ମହାନତା ଦେଖାଇଲେ ପ୍ରକୃତିପ୍ରେମୀ: ଚାରା ନେଲେ, ପୁରସ୍କାର ବାବଦକୁ ଦିଆଯାଇଥିବା ଚେକ୍‌ ଫେରାଇ ଦେଲେ

ବରଗଡ଼,୬ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବନଖଣ୍ଡ ବିଭାଗ ତଥା ଜିଲା ପ୍ରଶାସନ ଆନୁକୂଲ୍ୟରେ ଗୁରୁବାର ସ୍ଥାନୀୟ ଏକ ହୋଟେଲସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲାସ୍ତରୀୟ ବଶ୍ୱେ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୯ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦକୁ ସେମାନଙ୍କୁ ମାନପତ୍ର, ୧୦ହଜାର ଟଙ୍କାର ଚେକ୍‌ ଏବଂ ଗୋଟିଏ ଲେଖାଏ ଚାରା ପ୍ରଦାନ କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ବରଗଡ଼ ଜିଲା ସୋହେଲା ବ୍ଲକ କନଗାଁ ଗ୍ରାମର ପ୍ରକୃତିପ୍ରେମୀ ରାମଚନ୍ଦ୍ର ସାହୁ ୧୦ହଜାର ଟଙ୍କାର ଚେକ୍‌ ନେବାକୁ ମନା କରି ତାହା ଫେରାଇ ଦେଇଥିଲେ। କେବଳ ଚାରା ଏବଂ ମାନପତ୍ର ନେଇଥିଲେ। ଅତିଥିମାନେ ଚେକ ନେବା ପାଇଁ କହିବା ସତ୍ତ୍ବେ ସେ ଚେକ୍‌ ନେଇ ନ ଥିଲେ ଏବଂ ସେ ରୋପଣ କରିଥିବା ବୃକ୍ଷ ହିଁ ତାଙ୍କ ସମ୍ପତ୍ତି ବୋଲି ରାମଚନ୍ଦ୍ର କହିଥିଲେ। ରାମଚନ୍ଦ୍ର ଜଣେ ଅବସରପ୍ରାପ୍ତ ଶିକ୍ଷକ ହୋଇ ଥିବାବେଳେ ସ୍ତ୍ରୀ ପାର୍ବତୀଙ୍କ ସହିତ ଗାଁ ରାସ୍ତା ପାଶର୍‌ବରେ ବହୁସଂଖ୍ୟକ ବର, ଅଶ୍ବତ୍ଥ ବୃକ୍ଷ ରୋପଣ କରିଛନ୍ତି। ତାଙ୍କର ଝିଅ, ପୁଅ ନ ଥିବାବେଳେ ଏହି ଦମ୍ପତି ସେମାନେ ରୋପଣ କରିଥିବା ବୃକ୍ଷର ଯତ୍ନ ନେଇ ଆସୁଛନ୍ତି।

Share