ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ଟପ୍‌ କ୍ୟାଡର ମାଓବାଦୀ, ସରକାରଙ୍କ ତରଫରୁ ମିଳିଲା…

ମାଲକାନଗିରି,୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଟପ୍‌ କ୍ୟାଡର ମାଓବାଦୀ ସୁଖରାମ ମରକମ୍‌ ଓରଫ ସୁରେଶ ଓରଫ ୟୋଗେସ୍‌ ବୁଧବାର ମାଲକାନଗିରି ପୋଲିସ ନିକଟରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ଏ ସମ୍ବନ୍ଧରେ ଆଜି ଏକ ଖବରଦାତା ସମ୍ମିଳନୀରେ ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଦେଇଥିବା ସୂଚନା ଅନୁଯାୟୀ, ୨୦୧୦ରେ ସୁଖରାମ ବାଲ୍‌ ସଂଗଠନରେ ପ୍ରଥମେ ଯୋଗ ଦେଇଥିଲେ। ପରେ ପରେ ସେ ୨୦୧୪ରେ ପାର୍ଟି ମେମ୍ବର ଭାବେ ଯୋଗ ଦେଇଥିବାବେଳେ ମାଲକାନଗିରି ଜିଲାର ବିଭିନ୍ନ ମାଓବାଦୀ ସଂଗଠନରେ ମଧ୍ୟ ଯୋଗ ଦେଇଥିଲେ। ଛତିଶଗଡ଼ର ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ହୋଇ ଗ୍ରାମବାସୀଙ୍କ ଉପରେ ଆକ୍ରମଣ, ପୋଲିସ ଉପରେ ଆକ୍ରମଣ, ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ଲଗାଇ ବିସ୍ଫୋରଣ ଭଳି ଘଟଣାରେ ଜଡ଼ିତ ଥିଲେ। ତାଙ୍କ ନାମରେ ମାଲକାନଗିରି ଜିଲା ମାଥିଲି ଥାନା, ସହ ଛତିଶଗଡ଼ର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। ତେବେ ବର୍ତ୍ତମାନ ମାଓବାଦୀ ସଂଗଠନ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ଯିବା ସହ ଛତିଶଗଡ଼ ସରକାରଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି।

ଏଥିସହ ସେ ଆତ୍ମସମର୍ପଣ କରିବା ସମୟରେ ତାଙ୍କ ନିକଟରେ ଥିବା ଗୋଟିଏ ଏସ୍‌ଏଲଆର ରାଇଫଲ୍‌, ଗୋଟିଏ ଅଫୁଟା ଗୁଳି, ଦୁଇଟି ଆଇଡି, କଡେକ୍ସ ତାର ୧୦ ମିଟର, ବିଦ୍ୟୁତତାର ଗୋଟିଏ ବଣ୍ଡଲ, ଟର୍ଚ ଲାଇଟ, ମାଓବାଦୀ ପୋଷାକ, କପଡ଼ା, ଔଷଧ, ମାଓବାଦୀ ପୁସ୍ତିକା ଇତ୍ୟାଦି ପୋଲିସ ନିକଟରେ ସମର୍ପଣ କରିଛନ୍ତି। ବର୍ତ୍ତମାନ ସେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସାଧାରଣ ଜୀବନଯାପନ କରିବା ପାଇଁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଥିବା ସୂଚନା ଦେଇଛନ୍ତି। ତେବେ ତାଙ୍କ ଉପରେ ସରକାରଙ୍କ ତରଫରୁ ୨୧ ଲକ୍ଷ ଟଙ୍କାର ପୁରୁସ୍କାର ରାଶି ଘୋଷଣା କରାଯାଇଥିବାବେଳେ ସେ ଆତ୍ମସମର୍ପଣ କରିଥିବାରୁ ତାଙ୍କୁ ୨୫ ହଜାର ଟଙ୍କା ଅନୁକମ୍ପାମୂଳକ ରାଶି, ୨୫ ହଜାର ଟଙ୍କା ଏକକାଳୀନ ବିବାହ ରାଶି, ୧୦ ହଜାର ଷ୍ଟାଇପେଣ୍ଡ, ସହ ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ଏସ୍‌ପି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri