Posted inଜାତୀୟ

ଟମାଟୋ ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୬।୭: ଗତ କିଛି ଦିନ ହେବ ଟମାଟୋର ଦର ଆକାଶଛୁଆଁ ହୋଇଛି। ତେଣୁ ଟମାଟୋର ମୁଦ୍ରାସ୍ଫୀତି ଅର୍ଥ ମନ୍ତ୍ରଣାଳୟର ଚିନ୍ତା ବଢାଇ ଦେଇଛ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବିଭାଗ ଦ୍ୱାରା ପ୍ରକାଶିତ ବାର୍ଷିକ ଅର୍ଥନୈତିକ ସମୀକ୍ଷାରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ, ଅଦିନିଆ ବର୍ଷା ପରି ଘରୋଇ କାରଣ ଟମାଟୋ ଭଳି କିଛି ପନିପରିବା ମୂଲ୍ୟ ଉପରେ ଚାପ ସୃଷ୍ଟି କରିଛି।

ଅର୍ଥ ମନ୍ତ୍ରଣାଳୟ ଏହି ରିପୋର୍ଟରେ କହିଛି ଯେ ଏଲ ନିନୋ ପ୍ରଭାବରେ ହୋଲସେଲ ଭିତ୍ତିକ ମୁଦ୍ରାସ୍ଫୀତି ହ୍ରାସ ପାଇବା ପରେ ମଧ୍ୟ ଗ୍ରାହକଙ୍କୁ ଖୁଚୁରା ମୂଲ୍ୟ ଉପରେ ଏହାର ପ୍ରଭାବ ବହନ କରିବାକୁ ପଡିବ। ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଜୁଲାଇ ୬ରେ ଦିଲ୍ଲୀରେ ଟମାଟୋ ୧୨୦ ଟଙ୍କା, ଗୁରୁଗ୍ରାମରେ ୧୪୦ଟଙ୍କା, କୋଲକାତାରେ ୧୫୨ ଟଙ୍କା ଏବଂ ପାଟନାରେ ୧୨୦ ଟଙ୍କା ପ୍ରତି କିଲୋଗ୍ରାମରେ ମିଳୁଛି।

ଅର୍ଥ ମନ୍ତ୍ରଣାଳୟ କହିଛି, ବିଶ୍ୱ ଯୋଗାଣ ଶୃଙ୍ଖଳାର ଉନ୍ନତି, ସରକାରଙ୍କ ନୀତିଗତ ନିଷ୍ପତ୍ତି ଏବଂ ଆରବିଆଇର ମୁଦ୍ରା ନୀତିର କଠୋରତା ହେତୁ ୨୦୨୨-୨୩ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ମୁଦ୍ରାସ୍ଫୀତି ହ୍ରାସ ପାଇଛି। କିନ୍ତୁ ଅଦିନିଆ ବର୍ଷା ହେତୁ ଟମାଟୋ ସମେତ କିଛି ପନିପରିବା ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳୁଛି।

ରିପୋର୍ଟରେ ଚିନ୍ତା ପ୍ରକାଶ କରି କୁହାଯାଇଛି ଯେ, ଏଲ ନିନୋ କାରଣରୁ ଘରୋଇ ଖାଦ୍ୟ ମୂଲ୍ୟ ଉପରେ ପ୍ରଭାବ ତଥା ହୋଲସେଲ ମୂଲ୍ୟ ହ୍ରାସ ସତ୍ତ୍ୱେ ଖୁଚୁରା ମୂଲ୍ୟରେ ହ୍ରାସ ନ ହେବା ମୁଦ୍ରାସ୍ଫୀତି ହାରକୁ ଅଧିକ ରଖିପାରେ। ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱ ଚାପ, ବିଶ୍ୱ ଆର୍ଥିକ ବ୍ୟବସ୍ଥାରେ ଉତ୍ତେଜନା, ବିଶ୍ୱ ଷ୍ଟକ ମାର୍କେଟରେ ହ୍ରାସ, ଏଲ ନିନୋର ପ୍ରଭାବ ଏବଂ ବିଶ୍ୱ ଚାହିଦା ଯୋଗୁଁ ଦୁର୍ବଳ ବିଶ୍ୱ ଚାହିଦା ବିକାଶର ଗତି ପ୍ରଭାବିତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri