଷାକର୍ମୀମାନେ ତାଙ୍କୁ କୋଟ୍‌ରେ ଢ଼ାଙ୍ଗି ସେଠାରୁ ନେଇଯାଇଥିଲେ। ତେବେ ଘଟଣାକୁ ନେଇ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ବେଶ ଭାଇରାଲ ହେଉଥିବା ବେଳେ ଯୁବତୀଜଣଙ୍କ କିଭଳି ସୁରକ୍ଷା ଚେକ୍‌ ପାସ୍‌ କରି ରେର୍ଡ କାର୍ପେଟରେ ପହଞ୍ଚିଲେ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ପ୍ରକାଶ ଯେ, ୟୁକ୍ରେନ୍‌ ସହ ଯୁଦ୍ଧ ଆରମ୍ଭରୁ ରୁଷିଆ ସୈନ୍ୟମାନେ ୟୁକ୍ରେନ୍‌ ମହିଳାଙ୍କୁ ବଳାତ୍କାର କରୁଥିବା ନେଇ ଖବର ଆସିଛି। ଏପରିକି କାନ୍ସ ଫେଷ୍ଟିଭାଲରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେନସ୍କି ରୁଷିଆର ସୈନ୍ୟମାନେ ପାଶବିକ ଅତ୍ୟାଚାର ଜାରି ରଖିଥିବା ବେଳେ ସେମାନଙ୍କ କବଳରୁ ଶିଶୁ ଏବଂ ନାବାଳିକା ବାଦ ପଡ଼ୁନଥିବା ପ୍ରକାଶ କରିଥିଲେ। ସେ ଏକ ଭିଡିଓ ଜାରି କରି ଏଭଳି ଅଭିଯୋଗ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri