Posted inଜାତୀୟ

ଟମାଟୋ ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୬।୭: ଗତ କିଛି ଦିନ ହେବ ଟମାଟୋର ଦର ଆକାଶଛୁଆଁ ହୋଇଛି। ତେଣୁ ଟମାଟୋର ମୁଦ୍ରାସ୍ଫୀତି ଅର୍ଥ ମନ୍ତ୍ରଣାଳୟର ଚିନ୍ତା ବଢାଇ ଦେଇଛ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବିଭାଗ ଦ୍ୱାରା ପ୍ରକାଶିତ ବାର୍ଷିକ ଅର୍ଥନୈତିକ ସମୀକ୍ଷାରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ, ଅଦିନିଆ ବର୍ଷା ପରି ଘରୋଇ କାରଣ ଟମାଟୋ ଭଳି କିଛି ପନିପରିବା ମୂଲ୍ୟ ଉପରେ ଚାପ ସୃଷ୍ଟି କରିଛି।

ଅର୍ଥ ମନ୍ତ୍ରଣାଳୟ ଏହି ରିପୋର୍ଟରେ କହିଛି ଯେ ଏଲ ନିନୋ ପ୍ରଭାବରେ ହୋଲସେଲ ଭିତ୍ତିକ ମୁଦ୍ରାସ୍ଫୀତି ହ୍ରାସ ପାଇବା ପରେ ମଧ୍ୟ ଗ୍ରାହକଙ୍କୁ ଖୁଚୁରା ମୂଲ୍ୟ ଉପରେ ଏହାର ପ୍ରଭାବ ବହନ କରିବାକୁ ପଡିବ। ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଜୁଲାଇ ୬ରେ ଦିଲ୍ଲୀରେ ଟମାଟୋ ୧୨୦ ଟଙ୍କା, ଗୁରୁଗ୍ରାମରେ ୧୪୦ଟଙ୍କା, କୋଲକାତାରେ ୧୫୨ ଟଙ୍କା ଏବଂ ପାଟନାରେ ୧୨୦ ଟଙ୍କା ପ୍ରତି କିଲୋଗ୍ରାମରେ ମିଳୁଛି।

ଅର୍ଥ ମନ୍ତ୍ରଣାଳୟ କହିଛି, ବିଶ୍ୱ ଯୋଗାଣ ଶୃଙ୍ଖଳାର ଉନ୍ନତି, ସରକାରଙ୍କ ନୀତିଗତ ନିଷ୍ପତ୍ତି ଏବଂ ଆରବିଆଇର ମୁଦ୍ରା ନୀତିର କଠୋରତା ହେତୁ ୨୦୨୨-୨୩ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ମୁଦ୍ରାସ୍ଫୀତି ହ୍ରାସ ପାଇଛି। କିନ୍ତୁ ଅଦିନିଆ ବର୍ଷା ହେତୁ ଟମାଟୋ ସମେତ କିଛି ପନିପରିବା ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳୁଛି।

ରିପୋର୍ଟରେ ଚିନ୍ତା ପ୍ରକାଶ କରି କୁହାଯାଇଛି ଯେ, ଏଲ ନିନୋ କାରଣରୁ ଘରୋଇ ଖାଦ୍ୟ ମୂଲ୍ୟ ଉପରେ ପ୍ରଭାବ ତଥା ହୋଲସେଲ ମୂଲ୍ୟ ହ୍ରାସ ସତ୍ତ୍ୱେ ଖୁଚୁରା ମୂଲ୍ୟରେ ହ୍ରାସ ନ ହେବା ମୁଦ୍ରାସ୍ଫୀତି ହାରକୁ ଅଧିକ ରଖିପାରେ। ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱ ଚାପ, ବିଶ୍ୱ ଆର୍ଥିକ ବ୍ୟବସ୍ଥାରେ ଉତ୍ତେଜନା, ବିଶ୍ୱ ଷ୍ଟକ ମାର୍କେଟରେ ହ୍ରାସ, ଏଲ ନିନୋର ପ୍ରଭାବ ଏବଂ ବିଶ୍ୱ ଚାହିଦା ଯୋଗୁଁ ଦୁର୍ବଳ ବିଶ୍ୱ ଚାହିଦା ବିକାଶର ଗତି ପ୍ରଭାବିତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri