ଟମାଟୋ ମାରିଲା ଡବଲ ସେଞ୍ଚୁରୀ: କିଲୋପିଛା ଦାମ ଟପିବ ୨୫୦…

ନୂଆଦିଲ୍ଲୀ,୧୨।୭ : ଦେଶରେ ଟମାଟୋର ମୂଲ୍ୟ ବୃଦ୍ଧି ପାଇବା ପରେ ଆଉ କମିବାର ନା ନେଉନି। ଭାରତୀୟ ବଜାରରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ଦାମ ଡବଲ ସେଞ୍ଚୁରୀ ଅର୍ଥାତ, ୨୦୦ ଟଙ୍କାରେ ପହଞ୍ଚିଛି। ବଜାର ବିଶେଷଜ୍ଞମାନେ କହିଛନ୍ତି ଟମାଟୋ ମୂଲ୍ୟରେ ବୃଦ୍ଧି ଅବଧି ଜାରି ରହିବ ଏବଂ ମୂଲ୍ୟ କିଲୋଗ୍ରାମ ପିଛା ୨୫୦ ଟଙ୍କା ପର୍ଯ୍ୟନ୍ତ ଅବା ଏହାଠାରୁ ଅଧିକକୁ ଯାଇପାରେ। ତେବେ ଆସନ୍ତା ୧୫ ରୁ ୩୦ ଦିନ ମଧ୍ୟରେ ଟମାଟୋର ମୂଲ୍ୟ ହ୍ରାସ ପାଇବା ଆରମ୍ଭ କରିବ।

ଖୁଚୁରା ବଜାରରେ ଟମାଟୋ କିଲୋଗ୍ରାମ ପିଛା ୧୦୦ ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି, ଯେତେବେଳେ କି ଅନେକ ସହରରେ ଏହାର ଦାମ ୨୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଟମାଟୋର ମୂଲ୍ୟ ବୃଦ୍ଧି ଭାରତୀୟ ରୋଷେଇ ଘରର ବଜେଟକୁ ବିଗାଡ଼ି ଦେଇଛି ।

ରାଜଧାନୀ ଦିଲ୍ଲୀ ବିଷୟରେ କହିବାକୁ ଗଲେ ଜୁନ ୨ ରୁ ଜୁଲାଇ ୩ ମଧ୍ୟରେ ଆଜାଦପୁର ମଣ୍ଡିରେ ଟମାଟୋର ମୂଲ୍ୟ ୧,୩୧୫ ପ୍ରତିଶତ ବୃଦ୍ଧି ପାଇଛି। ଏହି ଅବଧିରେ ଟମାଟୋର ମୂଲ୍ୟ କ୍ୱିଣ୍ଟାଲ ପିଛା ୪୫୧ ରୁ ୬,୩୮୧ ଟଙ୍କାକୁ ବୃଦ୍ଧି ପାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ ଆଜାଦପୁର ମଣ୍ଡିରେ ଟମାଟୋର ଆଗମନ ୪୦ ପ୍ରତିଶତ ହ୍ରାସ ପାଇଛି, ଯାହାର ପ୍ରଭାବ ମୂଲ୍ୟ ବୃଦ୍ଧି ଆକାରରେ ଦେଖାଯାଉଛି। ମୁଖ୍ୟ ଉତ୍ପାଦନ କ୍ଷେତ୍ରରୁ ଟମାଟୋ ଯୋଗାଣ ବ୍ୟାହତ ହୋଇଛି। ଟମାଟୋ ଯୋଗାଣରେ ବାଧା ସୃଷ୍ଟି ହେବାର ସବୁଠାରୁ ବଡ କାରଣ ହେଉଛି ମାର୍ଚ୍ଚ-ଏପ୍ରିଲ ମାସରେ କର୍ନାଟକରେ ପ୍ରବଳ ବର୍ଷା , କୁଆପଥର ବର୍ଷା ଏବଂ ଫସଲରେ ଦେଖାଦେଇଥିବା ରୋଗ।

ବଜାର ବିଶେଷଜ୍ଞଙ୍କ ଅନୁଯାୟୀ ଟମାଟୋ ହେଉଛି ଏକ ସ୍ବଳ୍ପ ସମୟର ଫସଲ, ଯାହା ବିଭିନ୍ନ ସ୍ଥାନରେ ବର୍ଷରେ ଅନେକ ଥର ହୋଇଥାଏ। କର୍ନାଟକ ବ୍ୟତୀତ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ଗୁଜୁରାଟରେ ଟମାଟୋ ସର୍ବାଧିକ ଉତ୍ପାଦିତ ହୁଏ । ଏହି ରାଜ୍ୟଗୁଡିକରେ ଭାରତରେ ଟମାଟୋ ଉତ୍ପାଦନର ୪୮ ପ୍ରତିଶତ ଉତ୍ପାଦିତ ହୋଇଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ଏଥର କର୍ନାଟକର ଟମାଟୋ ଫସଲର ୫୦ ପ୍ରତିଶତ ଭାଇରସ ଟମାଟୋ ପତ୍ର କର୍ଲ କାରଣରୁ ନଷ୍ଟ ହୋଇଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?