ସଂକ୍ରାନ୍ତି ପାଇଁ ଫିକା ପଡ଼ିଥିଲା ଛାଡ଼ଖାଇ, ଆଜି ଆମିଷ ବଜାରରେ ନିଆଁ, ଦାମ୍‌ ରହିଛି…

ଭୁବନେଶ୍ୱର,୧୭ା୧୧: ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା ହୋଇଥିବା ବେଳେ ଶନିବାର ପଡ଼ିଥିଲା ଛାଡ଼ଖାଇ। ମାତ୍ର ଏହି ଦିନ ସଂକ୍ରାନ୍ତି ପଡ଼ିଥିବାରୁ ଛାଡ଼ଖାଇ ଫିକା ପଡ଼ିଯାଇଥିଲା। ଯେଉଁଥିପାଇଁ ଲୋକେ ରବିବାର ଛାଡ଼ଖାଇ ପାଳନ କରୁଛନ୍ତି। ଏନେଇ ଆମିଷ ବଜାରରେ ନିଆଁ ଲାଗିଛି। ଅର୍ଥାତ୍‌ ଦର ଆକାଶଛୁଆଁ ହୋଇଛି। ବିଶେଷକରି ଭୁବନେଶ୍ବରର ୪ନଂ ମାଛ ମାର୍କେଟ, ଡମଣା ଆମିଷ ବଜାରରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମାଛ, ମାଂସ, ଚିଙ୍ଗୁଡ଼ି, ଚିକେନ, ଅଣ୍ଡା, କଙ୍କଡ଼ା ଆଦି ଲୋକେ ଘରକୁ ବୋହି ନେଇଯାଉଛନ୍ତି।

ଦର ବି ସେମିତି ଚଢ଼ା ରହିଛି। ଖାସି ମାଂସ କିଲୋ ୭୫୦ ଟଙ୍କା ରହିଥିବା ବେଳେ ଚିଙ୍ଗୁଡ଼ି କିଲୋ ୪୦୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ରୋହି, ମିରକାଳୀ, ଭାକୁର ଆଦି ମାଛ କିଲୋ ପ୍ରତି ୨୦୦ରୁ ୨୫୦ ଟଙ୍କା ରହିଛି। ସେହିପରି ଖଅଙ୍ଗା ୪୦୦ରୁ ୫୦୦ ଟଙ୍କା ଥିବା ବେଳେ ପାମ୍ପ୍ଲେଲେଟ,ଖୁରାଣ୍ଟ ୬୦୦ ଟଙ୍କା ରହିଛି। କଙ୍କଡ଼ା ଦର ଗୋଟିଏ ଗୋଟିଏ ସ୍ଥାନରେ ୧୦୦୦ ଟଙ୍କା ପାର୍‌ କରିଛି।

Share
Tags: fish market