Posted inଫୁରସତ

ସମାଧାନର ପଥକୁ ସହଜ କରେ ସହନଶୀଳତା

ସମାଜରେ ସହନଶୀଳତାର ମୂଲ୍ୟ ବିଷୟରେ ସଚେତନତା ପାଇଁ ପ୍ରତିବର୍ଷ ନଭେମ୍ବର ୧୬ରେ ଅନ୍ତର୍ଜାତୀୟ ସହନଶୀଳତା ଦିବସ ପାଳନ କରାଯାଏ। ଏହି ଦିନର ଉଦ୍ଦେଶ୍ୟ ହେଉଛି ଏକ ଅସହିଷ୍ଣୁ ସଂସ୍କୃତିର ନକାରାତ୍ମକ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ବାର୍ତ୍ତାକୁ ସମ୍ପ୍ରସାରଣ କରିବା।
ପୃଥିବୀରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ସହନଶୀଳତା ଅପରିହାର୍ଯ୍ୟ। ସହନଶୀଳତା ଦ୍ୱାରା ସମନ୍ବୟ ସୃଷ୍ଟି ହୁଏ। ଅସହିଷ୍ଣୁତା ପୃଥିବୀ ପାଇଁ ବିପଦ ସୃଷ୍ଟି କରେ। ତେଣୁ ପୃଥିବୀରେ ଶାନ୍ତିର ମାର୍ଗକୁ ପ୍ରଶସ୍ତ କରିବା ଲାଗି ସହନଶୀଳତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅନ୍ତର୍ଜାତୀୟ ସହନଶୀଳତା ଦିବସ ପାଳନ କରାଯାଉଛି।
ଅସହିଷ୍ଣୁତାର ବିପଦ ବିଷୟରେ ସଚେତନତା ସୃଷ୍ଟି ଲାଗି ୟୁନେସ୍କୋ ପକ୍ଷରୁ ୧୯୯୫ରେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏଥିସହିତ ନଭେମ୍ବର ୧୬ରେ ଅନ୍ତର୍ଜାତୀୟ ସହନଶୀଳତା ଦିବସ ପାଳନ ଲାଗି ନିଷ୍ପତ୍ତି ହୋଇଥିଲା। ୟୁନେସ୍କୋ ଅନୁଯାୟୀ, ସହନଶୀଳତା ହେଉଛି ଆମର ବିଶ୍ୱର ବିବିଧ ସଂସ୍କୃତିର ସମୃଦ୍ଧିର ଏକ ରୂପ। ଆମର ଅଭିବ୍ୟକ୍ତିର ସ୍ବରୂପ ଏବଂ ଆମେ ମାନବ ପରସ୍ପରକୁ ସମ୍ମାନ ଦେବା, ବିବିଧତାକୁ ଗ୍ରହଣ କରିବା ସହ ପ୍ରଶଂସା କରିବା।
ପ୍ରତିବର୍ଷ ଏହି ଦିବସ ଅବସରରେ ସମ୍ମିଳନୀ ଏବଂ ଉତ୍ସବର ଆୟୋଜନ କରାଯାଇଥାଏ। ଶାନ୍ତି, ସହନଶୀଳତା, ମିଥ୍ୟା ଖବର, ଅନ୍‌ଲାଇନ ସୁରକ୍ଷା ଏବଂ ଘୃଣା ଭଳି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇ ଏହାର ନିରାକରଣ କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଥାଏ। ସହନଶୀଳତାକୁ ଏକ ଉତ୍ତମ ଗୁଣ ଭାବେ ବିବେଚନା କରାଯାଏ। କାରଣ ଏହା ଭଲ ଜିନିଷଗୁଡ଼ିକୁ ଗ୍ରହଣ କରିବା ବିଷୟରେ ଚିନ୍ତା କରେ।
ସହନଶୀଳତା ଦ୍ୱାରା ବିବାଦୀୟ ପ୍ରସଙ୍ଗର ସହଜ ସମାଧାନର ପଥ ସୃଷ୍ଟି ହୋଇଥାଏ। ତେଣୁ ଏହି ଦିବସରେ ସଭିଏଁ ସଚେତନ ହେଲେ ମନରୁ ଅସହିଷ୍ଣୁତା ଦୂର ହୋଇ ସହନଶୀଳ ମନୋଭାବର ପରିପ୍ରକାଶ ସହଜ ହୁଏ ବୋଲି ୟୁନେସ୍କୋ ପକ୍ଷରୁ ସୂଚିତ କରାଯାଇଥାଏ।
ଏହିଦିନ ଅସହିଷ୍ଣୁତାକୁ ଦୂର କରିବାରେ ସାହାଯ୍ୟ କରେ ଏବଂ ଲୋକଙ୍କୁ ପରସ୍ପର ପ୍ରତି କିପରି ସହନଶୀଳ ହେବା ସେନେଇ ଶିକ୍ଷା ପ୍ରଦାନ କରେ।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri