ସିଂହଦ୍ୱାରରେ ଲାଗିଲା ୩ ଥର: ରାତି ପାହିଲେ ରତ୍ନସିଂହାସନରୁ ଓହ୍ଲାଇ ଆସିବେ ମହାବାହୁ

ପୁରୀ,୨୬।୬: ରାତି ପାହିଲେ ରତ୍ନସିଂହାସନରୁ ଓହ୍ଲାଇ ଆସିବେ ମହାବାହୁ। କାଳିଆ ସାଆନ୍ତଙ୍କୁ ଦେଖିବାକୁ ବ୍ୟାକୁଳ ହେଲେଣି ଭକ୍ତ। ଗୁରୁବାର ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ । ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧାମୂର୍ତ୍ତି।

ଆଜ୍ଞାମାଳ ବିଜେ ପରେ ରଥଖଳାରୁ ନନ୍ଦିଘୋଷ, ତାଳଧ୍ୱଜ, ଦେବଦଳନ ୩ ରଥ ଟଣାଯାଇ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲା। ପ୍ରଥମେ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ ହୋଇ ସିଂହଦ୍ୱାରକୁ ଗଡ଼ି ଥିଲା।

ଏହା ପଛକୁ ଦେବଦଳନ ଏବଂ ତାଳଧ୍ୱଜ ରଥକୁ ପୋଲିସ କର୍ମଚାରୀ ଟାଣି ସିଂହଦ୍ୱାର ସମ୍ମୁଖକୁ ଆଣିଥିଲେ। ଘଣ୍ଟଘଣ୍ଟା ନାଦରେ କମ୍ପୁଛି ବଡଦାଣ୍ଡ । ରଥ, ପଥ ପ୍ରସ୍ତୁତ ।

ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଜନ୍ମବେଦୀକୁ ଯାତ୍ରା କରିବେ ବେନି ଭାଇ, ସାଙ୍ଗରେ ରହିବେ ଭଉଣୀ ସୁଭଦ୍ରା । ଏଥିପାଇଁ କେତେ ପ୍ରସ୍ତୁତି କେତେ ଆୟୋଜନ।

ଇତି ମଧରେ ରଥଯାତ୍ରା ପାଇଁ କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯାଇଛି। ଶୁକ୍ରବାର ସକାଳ ୯ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ୯ଟା ୩୦ରୁ ପହଣ୍ଡି ହେବ। ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଦାରୁବିଗ୍ରହ ରଥାରୂଢ଼ ହେବେ। ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଗଜପତି ମହାରାଜା ଛେରାପହଁରା କରିବାକୁ ଥିବା ବେଳେ ଚାରମାଳ ଫିଟାଯାଇ ଅପରାହ୍ନ ୪ଟାରେ ରଥଟଣା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଆଗକୁ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ,ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଶିକ୍ଷକମାନେ ଯେପରି ରାଜରାସ୍ତାରେ ନ ବସିବେ, ପିଲାଙ୍କ ପାଠପଢ଼ାକୁ ଯେପରି ଗୁରୁତ୍ୱ…

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri